ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀ ବ୍ରିଟ କଲୋନୀରେ କେବିଏନ ଗ୍ୟାଙ୍ଗର ଆତଙ୍କ । ଯାହାକୁ ଦେଖିଲେ ତାକୁ ହାଣିଲେ । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ବି ଭାଙ୍ଗିଲେ । କିଛି ସମୟ ପାଇଁ ଅଞ୍ଚଳରେ ଆତଙ୍କ ଖେଳିଗଲା । ଆକ୍ରମଣରେ 3 ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।ସନ୍ଧ୍ୟା ସମୟରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ବ୍ରିଟ କଲୋନୀ ଭିତରକୁ ପଶି ଆତଙ୍କ ରଚିଥିଲେ । ରାସ୍ତାରେ ଯାହାକୁ ପାରିଲେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହେଇଛି । ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପଞ୍ଜାବରେ ହେବନି ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ, ଜାଣନ୍ତୁ କାହିଁକି ଏକଲା ଲଢ଼ିବ ଅକାଳୀ ଦଳ
ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବରେ ହେବନି ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ। ସାଧାରଣ ନିର୍ବାଚନକୁ ନେଇ ପଞ୍ଜାବରେ ବିଜେପି ଓ ଅକାଳୀ ଦଳର ମେଣ୍ଟ ହୋଇପାରିଲାନି। ଦୁଇ ଦଳର ବିଚାରାଧାର ମଧ୍ୟରେ ଅନ୍ତର ଥିବାରୁ ମେଣ୍ଟ ନକରିବାକୁ ନିଷ୍ପତ୍ତି କରିଛି ଶିରୋମଣି ଅକାଳୀ ଦଳ। ଏହାସହ ଆସନ୍ତା ୨୦୨୭ ସାଧାରଣ ନିର୍ବାଚନରେ ଦଳ ପଞ୍ଜାବରେ ସମସ୍ତ ବିଧାନସଭା ଆସନରେ ଏକାକୀ ଲଢିବ ବୋଲି କହିଛି। ୨୦୨୪ ସାଧାରଣ ନିର୍ବାଚନରେ ଏକାକୀ ଲଢି ପଞ୍ଜାବରେ ନିଜର ଭୋଟ ବ୍ଯାଙ୍କ ବଢାଇବାକୁ ଚାହୁଁଛି ଶିରୋମଣି ଅକାଳୀ ଦଳ। ଆଞ୍ଚଳିକ ପରିଚୟ, ସାମାଜିକ ଏବଂ ସାଂସ୍କୃତିକ ଆଧାର ନେଇ ରାଜନୀତ କରୁଥିବା ଅକାଳୀ ଦଳର ବିଚାରଧାରା ରାଷ୍ଟ୍ରୀୟ ଦଳ ବିଜେପିର ବିଚାରାଧାର ସହ ସମାନତା ରହୁନାହିଁ।
ଏଥିଲାଗି ଦଳ ଅଲଗା ହେବାକୁ ନିଷ୍ପତ୍ତି କରିଛି। ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ କହିଛନ୍ତି, ଦଳରେ ସଂଖ୍ଯାକୁ କେବେ ବି ଗୁରୁତ୍ଵ ଦେଇନାହାନ୍ତି। ଗତ ୧୦୩ ବର୍ଷ ହେବ ଅକାଳୀ ଦଳ ପଞ୍ଜାବର ଉନ୍ନତି ଏବଂ ବିକାଶ ଲାଗି କାମ କରି ଆସୁଛି। ଆମ ପାଇଁ ଆମର ବିଚାରାଧାର ପ୍ରଥମ ବୋଲି କହିଛନ୍ତି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ। କୌଣସି ରାଷ୍ଟ୍ରୀୟ ରାଜନୈତିକ ଦଳ ପଞ୍ଜାବର ଉନ୍ନତି ଲାଗି କାମ କରୁନାହିଁ। ଚାଷୀଙ୍କ ପ୍ରସଙ୍ଗ ନେଇ ଆମ ଦଳ ସବୁବେଳେ ସ୍ଵର ଉତ୍ତୋଳନ କରି ଆସୁଥିବ ବୋଲି କହିଛନ୍ତି ସୁଖବିର। ପୂର୍ବରୁ ଦୀର୍ଘ ଦିନ ଧରି ଏନଡିଏରେ ସାମିଲ ଥିଲା ଶିରୋମଣି ଅକାଳୀ ଦଳ। ୨୦୧୯-୨୦୨୦ରେ କେନ୍ଦ୍ର ସରକାରଙ୍କ ତରଫରୁ ଅଣାଯାଇଥିବା ୩ କୃଷି ସମ୍ବନ୍ଧୀୟ ଆଇନକୁ ନେଇ ଏନଡିଏ ମେଣ୍ଟରୁ ଓହରି ଯାଇଥିଲା ଶିରୋମଣି ଅକାଳୀ ଦଳ।
ହୋଲିରେ ରଙ୍ଗୀନ ହେଲା ରାଜଧାନୀ
ଭୁବନେଶ୍ବର: ରାଜଧାନୀରେ ଜମିଲା ହୋଲିର ମାହୋଲ । ହରବାଲ ହୋଲି ଠାରୁ ରେନ୍ ଡ୍ଯାନ୍ସ । ଡିଜେ ଓ ଢୋଲରେ ମତୁଆଲା ହେଲେ ପିଲାଠୁ ବୟସ୍କ । ମର୍ଣ୍ଣିଙ୍ଗ ୱାକରୁ ଆରମ୍ଭ ହୋଇ ମଧ୍ଯାହ୍ନ ଯାଏଁ ଚାଲିଲା ରଙ୍ଗ ଉତ୍ସବ । ମାରୱାଡ଼ି ମଞ୍ଚର ଆକର୍ଷଣ ସାଜିଲା ମୁମ୍ବାଇରୁ ଆସିଥିବା ରାଧାକୃଷ୍ଣ ନୃତ୍ଯ।
ହୋଲିରେ ରଙ୍ଗୀନ ହେଲା ରାଜଧାନୀ । ପିଲା ଠୁ ବୁଢା ହେଲେ ମତୁବାଲା । କେଉଁଠି ଡିଜେ ତାଳରେ ତ ଆଉ କେଉଁଠି ଢୋଲରେ ନାଚିଲେ ଯୁବପିଢି । ହରବାଲ ହୋଲିରୁ ରେନ ଡ୍ୟାନ୍ସ । ସକାଳୁ ସକାଳୁ ରଙ୍ଗୀନ ହୋଇଥିଲା ରାଜଧାନୀ । ଭୁବନେଶ୍ୱର ଫରେଷ୍ଟ ପାର୍କ ମର୍ଣ୍ଣିଙ୍ଗ ୱାକ ଆସୋସିଏନ ପକ୍ଷରୁ ପାଳିତ ହୋଇଥିଲା ହୋଲି ଉତ୍ସବ । ପିଲାଠୁ ବୟସ୍କ ନାଚ ଗୀତରେ ଝୁମି ଥିଲେ । ସେହିଭଳି ପ୍ରଦର୍ଶନୀ ପଡ଼ିଆରେ ମାରୱାଡ଼ି ଓଡିଶା ପକ୍ଷରୁ ଆୟୋଜିତ ଉତ୍ସବରେ ହିନ୍ଦୀ, ଓଡ଼ିଆ ଓ ତେଲଗୁ ଗୀତରେ ଝୁମି ଥିଲେ ସଭିଏଁ । ହରବାଲ ହୋଲି ସାଙ୍ଗକୁ ରେନ ଡ୍ୟାନ୍ସରେ ମତୁଆଲା ହୋଇଥିଲେ ପିଲାଠୁ ବୟସ୍କ । ମଞ୍ଚ ପକ୍ଷରୁ ଆକର୍ଷଣ ସାଜିଥିଲେ ମୁମ୍ବାଇରୁ ଆସିଥିବା ରାଧା ଓ କ୍ରିଷ୍ଣା । ସେହି ଭଳି ଲକ୍ଷ୍ମୀ ସାଗର ଲାଲ ବାହାଦୂର କ୍ଳବ ପକ୍ଷରୁ ପାଳିତ ହୋଇଛି ବ୍ଲାଷ୍ଟ ୨୦୨୪ । ନାଚ ଗୀତ ସାଙ୍ଗକୁ ରେନ ଡ଼୍ୟାନ୍ସ ମଜା ନେଇଛନ୍ତି ଯୁବପିଢି ।
ଭୁବନେଶ୍ୱର ଭୀମ ଭୋଇ ଦୃଷ୍ଟି ବାଧିତ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଛି ହୋଲି ଉତ୍ସବ । ପର୍ବରେ ଖୁସିକୁ ଦ୍ଵିଗୁଣିତ କରିବା ପାଇଁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାଙ୍କ ସହ ରଙ୍ଗ ଉତ୍ସବ ପାଳନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକ ବୁଲନ ଭାଇ ସେବା ସଦନ ପରିସରରେ ସମାଜସେବୀ ସୁଚିସ୍ମିତା ପୃଷ୍ଟି ଏବଂ ଜୟଶ୍ରୀ ଧଳଙ୍କ ସୁରଭାଇବ୍ରେସନ ପକ୍ଷରୁ ହୋଲି ଉତ୍ସବ ଆୟୋଜିତ ହୋଇଛି । ଏହି ଅବସରରେ ସମସ୍ତେ ନାଚଗୀତ ସହ ଖୁସି ମନାଇଛନ୍ତି । ହୋଲିକୁ ନେଇ ଗାଁରୁ ସହର ଚଳ ଚଞ୍ଚଳ । ସବୁଠି ଉତ୍ସାହର ମାହୋଲ । ଭୁବନେଶ୍ୱରରେ ସବୁଠି ହୋଇଛି ହୋଲି ସେଲିଡ୍ରେସନ । ଛୋଟ ରୁ ବଡ଼ ସମସ୍ତେ ନାଚ ଗୀତରେ ହୋଲିକୁ ବେଶ ଧୁମ ଧାମରେ ପାଳନ କରିଛନ୍ତି ।
IPL ବେଟିଂରେ ଦେଢକୋଟି ହାରିଲା ସ୍ବାମୀ, ସ୍ତ୍ରୀ କଲା ଆତ୍ମହତ୍ୟା
ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକର ଚିତ୍ରଦୁର୍ଗ ଅଞ୍ଚଳରେ ଅଭାବନୀୟ ଘଟଣା । ଦର୍ଶନ ବାବୁ ନାମକ ଇଞ୍ଜିନିୟର ହରାଇଲେ ଦେଢ଼ କୋଟି ଟଙ୍କା । IPL ବେଟିଂରେ ଦର୍ଶନ ଏହି ଦେଢ଼ କୋଟି ଟଙ୍କା ହରାଇଥିବା କୁହାଯାଉଛି । ଦର୍ଶନ ବାବୁ ବେଟିଂରେ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଦର୍ଶନଙ୍କ ସ୍ତ୍ରୀ ରଞ୍ଜିତା ସ୍ବାମୀ ହାରିବା ପରେ ଆତ୍ମହତ୍ୟା କରିଛନ୍ତି । ଏକ ସରକାରୀ ବିଭାଗରେ ଇଞ୍ଜିନିୟରଭାବେ କାର୍ଯ୍ୟରତ ଥିଲେ ଦର୍ଶନ । ଅଧିକ ଟଙ୍କା ଲୋଭରେ ବେଟିଂରେ ସାମିଲ ହୋଇଥିଲେ । ୨୦୨୦ରେ ଦର୍ଶନଙ୍କୁ ବିବାହ କରିଥିଲେ ରଞ୍ଜିତା । ୨୦୨୧ରୁ ଦର୍ଶନ ବେଟିଂରେ ଲିପ୍ତ ଥିବା ପୋଲିସ କହିଛି । ତେବେ ଅଧିକ ଟଙ୍କା ଲୋଭରେ ସେ ଏଭଳି ବେଟିଂରେ ଟଙ୍କା ଲଗାଉଥିବା ସୂଚନା ମିଳିଛି । ତେବେ ଚଳିତ ବର୍ଷ ଆଇପିଏଲ ସିଜିନ ୨୨ ତାରିଖରୁ ଆରମ୍ଭ ହୋଇଛି ।
ଦୁଲୁକୁଛି ଗଞ୍ଜାମ, ଚାଲିଛି ପ୍ରସିଦ୍ଧ ଦଣ୍ଡଯାତ୍ରା
ଆସିକା: କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର ଭାବେ ବେଶ ପରିଚିତ ଗଂଜାମ ଜିଲ୍ଲା । ତେବେ ଏହି ଜିଲ୍ଲାର ଅନ୍ୟତମ ଲୋକକଳା ହେଉଛି ଦଣ୍ଡଯାତ୍ରା । ବିଶେଷ କରି ଏହ ଦଣ୍ଡଯାତ୍ରାକୁ ଚୈତ୍ର ମାସରେ ଦେଖିବାକୁ ମିଳିଥାଏ । ଏହ। କାହିଁ କେଉଁ ଅ।ବାହମାନ କାଳରୁ ପ୍ରଚଳିତ ହୋଇ ଅ।ସୁଥିବା ଦଣ୍ଡଯାତ୍ରା ଏବେ ଅ।ରମ୍ଭ ହୋଇଯାଇଛି । ଯାତ୍ରା ଦିର୍ଘ ୨୧ ଦିନ ଓ କେଉଁଠେ କେଉଁଠେ ୧୩ ଦିନ ଧରି ପାଳନ ହୋଇଥାଏ ।
ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବ ମୁଖର ପୁରା ପରିବେଶ । ଅ।ରମ୍ଭ ହୋଇଯାଇଛି ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା । ଚୈତ୍ର ମାସ ଆସିଗଲେ ମାନସିକଧାରୀ ମାନେ ନିଜ ନିଜର ମାନସୀକ ପୁରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଦେହରେ ଗେରୁଆ ବର୍ସ୍ତ୍ର ପରିଧାନ କରିବା ସାଙ୍ଗକୁ ହାତରେ ମାଆଙ୍କ ବାନା ଓ ମୟୂର ପିଂଛ ଧରି ମାନସିକଧାରୀ ମାନେ ଗାଁକୁ ଗାଁ ବୁଲି ଦଣ୍ଡ ଗ୍ରହଣ କରିବା ସହ ଦଣ୍ଡ ଖେଳିଥାନ୍ତି । ପଣା ସଂକ୍ରାନ୍ତି ଦିନ ଠାରୁ ଅ।ରମ୍ଭ ହୋଇଥାଏ ଏହି ଯାତ୍ରା ଏହା ଏକ ପାରମ୍ପାରିକ ଲୋକକଳା ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ସମୁଦାୟ ଦୁଇଶହରୁ ଅଧିକ ଦଣ୍ଡ ଦଳ ରହିଥିବା ଜଣାପଡିଛି ।
ଦଣ୍ଡନାଚରେ ପ୍ରଥମେ ଧୁଳି ଦଣ୍ଡ, ପାଣି ଦଣ୍ଡ ଓ ରାତ୍ରିରେ ଅଗ୍ନି ଦଣ୍ଡ କରାଯାଇଥାଏ । ବାଦ୍ୟ ଓ ତୁରିର ତାଳେ ତାଳେ ଦଣ୍ଡୁଆ ମାନସିକଧାରି ମାନେ ଚାଲିଥାନ୍ତି ମାଇଲ ମାଇଲ ବାଟ । ମାନସିକଧାରୀ ମାନେ ଦିନକୁ ଓଳିଏ ଖାଇବା ସହ ବହୁ ନିଷ୍ଠାର ସହ ନିଜ ବ୍ରତକୁ ପାଳନ କରିଥାନ୍ତି । ଭକ୍ତି, ବିଶ୍ବାସାର ନିଆରା ଯାତ୍ରା ଦଣ୍ଡ ଯାତ୍ରା । ମାନସିକଧାରୀ ଏହି ଯାତ୍ରାରେ ସାମିଲ ହେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଗୋପାଳପୁର ପୋର୍ଟକୁ କିଣିଲା ଆଦାନୀ ଗୃପ୍
ନନ୍ଦିଘୋଷ ବ୍ୟୁରୋ: ଗୋପାଳପୁର ପୋର୍ଟକୁ କିଣିଲା ଆଦାନୀ ଗ୍ରୁପ । ଗୋପାଳପୁର ପୋର୍ଟ ଲିମିଟେଡର ୯୫ ପ୍ରତିଶତ ସେୟାର କିଣିଲା ଆଦାନୀ ପୋର୍ଟ ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ । ୩ହଜାର ୮୦ କୋଟି ଟଙ୍କାରେ ଦେଶର ସର୍ବବୃହତ ଘରୋଇ ପୋର୍ଟ କମ୍ପାନୀ ଆଦାନୀ ପୋର୍ଟ ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଏହି ପୋର୍ଟକୁ କିଣିଛି । ସାପୋରଜି ପାଲୋନଜି ଗ୍ରୁପ ଠାରୁ ୫୬ ପ୍ରତିଶତ ସେୟାର ଓ ଓଡିଶା ଷ୍ଟିଭେଡର୍ସ ଠାରୁ ୩୯ ପ୍ରତିଶତ ସେୟାର କଣିଛି ଆଦାନୀ ଗ୍ରୁପ । ପୂର୍ବ ଉପକୂଳରେ ବନ୍ଦର ଭିତ୍ତିକ ବ୍ୟବସାୟ ବୃଦ୍ଧି କରିବାକୁ ଆଦାନୀ ଗୋପାଳପୁର ବନ୍ଦରକୁ କ୍ରୟ କରିଥିବା କମ୍ପାନୀ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଏହି ବନ୍ଦର ଦେଇ ବାର୍ଷିକ ୨୦ ନିୟୁତ ମେଟ୍ରିକ ଟନ ମାଲ ପରିବହନର କରାଯାଇପାରିବ । ୨୦୦୬ରେ ରାଜ୍ୟ ସରକାର ଗୋପାଳପୁର ପୋର୍ଟ ଲିମିଟେଡକୁ ୩୦ ବର୍ଷ ପାଇଁ ବ୍ୟବସାୟୀକ ରିହାତି ପ୍ରଦାନ କରିଛନ୍ତି । ଏଥିସହିତ ଆଉ ୧୦ ବର୍ଷ ଲେଖାଏଁ ଦୁଇ ଥର ରିହାତି ଅବଧିକୁ ବୃଦ୍ଧି କରାଯିବ । ଗୋପାଳପୁର ପୋର୍ଟ ଦେଇ ଏବେ କୋଇଲା, ଲୁହାପଥର, ଚୁନପଥର ଓ ଆଲୁମିନା ଆମଦାନୀ ଓ ରପ୍ତାନୀ ହୋଇପାରୁଛି । ଆଦାନୀ ଗ୍ରୁପ ଗୋପାଳପୁର ପୋର୍ଟ କିଣିବା ପରେ ଏବେ ଓଡିଶାର ଏହି ବନ୍ଦର ସାରା ଦେଶରେ ଥିବା ଆଦାନୀର ସବୁ ବନ୍ଦର ସହ ଯୋଡି ହେବ ।
ଏହାଦ୍ବାରା ଗୋପାଳପୁର ପୋର୍ଟର କାର୍ଗୋ ହାଣ୍ଡେଲିଂ କ୍ଷମତା ମଧ୍ୟ ବୃଦ୍ଧି ପାଇବ । ଏବେ ଆଦାନୀ ପୋର୍ଟ ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ, ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ୧୨ଟି ବନ୍ଦରର ବିକାଶ ଦାୟିତ୍ବ ନେଇଛି । ଏକ ଅଂଚଳରେ ବନ୍ଦରର ବିକାଶ ସିଧାସଳଖ ଭାବେ ଶିଳ୍ପାୟନର ବିକାଶରେ ସହାୟକ ହୋଇଥାଏ । ରାଜ୍ୟ ସରକାର ପ୍ରଦାନ କରିଥିବା ବ୍ୟବସାୟୀକ ରିହାତି ଦ୍ବାରା କମ୍ପାନୀ ପକ୍ଷରୁ ଆବଶ୍ୟକତା ମୁତାବକ ସଂପ୍ରସାରଣ ମଧ୍ୟ କରାଯାଇପାରିବ । ଗୋପାଳପୁର ପୋର୍ଟକୁ ରାଜ୍ୟ ସରକାର ୫୦୦ ଏକର ଜମି ଲିଜ ସୂତ୍ରରେ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ସଂପ୍ରସାରଣ ପାଇଁ ମଧ୍ୟ ରାଜ୍ୟ ସରକାର ଅଧିକ ଜମି ଯୋଗାଇଦେବେ । ୨୦୨୪ ଆର୍ଥିକ ବର୍ଷରେ ଗୋପାଳପୁର ପୋର୍ଟରେ ୧୧.୩ ନିୟୁତ ଟନ ମାଲ କାରବାର ହେବ ବୋଲି ଲକ୍ଷ୍ୟ ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାଦ୍ବାରା ୨୦୨୪ ଆର୍ଥିକ ବର୍ଷରେ ୫୨୦ କୋଟି ଟଙ୍କାର ବ୍ୟବସାୟ ହେବ, ଯାହାକି ଗତ ଆର୍ଥିକ ବର୍ଷ ଠାରୁ ୩୯ ପ୍ରତିଶତ ଅଧିକ । ଏହି ପୋର୍ଟ ଆଗାମୀ ଦିନରେ ଏକ ଲାଭଦାୟକ ବନ୍ଦର ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ୨୦୨୫ରେ ଏହି ବନ୍ଦରର ସମ୍ପ୍ରସାରଣ ଲକ୍ଷ୍ୟ ମଧ୍ୟ ରଖାଯାଇଛି ।
ହୋଲିରେ ରିଲିଜ ହେଲା ”ତୁ ମୋ ପ୍ରେମ ଫଗୁଣ ”ଗୀତ
ଭୁବନେଶ୍ବର: ହୋଲିରେ ରିଲିଜ୍ ହେଲା ରୋମାଣ୍ଟିକ ମ୍ୟୁଜିକ୍ ଭିଡିଓ ତୁ ମୋ ପ୍ରେମ ଫଗୁଣ। ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ଗୀତଟି ପ୍ରସ୍ତୁତ ହୋଇଛି । ରିଲିଜ୍ ଅବସରରେ ସମାଜସେବୀ ମୀରା ପରିଡ଼ା, ଡ. ଚିଦାତ୍ମିକା ଖଟୁଆ, ପ୍ରଯୋଜକ ପ୍ରଣୟ ଜେଠି, ନିର୍ଦ୍ଦେଶକ ବାବୁ ବାବୁ , ଅଭିନେତା ଆକାଶ୍ ଓ ଅଭିନେତ୍ରୀ ଜ୍ୟୋତି ଉପସ୍ଥିତ ଥିଲେ । । ଗୀତଟିକୁ ଲେଖିଛନ୍ତି ସୁମିତ୍ ଜେନା । ଏହାର ପ୍ରଯୋଜନା ଭାର ଅମୀୟ ସେଠୀ ବହନ କରିଥିବାବେଳେ ଏଥିରେ କଣ୍ଠଦାନ କରିଛନ୍ତି ଜୟଦେବ ମିଶ୍ର ଓ ଦିପ୍ତିମୟୀ।

