ଓଡ଼ିଶାରେ ପହଞ୍ଚିଲେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି

Veteran Ollywood actor Bijay Mohanty returned odisha today

ଭୁବନେଶ୍ୱର: ଓଡିଶା ଫେରିଛନ୍ତି ଓଲିଉଡର ଭେଟରାନ ଅଭିନେତା ବିଜୟ ମହାନ୍ତି । ଦୀର୍ଘଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବରିଷ୍ଠ ଅଭିନେତା ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ସେ ଭୁବନେଶ୍ୱର ଫେରିଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍‌ ଅଛି । ହାଇଦ୍ରାବାଦରେ ରହୁଥିବା ଝିଅ ପାଖକୁ ଯାଇ ଅଚାନକ ସେ ଅସୁସ୍ଥ ହୋଇପଡିଥିଲେ ।

ତେଣୁ ହାଇଦ୍ରାବାଦରେ ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ଅସୁସ୍ଥତା ନେଇ ଅନେକ ଗୁଜବ ପ୍ରସାରିତ ହୋଇଥିଲା । ତେବେ ସେ ସୁସ୍ଥ ଅଛନ୍ତି ଓ ନିଜ ଜନ୍ମମାଟିକୁ ଫେରିବା ପରେ ଅଧିକ ଆଶ୍ୱସ୍ତ ଅନୁଭବ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, କାଜଧାନୀର ଏକ ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ଅଭିନେତା ଶ୍ରୀତମ ଦାସ, ଅଭିନେତ୍ରୀ ଉଷସୀ ମିଶ୍ର, ପୁଷ୍ପା ପଣ୍ଡା ସେଠାରେ ଉପସ୍ଥିତ ଥିଲେ ।

Leave a Reply