ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଭୋଗିବ ୧୫ ବର୍ଷ ସଜା

ଇସଲମାବାଦ: କିଛି ଦିନ ତଳେ ଗିରଫ ହୋଇଥିଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ । ଏବେ ସଜା ଭୋଗିବା ନେଇ ସ୍ପଷ୍ଟ ହୋଇଛି । ବର୍ଷେ କି ଦୁଇ ବର୍ଷ ନୁହେଁ, ୧୫ ବର୍ଷ କାଳ କୋଠରୀ ଭିତରେ ରହିବ ସୈତାନ ଜାକିଉର ରେହମାନ ଲଖବି । ଆତଙ୍କବାଦୀ ସଂଗଠନକୁ ଅର୍ଥ ଯୋଗାଣ କରୁଥିବା ଅଭିଯୋଗରେ ଜାକିଉରକୁ ଗିରଫ କରିଥିଲା ପାକ ପୋଲିସ ।

ଶୁକ୍ରବାର ପାକିସ୍ତାନର ଆଣ୍ଟି ଟେରୋରିଜିମ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ଏଥି ସହିତ ଆତଙ୍କବାଦୀ ସଂଗଠନକୁ ଫଣ୍ଡି କରୁଥିବା ଜାକିଉରକୁ ୧୫ ବର୍ଷ ସଜା କାଟିବା ନେଇ ଶୁଣାଣି କରିଛନ୍ତି । ଡିସ୍ପେସଂରୀ ଅର୍ଥାତ ଚିକିତ୍ସା କେନ୍ଦ୍ର ନାମରେ ଦେଶର ଅନେକ ଯୁବକଙ୍କୁ ଆତଙ୍କୀ ଟ୍ରେନିଂ ଦେଉଥିଲା ଜାକିଉର । ସେହିପରି ଏହି ଯୁବକ ମାନଙ୍କୁ ବିଭିନ୍ନ ପ୍ରାନ୍ତକୁ ପଠାଇ ଆତଙ୍କବାଦୀ କାର୍ଯ୍ୟକଳାପ କରିବାରେ ଲିପ୍ତ ରଖୁଥିଲା ଏହି ମାଷ୍ଟରମାଇଣ୍ଡ ଜାକିଉର ।

Leave a Reply