ବିକାଶକୁ ମହାକାଳ ମନ୍ଦିରରୁ ଗିରଫ କଲା ପୋଲିସ୍

up gangster vikas dubey arrested

ନୂଆଦିଲ୍ଲୀ: କାନପୁର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଶେଷରେ ଗିରଫ ହୋଇଛନ୍ତି । ପୋଲିସ ତାଙ୍କୁ ଉଜୈନରୁ ଗିରଫ କରିଛି । ସୂଚନାନୁସାରେ, ସେ ଉଜୈନର ମହାକଳ ମନ୍ଦିରରେ ସରେଣ୍ଡର କରିବାକୁ ଚାହୁଁଥିଲେ, କିନ୍ତୁ ଏହା ପୂର୍ବରୁ ପୋଲିସକି ସୂଚନା ମିଳି ଯାଇଥିଲା। ଗୋଟିଏ ଫଟୋରେ ବିକାଶ ଦୁବେ ମନ୍ଦିରରେ ବସିଥିବାର ନଜର ଆସିଛନ୍ତି। ଏବଂ ଏହାପରେ ପୋଲିସ ସୋଠାରେ ପହଞ୍ଚି ବିକାଶଙ୍କୁ ନେଇ ଯାଇଥିଲା । ମହାକଳ ମନ୍ଦିରର ସୁରକ୍ଷା କର୍ମୀ ହିଁ ପୋଲିସକୁ ସୂଚନା ଦେଇଥିଲେ । ପ୍ରାୟ ୧୦ଟି ରାଜ୍ୟର ପୋଲିସ ବିକାଶଙ୍କୁ ଖୋଜୁଥିଲା।

ବିକାଶର ଦୁଇ ସହଯୋଗୀଙ୍କ ଏନକାଉଣ୍ଟର

କାନପୁର ସୁଟଆଉଟର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ନିକଟତର ୨ସହଯୋଗୀଙ୍କ ଏନକାଉଣ୍ଟର କରିଛି ପୋଲିସ । ୨ ସହଯୋଗୀ ହେଲେ ପ୍ରଭାତ ମିଶ୍ରା ଓ ରଣବୀର ଶୁକ୍ଲା । ପ୍ରଭାତକୁ ଫରିଦାବାଦର ଏକ ହୋଟେଲରୁ ଗିରଫ କରିଥିଲା ପୋଲିସ ସେପଟେ ଇଟାୱାରୁ ରଣବୀର ଶୁକ୍ଲାକୁ ଗିରଫ କରାଯାଇଥିଲା । ଦୁହେଁ ପୋଲିସ କଷ୍ଟଡିରେ ଥିବା ବେଳେ ଖସିଯିବାକୁ ଚେଷ୍ଟା କରିବାରୁ ପୋଲିସ ୨ଜଣଙ୍କୁ ଏନକାଉଣ୍ଟର କରିଛି ।

ଗତକାଲି ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ଅମର ଦୁବେର ଏନକାଉଣ୍ଟର କରିଥିଲା ପୋଲିସ । ସେପଟେ ବିକାଶକୁ କାବୁ କରିବାକୁ ପୋଲିସ ଚର୍ଚ୍ଚ ଅପରେସନ ଜୋରଦାର କରିଥିଲା । ଫରିଦାବାଦର ଏକ ଗେଷ୍ଟହାଉସରେ ଲୁଚିଥିବା ଖବର ପାଇଁ ଗତକାଲି ସାଧା ପୋଷାକଧାରୀ ପୋଲିସ ଛାପା ମଧ୍ୟ ମାରିଥିଲେ । ହେଲେ ବିକାଶକୁ ଧରିବାରେ ବିଫଳ ହୋଇଥିଲା ପୋଲିସ । ସେପଟେ ସିସିଟିଭି ଫୁଟେଜରେ ବିକାଶ ସେଠାରେ ଥିବା କଥା ସ୍ପଷ୍ଟ ହୋଇଥିଲା । କାନପୁରରେ ୮ ପୋଲିସଙ୍କୁ ମାରିଥିବା ବିକାଶ ଦୁବେ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଟପରେ ଥିଲା ।

Leave a Reply