ମଟନ୍ ପାଇଁ ଭାଙ୍ଗିଗଲା ବାହାଘର

ନଲୀ ମଟନ୍(ମଟନ୍ ହାଡ) ପାଇଁ ଭାଙ୍ଗି ଗଲା ବାହଘର  । ନଲୀ ମଟନ୍ ହୋଇନଥିଲା ବୋଲି ବାହାଘର ଭାଙ୍ଗି ଦେଲେ ପୁଅ ଘର । ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ୍ର ନିଜାମବାଦ୍ ଜିଲ୍ଲାରେ । ନିକଟରେ ରିଲିଜ୍ ହୋଇଥିବା ତେଲୁଗୁ ଚଳଚ୍ଚିତ୍ର ବାଲାଗମ୍ ର ଲୋକପ୍ରିୟ ଦୃଶ୍ୟ ର ସିନ୍ ଭଳି  ମଟନ୍ ହାଡରେ କିଛି ଆଇଟମ୍ ହୋଇ ନଥିବାରୁ ବର ଘର ଲୋକେ ବାହାଘର ଭାଙ୍ଗି ଦେଇଛନ୍ତି  । କନ୍ୟା ଘର ଲୋକେ  ନିଜାମବାଦ୍ ଜିଲ୍ଲାର ହୋଇଥିବା ବେଳେ ବର ଘର ଜଗତିୟାଲ୍ ଜିଲ୍ଲାର ଥିଲେ । ଉଭୟ ଘର ଲୋକ ଙ୍କ ସମ୍ମତିରେ ବାହଘର ହେବ ବୋଲି ସ୍ଥିର କରାଯାଇଥିଲା । ସେଥିପାଇଁ ପ୍ରଥମେ ନିର୍ବନ୍ଧ  ହୋଇଥିଲା ।

ନିର୍ବନ୍ଧ ଭୋଜିରେ ନଲୀ ମଟନ୍ ଆଇଟମ୍ କୁ ଛାଡି ଅନ୍ୟ ସବୁ ନନଭେଜ୍ ଆଇଟମ୍ ହୋଇଥିଲା ।  ନିର୍ବନ୍ଧ ସରିବା ପରେ ତେବେ ବର ପକ୍ଷ ଖାଇବା ବେଳେ ମେନ୍ୟୁ ରେ ନଲୀ ମଟନ୍ ହୋଇ ନଥିବା ଜାଣିବାକୁ ପାଇଥିଲେ କନ୍ୟା ପକ୍ଷଙ୍କ ସହ ଝଗଡା କରିଥିଲେ ।  ଝଗଡା ହେବାରୁ ପୋଲିସ୍ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲା । ପୋଲିସ୍ ବର ଘର ଲୋକଙ୍କୁ ବୁଝା ସୁଝା ମଧ୍ୟ କରିଥିଲା ।  କିନ୍ତୁ ଏଥିରେ କିଛି ବି ସୁଫଳ ମିଳିନଥିଲା । ପରେ ସ୍ଥିତି ଏପରି ହେଲା ଯେ ବର ପକ୍ଷ ବାହାଘର ଭାଙ୍ଗି ବି ଦେଇଥିଲେ  । ମେନ୍ୟୁରେ ନଲୀ ମଟନ୍ର କିଛି ଆଇଟମ୍ ହୋଇନଥିଲା ବୋଲି କନ୍ୟା ପକ୍ଷ ଜାଣିଶୁଣି ଏହି କଥା ବର ଘର ଲୋକଙ୍କୁ ଲୁଚାଇଥିଲେ ବୋଲି ବର ଘର ଲୋକେ ଅଭିଯୋଗ କରିଛନ୍ତି । ସେମାନେ ଏହାକୁ ଏକ ଅପମାନ ବୋଲି ମଧ୍ୟ କହିଛନ୍ତି  ।