ଯେତେବେଳେ ସୁଶାନ୍ତ ସିଂହଙ୍କୁ ଚାପୁଡା ମାରିଥିଲେ ଅଙ୍କିତା ଲୋଖଣ୍ଡେ…

Bollywood News, When Ankita lokhande Slams Sushant Singh Rajput on Breakup

ମୁମ୍ବାଇ: ଦର୍ଶକଙ୍କ ଗହଣରେ ଆଉ ନାହାନ୍ତି ଆୱାର୍ଡ୍ ୱିନିଂ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ସୁଶାନ୍ତଙ୍କ ଆତ୍ମହତ୍ୟ ସମଗ୍ର ସିନେ ଜଗତରେ ଶୋକର ଛାୟା ଖେଳାଇଛି । ଗତ କାଲି ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଡିପ୍ରେସନ ବୋଲି କୁହାଯାଉଛି । ହେଲେ ଏଯାଏଁ ତାଙ୍କ ଡିପ୍ରେସନର କାରଣ  ସ୍ପଷ୍ଟ ହୋଇନାହିଁ । ସୁଶାନ୍ତ ତାଙ୍କ କ୍ୟାରିଅର ଓ ବ୍ୟକ୍ତିଗତ ଜୀବନ ନେଇ ଅବସାଦଗ୍ରସ୍ତ ଥିଲେ ।

ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ଉତ୍ଥନ ପତନ ଥିଲା । ତାଙ୍କର ୬ବର୍ଷର ରିଲେସନଶିପ୍ ମଧ୍ୟ ଖୁବ ବିବାଦୀୟ ଥିଲା । ଟିଭି ସିରିଏଲ ପବିତ୍ର ରିସ୍ତା ଫେମ୍ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଅନେକ ବର୍ଷ ରିଲେସନଶିପରେ ଥିଲେ । ଉଭୟଙ୍କ ବ୍ରେକଅପ୍ ଖୁବ ଖରାପ ଭାବେ ହୋଇଥିଲା। ଦୁହେଁଙ୍କ ମାରପିଟ୍ ଖବର ମଧ୍ୟ ବେଶ ଚର୍ଚ୍ଚାରେ ଥିଲା ।

୨୦୧୫ର ଏକ ଘଟଣା ସେତେବେଳେ ବେସ ଚର୍ଚ୍ଚାରେ ଥିଲା । ରିପୋର୍ଟ ଅନୁସାରେ ଅଙ୍କିତା ଲୋଖଣ୍ଡେ ସମସ୍ତଙ୍କ ସାମ୍ନାରେ ଏକ ନାଇଟ୍ କ୍ଲବ୍ ରେ ସୁଶାନ୍ତଙ୍କୁ ଚାପୁଡା ମାରିଥିଲେ ।  ପାର୍ଟିରେ ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଜୋରସୋରରେ ଝଗଡା ହୋଇଥିଲା । ପାର୍ଟିରେ ସୁଶାନ୍ତ ଡ୍ରିଙ୍କ କରିବା ପରେ ତାଙ୍କ ଫିମେଲ ସାଙ୍ଗସାଥୀଙ୍କ ସହ ଡାନ୍ସ କରୁଥିଲେ । ସେଠାରେ ଅଙ୍କିତା ତାଙ୍କୁ ମନା କରିବା ସତ୍ତ୍ୱେ ସୁଶାନ୍ତ ତାଙ୍କ ଡାନ୍ସ ବନ୍ଦ କରିନଥିଲେ । ସେଥିପାଇଁ ରାଗରେ ଅଙ୍କିତା ତାଙ୍କୁ ଚାପୁଡା ମାରିଥିଲେ ।

ଏହି ମାମଲା ନେଇ ସୁଶାନ୍ତ ଓ ଅଙ୍କିତା କୌଣସି ଜବାବ ଦେଇନଥିଲେ । ହେଲେ ୨୦୧୩ ମସିହାରେ ୟଶରାଜ ଷ୍ଟୁଡିଓରେ ଏକ ସାକ୍ଷାତକାରରେ ସୁଶାନ୍ତ କହିଥିଲେ ଯେ, ସେ ସବୁବେଳେ ଏମିତି କିଛି ନା କିଛି କାଣ୍ଡ କରନ୍ତି ଯେଉଁଥିପାଇଁ ଚାପୁଡା ଆବଶ୍ୟକ ହୋଇଥାଏ । କିନ୍ତୁ ସେମିତି ଦୁର୍ଭାଗ୍ୟ ତାଙ୍କର ଆସିନାହିଁ ବୋଲି କହିଥିଲେ ସୁଶାନ୍ତ । ଅଙ୍କିତା ମଧ୍ୟ ନିଜ ବୟାନରେ କହିଥିଲେ ଯେ, ସେ କେବେ ବି ସୁଶାନ୍ତଙ୍କୁ ଚାପୁଡା ମାରିପାରିବେ ନାହିଁ । ଏହା ଦୁଇ ବର୍ଷ ପରେ ଦୁହିଁଙ୍କର ବ୍ରେକଅପ୍ ହୋଇଥିଲା । ସେଥିପାଇଁ ସୁଶାନ୍ତ ଭାଙ୍ଗିପଡିଥିଲେ ।

ସୁଶାନ୍ତ ନିଜ କ୍ୟାରିଅରର ପିକ୍ ଟାଇମ୍ ରେ ଦୁନିଆ ଛାଡି ଚାଲିଗଲେ । ଏବଂ ଏହି ନିଷ୍ପତ୍ତି ତାଙ୍କ ନିଜର ଥିଲା । ଛିଛୋରେ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତା ଦର୍ଶକଙ୍କୁ ଏକ ଶିକ୍ଷା ଦେଇଥିଲେ ଯେ, ଜୀବନରେ କେବେ ହାରିବା ଅନୁଚିତ୍ । ମଣିଷ ଭାଙ୍ଗିପଡି କେବେ ଆତ୍ମହତ୍ୟା କରିବା ଅନୁଚିତ୍ । ହେଲେ କିଏ ଜାଣିଥିଲା ସେହି ଅଭିନେତା ନିଜ ବ୍ୟକ୍ତିଗତ ଜୀବନରେ ଏଭଳି ପ୍ରୟାସ କରିବେ । ସୁଶାନ୍ତ ସର୍ବଦା ସମସ୍ତଙ୍କ ମନରେ ରହିବେ । କାରଣ ତାଙ୍କ ମନଛୁଆଁ ଅଭିନୟକୁ କେହି କେବେ ଭୁଲି ପାରିବେ ନାହିଁ ।

Leave a Reply