ପୁଣି କୋଭିଡ୍‌ ନିୟମ ଉଲଂଘନ, କଟକଣାକୁ ଫୁ’ କରି ରୁଣ୍ଡ ହେଲେ ଶତାଧିକ ଲୋକ…

Covid 19 guidelines Violates In Kendrapara Pattamundai

କେନ୍ଦ୍ରାପଡ଼ା: ପୁଣି କୋଭିଡ୍‌ ନିୟମ ଉଲଂଘନ । ନିୟମ ଭାଙ୍ଗି ଏକାଠି ହେଲେ ଶହଶହ ଲୋକ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ବଳଭଦ୍ରପୁର ଗାଁରେ କରୋନା କଟକଣାକୁ ଫୁଃ କଲେ ଗ୍ରାମବାସୀ । ମନ୍ଦିର ପ୍ରତିଷ୍ଠା ଶୋଭାଯାତ୍ରାରେ ଏକାଠି ହୋଇ ରାଲି କରିଛନ୍ତି ଶତାଧିକ ଲୋକ । ଏହାସହ ସାମୂହିକ ଭୋଜିରେ ଯୋଗଦେଇଛନ୍ତି ।

Covid Guidelines violates

ନା ସାମାଜିକ ଦୂରତା ଥିଲା ନା ମାସ୍କ ପିନ୍ଧିଥିଲେ ଏମାନେ । ଦଳବଳ ଧରି ମନ୍ଦିର ପ୍ରତିଷ୍ଠା ଶୋଭାଯାତ୍ରାରେ ସାମଲ ହୋଇଥିଲେ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Covid Guidelines violates

ସେହିଭଳି ଶନିବାର ମଧ୍ୟ ଏକ ଖବର ଆସିଥିଲା ଯାହା କି ମନ୍ଦିର ପ୍ରତିଷ୍ଠା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଏହା ସହ କରୋନା ମହାମାରୀ ଭଳି ବିପତ୍ତି ସମୟରେ ମହାଯଜ୍ଞ କରିଥିଲେ । ଏଭଳି ଘଟଣା ସାମ୍ନାକୁ ଆସିଥିଲା ଗଞ୍ଜାମ ଜିଲ୍ଲାରୁ ।

କରୋନାକୁ ସମାପ୍ତ କରିବା ଆଳରେ ବିସ୍ତାର କରିବାର ବଡ଼ ପ୍ରୋତ୍ସାହନ । ରାଜ୍ୟରେ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ନେଇ ରାଜ୍ୟ ସରକାର କଡ଼ା ପଦକ୍ଷେପ ମାନ ନେଉଛନ୍ତି । ସଂକ୍ରମଣକୁ ନେଇ ଟିକେ ଅବହେଳା ବିପଦକୁ ହାତ ହଲେଇ ଡ଼ାକିବା । ସେଥିପାଇଁ ସାମାଜିକ ଦୂରତାଠୁ ଦୂରେଇ ରହିବା ପାଇଁ ଅନୁରୋଧ କରୁଛନ୍ତି ରାଜ୍ୟ ସରକାର ।

Leave a Reply