ନାକଟିଦେଉଳରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସଭାରେ ଚେୟାର ଖାଲି

ସମ୍ବଲପୁର : ସମ୍ବଲପୁରରେ ଚାଲିଛି ଜୋରଦାର ପ୍ରଚାର । ବିଜେଡି ସୁନାମୀକୁ ସାମ୍ନା କରିବାକୁ କେନ୍ଦ୍ରରୁ ଆସୁଛନ୍ତି ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀ । ସେହି ପରିପ୍ରେକ୍ଷୀରେ ସମ୍ବଲପୁର ରେଢ଼ାଖୋଲ  ନାକଟିଦେଉଳରେ ବିକଶିତ ଭାରତ ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ରାଜନାଥ ସିଂ ଆସିଥିବା ଜନ ସାଧାରଣଙ୍କୁ ଉଦବୋଧନ ଦେବାକୁ ବାହାରିଲେ କିୁନ୍ତୁ ହଠାତ୍ କିଛି ଅଜବ ଦୃଶ୍ୟ ଦେଖିବାକୁ ପାଇଥିଲେ । ଏତେ ବଡ଼ ସଭାର ଆୟୋଜନ କରାଯାଇଥିଲା । ହେଲେ ଭାଷଣ ଦେଲାବେଳେ ଚେୟାର ରେ ଲୋକ ନ ଥିଲେ ଚେୟାର ସବୁ ଖାଲି ପଡିଥିଲା । ଟାଇଁ ଟାଇଁ ଖରାରେ ଆସିଥିବା ଲୋକଙ୍କୁ ପିଇବା ପାଣିର ସୁବିଧା ନ ଥିବା ବେଳେ ଲୋକେ ପାଣି ପାଇଁ  ଏଣେତେଣେ ଖୋଜୁଥିଲେ ।

କେତେକ ଲୋକ ସଭାକୁ କାହିଁକି ଓ କାହାକୁ ଦେଖି ଆସିଛ ବୋଲି ପଚାରିବାରୁ କିଏ କହୁଥିଲା ମୁଖ୍ୟମନ୍ତ୍ରୀ ଆସିଛନ୍ତି ତ କିଏ କହୁଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ଆସିଛୁ । କିନ୍ତୁ କେହି ବି ଜାଣିନଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିଥିଲେ । ସଭାରେ ଏତେ ଅବ୍ୟବ୍ୟସ୍ତ ହୋଇଥିଲା ଲୋକେ ରାଗରେ ଖପ୍ପା ହୋଇଯାଇଥିଲେ । ଲୋକେ ସଭା ଆରମ୍ଭରୁ ପଳାଉଥିବା ଦେଖାଯାଇଥିଲା ଓ ଆମକୁ ସଭାକୁ ଟେମ୍ପୋ ରେ ଆଣିଲେ ଓ ପହଁଚିଲେ   200 ଟଙ୍କା ଦେବୁ ବୋଲି କହି ଦେଇ ନ ଥିବାରୁଲୋକେ ଅଶାନ୍ତି ବ୍ୟକ୍ତ କରିଥିଲେ ।