ବ୍ଲଡ୍ ସାମ୍ପୁଲ୍‌କୁ ଚୋବାଇ ଖାଇଲା ମାଙ୍କଡ଼, ଜାଣନ୍ତୁ କେଉଁଠି ମାଙ୍କଡ଼ର ଏହି ମାଙ୍କଡାମୀ ସୃଷ୍ଟି କରିଛି ଆତଙ୍କ…

ମିରଟ: ଉତ୍ତପ୍ରଦେଶର ମିରଟରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି  । ଏଠାରେ ଏକ ମାଙ୍କଡ଼ ମିରଟ ମେଡ଼ିକାଲ କଲେଜର ଲ୍ୟାବ ଭିତରେ ପଶିଯାଇଥିଲା। କେବଳ ସେତିକି ନୁହେଁ ମାଙ୍କଡ଼ ଟେକ୍ନିସିଆନଙ୍କ ହାତରୁ ପରୀକ୍ଷଣ ପାଇଁ ଆସିଥିବା ସାମ୍ପୁଲକୁ ଛଡ଼ାଇ ନେଇଯାଇଥିଲା । ଏହାପରେ ଯେତେବେଳେ ହସ୍ପିଟାଲ ଷ୍ଟାଫମାନେ ତା ପଛରେ ଦୌଡ଼ିଥିଲେ ସେତେବେଳେ ମାଙ୍କଡ଼ ଗଛରେ ଚଢିଯାଇଥିଲା ଏବଂ ସେହି ସାମ୍ପୁଲ କିଟ ଚେବାଇ ଖାଇଗଲା । ଯାହାର ଭିଡ଼ିଓ ହପ୍ସିଟାଲ ଷ୍ଟାଫ୍ ସୁଟ କରିଛନ୍ତି । ଯଦିଓ ଭିଡ଼ିଓ ସୁଟ କରିଥିବା ଟେକ୍ନିସିଆନକୁ ମେଡ଼ିକାଲ କଲେଜ ପ୍ରଶାସନ ନୋଟିସ ଜାରି କରିଛନ୍ତି ।

ସୂଚନା ଅନୁସାରେ କୋଭିଡ଼ ୧୯ ସଂକ୍ରମିତଙ୍କ ସାମ୍ପୁଲ ନେଇ ପରୀକ୍ଷଣ କରିବାକୁ ମିରଟର ଏଲଏଲଆରଏମ ଲ୍ୟାବ ନିଆଯାଇଥିଲା । ଲ୍ୟାବ ଟେକ୍ନିସିଆନଙ୍କ ହାତରୁ ମାଙ୍କଡ଼ ସାମ୍ପୁଲକୁ ଛଡ଼ାଇ ନେଇଥିଲା । ଲ୍ୟାବରେ ଉପସ୍ଥିତ ଥିବା ମେଡ଼ିକାଲ ଷ୍ଟାଫ ସାମ୍ପୁଲକୁ ଆଣିବାକୁ ମାଙ୍କଡ଼ର ପଛରେ ଗୋଡ଼ାବା ପରେ ମାଙ୍କଡ଼ ଗଛରେ ଚଢିଯାଇଥିଲା ।

ସାମ୍ପୁଲ ଚୋବାଇ ସେଠାରୁ ପାର୍ ହେଲା ମାଙ୍କଡ଼

ତଳେ ଛିଡ଼ା ହୋଇଥିବା ଷ୍ଟାଫମାନେ ମାଙ୍କଡ଼ଠାରୁ ସାମ୍ପୁଲ ନେବାକୁ ଯଥା ସମ୍ଭବ ପ୍ରୟାସ କରିଥିଲେ କିନ୍ତୁ ସେହି ସମୟରେ ମାଙ୍କଡ଼ ଦାନ୍ତରେ ସାମ୍ପୁଲର ସିଲ ଛିଡ଼ାଇବା ଆରମ୍ଭ କଲା । ତତ୍କାଳ ବନ ବିଭାଗକୁ ସୂଚନା ଦିଆଗଲା  । ହସ୍ପିଟାଲ ପ୍ରଶାସନର ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ସୂଚନା ଦିଆଗଲା କିନ୍ତୁ ମାଙ୍କଡ଼ ସାମ୍ପୁଲକୁ ଚୋବାଇ ସେଠାରୁ ପଳାଇଲା ।

ସଂକ୍ରମଣ ବ୍ୟାପିବାର ଭୟର ଆତଙ୍କ

ମାଙ୍କଡ଼ ପଳାଇବା ପରେ ସେହି ଅଞ୍ଚଳରେ ଏବେ ଆତଙ୍କ ଦେଖା ଦେଇଛି । ଲୋକଙ୍କ କହିବା କଥା ହେଉଛି ଯଦି ସାମ୍ପୁଲ ଦ୍ୱାରା ମାଙ୍କଡ଼ ସଂକ୍ରମିତ ହୋଇଯାଏ ତେବେ ଏହା ପୂରା ଅଞ୍ଚଳରେ ବ୍ୟାପିଯିବ ତେଣୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହା ସହ ବନ ବିଭାଗ ଦ୍ୱାରା ଏହି ମାଙ୍କଡ଼କୁ ଚିହ୍ନଟ କରିବା ମଧ୍ୟ କଷ୍ଟକର ।

ଲ୍ୟାବ ଟେକ୍ନିସିଆନକୁ ମଧ୍ୟ ନୋଟିସ

ସୂଚନା ଅନୁସାରେ ଯେଉଁ ଲ୍ୟାବରେ ଏହି ଘଟଣା ହେଲା ତାହର ଟେକ୍ନିସିଆନକୁ ନୋଟିସ କରାଯାଇଛି । ଏବଂ ତାଙ୍କୁ ସ୍ପଷ୍ଟିକରଣ ମଗା ଯଆଇଛି ଯେ ସେ ଏହି ଖବର କାହିଁକି ବାହାରେ ଲିକ୍ କଲା ।

ୟୁପି କଂଗ୍ରେସ ମଧ୍ୟ ଟାର୍ଗେଟ କରିଛି

ଏହି ଘଟଣାରେ ୟୁପି କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ୟୁପି କଂଗ୍ରେସ ଟ୍ୱିଟ କରିଛି ଯେ, ମିରଟ ମେଡ଼ିକାଲ କଲେଜରେ ଗୋଟିଏ ମାଙ୍କଡ଼ କରୋନା ସଂକ୍ରମିତଙ୍କ ସାମ୍ପୁଲ ନେଇ ପଳାଇଲା । ମିରଟରେ କରୋନା ସଂକ୍ରମଣ ଲଗାତାର ବଢିଛି ଏବେ ଏହାକୁ ନେଇ କେମିତି ଅବହେଳା କରାଯାଉଛି ଦେଖନ୍ତୁ । ଛାଡ଼ନ୍ତୁ ଏହା ଉପରେ ବି ସରକାର ତାଙ୍କ ମିଛକୁ ନେଇ ଆସିବେ ।

ମେଡ଼ିକାଲ କଲେଜ ପ୍ରଶାସନ ମଧ୍ୟ ସ୍ପଷ୍ଟି କରଣ ଦେଇଛି

ମିରଟ ମେଡ଼ିକାଲ କଲେଜର କୂଳପତି ଜିକେ ଗର୍ଗ ଏହି ଘଟଣା ଉପରେ ସ୍ପଷ୍ଟିକରଣ ରଖିଛନ୍ତି । ଏବଂ କହିଛନ୍ତି ମାଙ୍କଡ଼ ଯେଉଁ ସାମ୍ପୁଲ ନେଇଛି ତାହା କରୋନାର ପରୀକ୍ଷା ପାଇଁ ଆସି ନଥିଲା । ତାହା ସାମାନ୍ୟ ପରୀକ୍ଷଣର ସାମ୍ପୁଲ ଥିଲା ।

Leave a Reply