ଆଫ୍ରିଦିଙ୍କ ବାହାନାରେ ଇମ୍ରାନଙ୍କ ଉପରେ ପ୍ରତାପଙ୍କ ହମଲା, କରୋନାରୁ ବଞ୍ଚିବାକୁ ଚାହୁଁଥିଲେ ମୋଦିଙ୍କୁ ମାଗ ସାହାଯ୍ୟ

1 min read

ନୂଆଦିଲ୍ଲୀ: ପାକିସ୍ତାନର ଜଣାଶୁଣା ପୂର୍ବତନ କ୍ରିକେଟର ସାହିଦ୍ ଆଫ୍ରିଦିଙ୍କୁ କରୋନା ହୋଇଛି । ସେ ନିଜେ ଏହା ଟ୍ୱିଟ୍ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଫ୍ରିଦିଙ୍କୁ କେହି ଗେଟ୍ ୱେଲ୍ ସୁନ୍ କହୁଥିବା ବେଳେ କେହି ତାଙ୍କୁ ଆଳ କରି ପାକିସ୍ତାନକୁ ଚିଡାଉଛନ୍ତି । ନିକଟରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାରତକୁ ସାହାଯ୍ୟ ଅଫର କଥାକୁ ବୋଧେ ଭୁଲି ନାହାନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ତେଣୁ ଏହି ମୌକାରେ ସେ ଆଫ୍ରିଦିଙ୍କୁ ଆଳ କରି ପାକିସ୍ତାନଙ୍କୁ ନିଶାନାକୁ ନେଇଛନ୍ତି । ଟ୍ୱିଟ୍ ତୀରଟିଏ ପାକିସ୍ତାନ ପଟକୁ ଛାଡିଛନ୍ତି । 

ପଇସା ପାଇଁ ପାକିସ୍ତାନ କାଙ୍ଗାଳ ପାଲଟିଥିବା ବେଳେ ଦେଶରେ ସ୍ୱାସ୍ଥ୍ୟସେବା ଅବସ୍ଥା ବହୁତ ଖରାପ । ଏହାକୁ ଲକ୍ଷ୍ୟ କରି ଟ୍ୱିଟରରେ ବିଭିନ୍ନ ମତପ୍ରକାଶ ପାଇଛି । ସାହିଦ୍ ଆଫ୍ରିଦଙ୍କ ଟ୍ୱିଟରେ ରିପ୍ଲାଏ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ନନା ଲେଖିଛନ୍ତି- ପାକିସ୍ତାନର ପ୍ରତିଟି ଚିକିତ୍ସାଳୟ ବାବଦରେ ମୋତେ ସମ୍ପୂର୍ଣ୍ଣ ଭାବେ ଜଣାଅଛି । ଯଦି କୋଭିଡ୍-୧୯ରୁ ବଞ୍ଚିବାକୁ ଚାହୁଁଛ ତାହେଲେ ମୋଦିଙ୍କ ସାହାରା ନିଅନ୍ତୁ ।

https://twitter.com/pcsarangi/status/1271771431190147072

କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଭାରତ ଚାହିଁଲେ ସେ ସାହାଯ୍ୟ କରିବେ ବୋଲି କହିଥିଲେ । ଇମ୍ରାନଙ୍କ ଏହି ମନ୍ତବ୍ୟର ଜବାବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏଭଳି ଲେଖିଥିବା ଅନୁମାନ କରାଯାଉଛି । ତେବେ, ପ୍ରତାପ ଷଡ଼ଙ୍ଗୀଙ୍କ ଟ୍ୱିଟ ପରେ ଆନେସ୍ଥେସିଆ ଟେକ୍ନୋଲୋଜିଷ୍ଟ ଅରବିନ୍ଦ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ଲେଖିଛନ୍ତି- କାହିଁକି ସାହାଯ୍ୟ କରୁଛନ୍ତି ? ପାକିସ୍ତାନରେ ମୋଦିଙ୍କ ପ୍ରତି ଏମାନେ ଘୃଣାଭାବ ସୃଷ୍ଟି କରୁଛନ୍ତି ।

ତେବେ, ରୋଚକ ଭାବେ ଏହାର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସଂକ୍ରମଣ ଯୋଗୁଁ କେହି ଖାଲି ପେଟରେ ଶୋଉ । ଆଉ ସେ ସ୍ୱପ୍ନରେ ଖାଦ୍ୟ କୁଆଡ଼ୁ ଆସିବ ଭାବୁ । ରୁଟି ଦୁଇ ଖଣ୍ଡ କି ପାନି ଦୁଇ ବୁନ୍ଦା ଦେଲେ ରାମ ଖୁସି ହେବା ସହ ଆଲ୍ଲା ମଧ୍ୟ ଖୁସି ହେବେ ବୋଲି ପ୍ରତାପ ଷଡ଼ଙ୍ଗୀ ଲେଖିଛନ୍ତି ।

କେବଳ ପ୍ରତାପ ଷଡ଼ଙ୍ଗୀ ନୁହାନ୍ତି ଫିଲ୍ମ  ଟ୍ରେଡ୍ ଆନାଲିଷ୍ଟ ସୁମିତ କଡେଲ  ଆଫ୍ରିଦିଙ୍କୁ ଏହି ମୌକାରେ ଟ୍ରୋଲ କରିବାକୁ ଭୁଲି ନାହାନ୍ତି ଲେଖିଛନ୍ତି – ଶୀଘ୍ର ସୁସ୍ଥ ହୋଇଯାଅ । ପଇସା ଦରକାର ହେଲେ ଯୁବରାଜ ଓ ହରଭଜନଙ୍କୁ ମାଗ ।

 

 

ପୂର୍ବ ଅନ୍ତର୍ଜାତୀୟ କ୍ରିକେଟର ସାହିଦ ଆଫ୍ରିଦିଙ୍କୁ କରୋନା: ଟ୍ୱିଟ୍ କରି କହିଲେ କିଛି ଏଭଳି କଥା

Leave a Reply