ସରକାରଙ୍କ ଟାର୍ଗେଟରେ ଗାନ୍ଧି ପରିବାରର ୩ଟି ଟ୍ରଷ୍ଟ୍

1 min read

FILE

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ଫାଉଣ୍ଡେସନରେ ଫଣ୍ଡିଂକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି । ଏହାମଧ୍ୟରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗୃହମନ୍ତ୍ରଣାଲୟ ତରଫରୁ ଏକ କମିଟି ତିଆରି କରାଯାଇଛି ଯିଏକ କି ଏହି ଫାଉଣ୍ଡେସନର ଫଣ୍ଡିଂ ଏବଂ ତାଙ୍କ ଦ୍ୱାରା କରାଯାଇଥିବା ନିୟମର ଉଲଂଘନର ଯାଞ୍ଚ କରିବ । କେନ୍ଦ୍ରିୟ ଗୃହ ମନ୍ତ୍ରଣାଳୟର ପ୍ରବକ୍ତାଙ୍କ ତରଫରୁ ବୁଧବାର ଦିନ ଏହା ଉପରେ ଏକ ଟ୍ୱିଟ କରି ସୂଚନା ଦିଆଯାଇଥିଲା । ଟ୍ୱିଟରେ କୁହାଯାଇଥିଲା ଯେ, କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି, ଯିଏ କି ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚାରିଟିବିଲିଟି ଟ୍ରଷ୍ଟ ଏବଂ ଇନ୍ଦିରାଗାନ୍ଧି ମେମୋରିୟଲ ଟ୍ରଷ୍ଟର ଯାଞ୍ଚ କରିବ ।

ବହୁତ ଫ୍ୟାକ୍ଟ୍ରିର ଯାଞ୍ଚ ପାଇଁ ୩ଟି ଏଜେନ୍ସିକୁ ଦାୟିତ୍ୱ

ଏହି ଯାଞ୍ଚରେ PMLA ଆକ୍ଟ, ଇନକମ୍ ଟ୍ୟାକ୍ସ ଆକ୍ଟ, FCRA ଆକ୍ଟର ନିୟମ ଉଲ୍ଲଂଘନର ଯାଞ୍ଚ କରାଯିବ । ତେବେ କମିଟିର ତଦାରଖ ଇଡ଼ିର ସ୍ପେସାଲ ନିର୍ଦ୍ଦେଶକ କରିବେ । ସୂଚନା ଅନୁସାରେ, ଟ୍ରଷ୍ଟ ସହ ଜଡିତ ଫଣ୍ଡିଂ ଯାଞ୍ଚ ୩ଟି ଅଲଗା ଅଲଗା ଏଜେନ୍ସି କରିବେ । ଏହା ମଧ୍ୟରେ ସିବିଆର ଏକ ଟିମ୍ FCRA ଆକ୍ଟ ଅନୁସାରେ ମାମଲାକୁ ଯାଞ୍ଚ  କରିବ । ଏହାବ୍ୟତୀତ EDର ଏକ ଟିମ୍ PMLA ଉଲ୍ଲଂଘନ କରିବାର ଏବଂ ଆୟକର ବିଭାଗ ଟାକ୍ସ ସମ୍ବନ୍ଧିୟ ଯାଞ୍ଚ କରିବ ।

କଣ ହେଲା ପୂରା ଘଟଣା ?

ସୂଚନା ଅନୁସାରେ ଭାରତ ଓ ଚୀନ ଭିତରେ ଚାଲିଥିବା ବିବାଦ ମଧ୍ୟରେ ଯେତେବେଳେ କଂଗ୍ରେସ ପାର୍ଟି ବିଜେପିକୁ ଘେରିବା ଆରମ୍ଭ କଲା  ସେତେବେଳେ ବିଜେପି କଂଗ୍ରେସକୁ ଘେରିଥିଲା । ବିଜେପିକ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ତରଫରୁ ଅଭିଯୋଗ କରାଯାଥିଲା ଯେ, ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଚୀନରୁ ଫଣ୍ଡିଂ ମିଳୁଥିଲା । ଏହାବ୍ୟତୀତ ଦେଶ ପାଇଁ ଯେଉଁ ପ୍ରଧାମମନ୍ତ୍ରୀ ରିଲିଫ୍ ପାଣ୍ଠି ତିଆରି କରାଯାଇଥିଲା ସେଥିରୁ ମଧ୍ୟରୁ ମଧ୍ୟ ୟୁପି ସରକାର ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଦେଇଥିଲେ । ବିଜେପିର ଅଭିଯୋଗ ଥିଲା କି ୨୦୦୫-୦୮ ପର୍ଯ୍ୟନ୍ତ PMNRF ତରଫରୁ ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଏହି ଟଙ୍କା ମିଳିଥିଲା ।

ଯଦିଓ ଜବାବରେ କଂଗ୍ରେସ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଦେଇଥିଲା ଏବଂ କୁହାଯାଇଥିଲା ଯେ, ରାଜୀବ ଗାନ୍ଧି ଫାଉଣ୍ଡେସନ ଦେଶର ଫାଉଣ୍ଡେସନ ଏବଂ ଏହାର କାମ ଦେଶର ସେବା କରିବା ।

କଂଗ୍ରେସ କହିଥିଲା ଯେ, ରାଜୀବ ଗାନ୍ଧି ଫାଉଣ୍ଡେସନକୁ ୨୦୦୫-୦୬ରେ PMNRF ୨୦ଲକ୍ଷ ଟଙ୍କାର ସାଧାରଣ ଧନରାଶୀ ମିଳିଥିଲା ଯାହା ବ୍ୟବହାର ଆଣ୍ଡାମାନ- ନିକୋବର ସମୂହରେ ଖର୍ଚ୍ଚ କରାଯାଇଥିଲା ।

Leave a Reply