ଯେତେ କେଳେଙ୍କାରୀ, ସବୁ ବିଜେପିରେ କୋଳାକୋଳି

1 min read

ଭୁବନେଶ୍ୱର : ଯେତେ କେଳେଙ୍କାରୀ ନେତା ଅଛନ୍ତି ସବୁ କୋଳାକୋଳି ହେଉଛନ୍ତି ବିଜେପି ଭାଡ଼ିରେ । ଗୋଟିଏ ପରେ ଗୋଟିଏ ଜନ ବିରୋଧୀ ନେତା ଏବେ ସବୁ ଏକାଠି ବିଜେପି ଭାଡ଼ିରେ । ରାଜ୍ୟବାସୀ ଜାଣିଛନ୍ତି କେଳେଙ୍କାରୀ ନେତାଙ୍କର ଭବିଷ୍ୟତ କଣ ? ଜନବିରୋଧୀ ନେତାଙ୍କୁ କେମିତି ସାବାଡ଼ କରିହେବ ରାଜ୍ୟବାସୀ ବେସ ଭଲ ଭାବବରେ ଜାଣୀଛନ୍ତି । ଯେଉଁ ସମୀର ଦାଶଙ୍କୁ ହତ୍ୟା ଅଭିଯୁକ୍ତ କହି ଦିନେ ବିଜେପି ହଲ୍ଲାବୋଲ କରୁଥିଲା, ଯାହାଙ୍କ କେଳେଙ୍କାରୀର ଚିଠା ଧରି ତମ୍ବିତୋଫାନ କରୁଥିଲା, ଆଜି ସେହି ସମୀର ଦାଶଙ୍କୁ ଜ୍ବାଇଁପୁଅ ଭଳି ବାଟବରଣୀ କରି ନେଇଛି ବିଜେପି । ସମୀର ଦାଶ ବିଜେପିରେ ମିଶିବା ପରେ ରାଜ୍ୟବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ- ବିଜେପିର ନୀତି ନୈତିକତା ଅଛି ତ ? କାରଣ ୬ ମାସ ତଳେ ହତ୍ୟା ଅଭିଯୁକ୍ତ ବୋଲି ଯେଉଁ ସମୀର ଦାଶଙ୍କ ବିରୋଧରେ ବିଜେପି ଅଭିଯୋଗ ଆଣୁଥିଲା, ଆଜି ସିଏ କେମିତି ନିର୍ମଳ ଓ ଗେହ୍ଲାପୁଅ ହୋଇଗଲେ ? ସେଦିନ ହତ୍ୟାକାରୀ ବୋଲି କହି ଗାଳି ଦେଉଥିଲେ, ଆଜି କେମିତି ଆଦରି ନେଲେ ? ପୁରୀ ଜିଲ୍ଲା ଗୋପ୍ ବ୍ଲକ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ଯୁ ମାମଲାରେ ସମୀର ଦାଶଙ୍କ ହାତ ଥିବା ଅଭିଯୋଗ ହେଉଥିଲା । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ସମୀର ଦାଶ ଦାୟୀ ବୋଲି ଅଙ୍ଗୁଳି ଉଠିଥିଲା । ମୃତ ଧର୍ମେନ୍ଦ୍ରଙ୍କ ସ୍ତ୍ରୀଙ୍କୁ ସମୀର ଦାଶ ବ୍ଲାକମେଲ କରୁଥିବା ନେଇ ଆସିଥିଲା  ସାଂଘାତିକ ଅଭିଯୋଗ  ।

ସେତେବେଳେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ସମୀର ଦାଶଙ୍କ ବିରୋଧରେ ହଲ୍ଲାବୋଲ କରିଥିଲେ । ମାଳମାଳ ଭାଇରାଲ ଅଡିଓ ଏବଂ ଫଟୋ ଧରି ପୋଲ୍ ଖୋଲିଥିଲେ । ସମୀର ଦାଶଙ୍କ ବିବାଦୀୟ ଚରିତ୍ର ଓ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଇନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରିମଣ୍ଡଳରୁ ସମୀରଙ୍କୁ ନବୀନ ବାଦ୍ ଦେବା ସହ ପରବର୍ତ୍ତୀ ସମୟରେ ବିଜେଡି ଟିକେଟ ବି ଦେଇନଥିଲେ । ବିଜେଡି ପ୍ରତ୍ଯାଖ୍ୟାନ  କରିଥିବା ବିବାଦୀୟ ସମୀର ଦାଶଙ୍କୁ ଆଜି କୋଳେଇ ନେଇଛି ବିଜେପି । ପୁଣିଥରେ ବିଜେପି  ପ୍ରମାଣିତ କରିଛି ଯେ, ସବୁ ଗୁଣ୍ଡା, ବଦମାସ ଓ କେଳେଙ୍କାରୀ ବ୍ୟକ୍ତିଙ୍କ ପାଇଁ ସେ ହିଁ ଆଶ୍ରୟସ୍ଥଳୀ । ପୂର୍ବରୁ ବିଜେଡିରୁ ବହିଷ୍କୃତ ଜନବିରୋଧୀ ପ୍ରଦୀପ ପାଣିଗ୍ରାହୀ ଓ ଗୁଣ୍ଡା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ଦଳକୁ ନେଇ ବିଜେପି ନିଜ ହୀନ ରାଜନୀତିର ପରିଚୟ ଦେଇଥିଲା । ଏବେ ସେହି ତାଲିକାରେ ଯୋଡ଼ି ହୋଇଛନ୍ତି ସମୀର ଦାଶ ।