ଡେଲିଭରି ବଏଙ୍କ ଅଭିନବ ଉପାୟ, ଘୋଡା ଉପରେ ବସି କରୁଛନ୍ତି ଖାଦ୍ୟ ଡେଲିଭରି

ହାଇଦ୍ରାବାଦ: ଡେଲିଭରି ବଏଙ୍କ ଅଭିନବ ଉପାୟ । ଘୋଡା ଉପରେ ବସି କରୁଛନ୍ତି ଖାଦ୍ୟ ଡେଲିଭରି । ଗତ ତିନିଦିନ ଧରି ସାରା ଦେଶରେ ପେଟ୍ରୋଲ ଦର ବୃଦ୍ଧି ନେଇ ହିଟ ଆଣ୍ଡ ରନ ନିୟମ ଲାଗିରହିଥିବା ବେଳେ ଏହାରି ଭିତରେ ସୋସିଆଲ ମିଡିଆରେ ଗୋଟେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଜୋମାଟୋ ବଏ ଘୋଡା ଉପରେ ବସି ଖାଦ୍ୟ ଡେଲିଭରି କରୁଥିବାର ଦେଖିବାକୁ ମିଳୁଛି । ଏ ଦୃଶ୍ୟ ହେଉଛି ହାଇଦ୍ରାବାଦ ଚଞ୍ଚଳଗୁଡା ଅଞ୍ଚଳର । ଯେଉଁଠାରେ ଡେଲିଭରି ବଏ ଘୋଡା ଉପରେ ବସି ଖାଦ୍ୟ ଡେଲିଭରି କରୁଥିବା ନେଇ ଦେଖିବାକୁ ମିଳିଛି । ତାଙ୍କୁ ଘୋଡା ଉପରେ ବସିଥିବା ନେଇ ଜଣେ ବ୍ୟକ୍ତି ତାଙ୍କୁ ପଚାରିଥିଲେ କଣ ହେଲା ।

ତାହାର ଉତ୍ତରରେ ସେ କହିଥିଲେ ପେଟ୍ରୋଲ ପମ୍ପରେ ଦୀର୍ଘ ୩ ଘଣ୍ଟା ଧରି ଲାଇନରେ ଠିଆ ହେବା ପରେ ତାଙ୍କୁ ପେଟ୍ରୋଲ ମିଲିନଥିବାରୁ ସେ ବାଇକ ଥୋଇଦେଇ ଘୋଡା ଉପରେ ବସି ଖାଦ୍ୟ ଡେଲିଭରି ପାଇଁ ଚାଲିଆସିଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ନିଜ ନିଜ ଆକାଉଣ୍ଟରେ ଏହି ଭିଡିଓଟିକୁ ବହୁ ମାତ୍ରାରେ ସେୟାର କରୁଥିବା ନେଇ ଦେଖାଦେଇଛି । ଏହି ଭିଡିଓରେ କେତେକ ୟୁଜର ଏହାକୁ ବୁଦ୍ଧିମାନର ପରିଚୟ ଏଥିରୁ କିଛି ଶିଖିବାର ଅଛି ବୋଲି ମେସେଜ୍ କରିଛନ୍ତି ।