ବାର୍ କର୍ମଚାରୀଙ୍କୁ ହତ୍ୟା ମାମଲା: ୬ ଜଣଙ୍କୁ ଗିରଫ କଲା ପୋଲିସ

1 min read
Khurda Bar Employee Murder case: 6 persons Arrested

ଖୋର୍ଦ୍ଧା: ବାର୍‌ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ପୋଲିସକୁ ସଫଳତା  । ୬ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ  । ଏହା ସହିତ ଘଟଣାରେ ବ୍ୟବହୃତ BMW କାର, ବାଇକ, ବନ୍ଧୁକ ଓ ଛୁରୀ ଜବତ କରିଛି ପୋଲିସ । ଖୋର୍ଦ୍ଧା ଏସ୍‌ପିଙ୍କ ନେତୃତ୍ୱରେ ୫ଟି ଟିମ୍ ଘଟଣାର ଖୋଳତାଡ କରିଥିଲେ । ଖୋର୍ଦ୍ଧା ସମେତ ଭୁବନେଶ୍ୱର, ରଣପୁର, ନୟାଗଡ ଓ ପୁରୀର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୬ ଜଣଙ୍କୁ ଅଟକ ରଖାଯାଇଥିଲା । ପଚରାଉଚରା ପରେ ସେମାନଙ୍କୁ ଗିରଫ କରାଯାଇଛି  । ଗତ ଜୁଲାଇ ୧୪ ତାରିଖରେ ଗାଡି ପାର୍କିଂକୁ ନେଇ ବଚସା ହୋଇଥିବା ବେଳେ ପରେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାରୀଙ୍କ ନାଁରେ ପୂର୍ବରୁ ଭୁବନେଶ୍ୱର  ନୟାପଲ୍ଲୀ ଥାନାରେ ଅନେକ ଅପରାଧ ତାଲିକା ରହିଥିବା ଜଣାପଡିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ  ।

କାର୍‌ ପାର୍କିଂକୁ ନେଇ ଛୁରାମାଡ଼, ଯୁବକ ମୃତ

Leave a Reply