୧୯ ଜୁଲାଇ ଯାଏଁ ଭୀମସାର ଓପିଡି ବନ୍ଦ

VIMSAR OPD Closed until July 13 Amid Spread Of Covid19

ସମ୍ବଲପୁର: ଆଜିଠୁ ଭୀମସାର ଓପିଡି ବନ୍ଦ । ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ଆଜିଠୁ ଭୀମସାର ଓପିଡି ୧୯ ଜୁଲାଇ ଯାଏ ବନ୍ଦ ରହିବା ସହ ରୁଟିନ ସର୍ଜରୀ ମଧ୍ୟ ବନ୍ଦ ରହିବ । କେବଳ ରେଫର ରୋଗୀଙ୍କୁ ଆଡମିସନ ଅନୁମତି ରହିଛି ।

ଜଣେ ରୋଗୀ ପିଛା ଜଣେ ଆଟେଣ୍ଡାଣ୍ଟ ରହିବାକୁ ନିର୍ଦ୍ଦେଶ ହୋଇଛି । ସବୁ ଷ୍ଟାଫ୍, ରୋଗୀ, ଆଟେଣ୍ଡାଣ୍ଟ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ହୋଇଛି । କେବଳ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ଅନୁମତି ମିଳିଛି । ପଶ୍ଚିମ ଓଡ଼ିଶାରେ ଚିକିତ୍ସା ପାଇଁ ପ୍ରାଣକେନ୍ଦ୍ର ପାଲଟିଥିବା ଭୀମସାରରେ ଗଲା ୨ଦିନ ଭିତରେ ୩ ଡାକ୍ତର, ୩ ନର୍ସ  ଓ ଜଣେ ଆଟେଣ୍ଡାଣ୍ଟ ଆକ୍ରାନ୍ତ   ହୋଇଛନ୍ତି ।

ଏହାସହ ଜଣେ ରୋଗୀ ଓ ତାଙ୍କ ପୁଅ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗତକାଲି ଭିମସାରର କର୍କଟ ବିଭାଗକୁ ବନ୍ଦ କରିଦିଆଯାଇଛି  ।

Leave a Reply