ରାଜ୍ୟର ୧୬ ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍‌: ୩ ଜିଲ୍ଲାକୁ ଯିବାଆସିବା ଉପରେ କଟକଣା

1 min read
weekly-shutdowns-in-16-districts-of-the-state

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟର ୧୬ ଜିଲ୍ଲାକୁ ସାପ୍ତାହିକ ସଟ୍‌ଡାଉନ୍‌ କରାଯାଇଛି । ସେପଟେ ଅନୁଗୁଳ, ଢେଙ୍କାନାଳ ଓ ମାଲକାନଗିରିକୁ ଅନ୍ୟ ଜିଲ୍ଲାର ଲୋକ ଯିବାଆସିବା ଉପରେ କଟକଣା ଲାଗୁ କରିଛି ପ୍ରଶାସନ ।

ପୁରୀ ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତଙ୍କର କୋଭିଡ୍ ଟେଷ୍ଟ କରାଯାଉଛି । ସୁନ୍ଦରଗଡ଼ରେ ୪ ଜଣ ଡାକ୍ତର ଓ ୪ଜଣ ନର୍ସ ପଜିଟିଭ୍ ଚିହ୍ନଟ ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ଅନୁଗୁଳ, ଢେଙ୍କାନାଳ ଓ ମାଲକାନଗିରି ଜିଲ୍ଲାକୁ ବାହାର ଜିଲ୍ଲାର ଲୋକଙ୍କୁ ମନା । ଜରୁରୀ କାମ ନଥିଲେ ନ ଆସିବାକୁ କୁହାଯାଇଛି । ହଟସ୍ପଟ ଜିଲ୍ଲାଗୁଡିକରୁ କୌଣସି ବ୍ୟକ୍ତି ଆସିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ।

ସେପଟେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବାପରେ ୪ ଡାକ୍ତର ଓ ୪ ଜଣ ଷ୍ଟାଫନର୍ସ କ୍ୱାରେଣ୍ଟାଇନରେ ଅଛନ୍ତି । ସଂପୃକ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ପରେ ଆଜିଠାରୁ ପୁଣିଥରେ ସେବାୟତମାନଙ୍କର କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ୧୪ ତାରିଖ ଯାଏଁ ଏହା ଚାଲିବ । ୧୫ ତାରିଖରୁ ସହରରେ ଆଣ୍ଟିବଡି ଟେଷ୍ଟ ବା ସେରୋଲୋଜିକାଲ୍ ଟେଷ୍ଟ କରାଯିବ । ସେପଟେ କୋଭିଡ ନିୟମ ଉଲ୍ଲଘନ ଅଭିଯୋଗରେ ସତ୍ୟବାଦୀ ଗୋପୀନାଥ ନର୍ସିଂହୋମକୁ ପ୍ରଶାସନ ସିଲ୍ କରିଛି ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ୧୬ ଜିଲ୍ଲାକୁ  ସାପ୍ତାହିକ ଦୁଇଦିନିଆ ସଟଡାଉନ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନ ଜରୁରୀ ସେବାକୁ ଛାଡିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାତାୟାତ ଉପରେ କଟକଣା ଜାରି ହୋଇଛି ।

https://www.facebook.com/NandighoshaTV/videos/606398816973183/

 

Leave a Reply