ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଲେ ବିଜେପି ନେତା…

1 min read
bjp leader wasim bari who was shot dead by terrorists in jammu and kashmir

ବାନ୍ଦିପୋରା: ବୁଧବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଖିନଭିନ ହୋଇଯାଇଛି ଗୋଟିଏ ପରିବାର । କିଛି କରିବା ଆଗରୁ ଲିଭିଯାଇଛି ସମସ୍ତଙ୍କ ଜୀବନ ଦୀପ ଏବେ ଅନ୍ଧକାରରେ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି ପରିବାରରେ ବଞ୍ଚିଯାଇଥିବା ମହିଳା ୨ଜଣ । ଆମେ କହୁଛୁ ଶେଖ ବାସୀମ ବାରୀଙ୍କ ପୁରା ପରିବାରର କଥା । ବାରୀଙ୍କ ପରିବାରର ୩ଜଣ ସଦଶ୍ୟ ଆତଙ୍କୀ ଆକ୍ରମଣରେ ନିହତ ହୋଇଛନ୍ତି । ବାକି କେବଳ ତାଙ୍କ ପତ୍ନୀ, ତିନି ମାସର ପୁଅ ଏବଂ ଭଉଣୀ ରହିଯାଇଛନ୍ତି । ଯିଏ କି କିଛି ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ଆହତ ହୋଇ ଅକ୍ଷମ ହୋଇଯାଇଥିଲେ ଭଉଣୀ । ସେହି ଦୁର୍ଘଟଣାରେ ବାରୀ ତାଙ୍କ ମା’ଙ୍କୁ ମଧ୍ୟ ହରାଇଥିଲେ।

ବୁଧବାର ରାତିରେ ସେ ତାଙ୍କ ଘର ତଳେ ଥିବା ଦୋକାନରେ ଉପସ୍ଥିତ ଥିଲେ, ଯେତେବେଳେ ସେ ୧୦୦ ମିଟର ଦୂରରେ ଥିବା କଣ୍ଟା ତାର ଅବରୋଧ ଏବଂ ବାନ୍ଦିପୋରା ପୋଲିସ ଷ୍ଟେସନକୁ ପାର କରି ତାଙ୍କ ସାନଭାଇ ଏବଂ ବାପାଙ୍କ ମୁଣ୍ଡକୁ ଗୁଳି କରିଥିଲେ ଆତଙ୍କବାଦୀ । ତାଙ୍କୁ ଡାକ୍ତରଖାନା ନେବା ବେଳକୁ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇ ସାରିଥିଲେ ।

ଗୁରୁବାର ଦିନ ଜନାଜେ ପୂର୍ବରୁ ତାଙ୍କ ମୃତ ଶରୀର ପାଖରେ ବସି ତାଙ୍କ ପତ୍ନୀ କାନ୍ଦି କାନ୍ଦି କହିଥିଲେ, ବସୀମ ମୋତେ କହିଥିଲେ ହୁଏତ ତୁମକୁ ତୁମ ଘରକୁ ଯିବାକୁ ପଡିବ, ସ୍ୱାମୀଙ୍କ ମୃତ୍ୟୁ ପରେ ବାପ ଘରକୁ ହିଁ ଯିବାକୁ ପଡେ । ତାଙ୍କ ସ୍ତ୍ରୀଙ୍କ ଅନୁଯାୟୀ, ଏହି ଆକ୍ରମଣର କିଛି ସମୟ ପୂର୍ବରୁ ବସୀମ ଘରୁ ବାହାରକୁ ଯାଇ ପତ୍ନୀଙ୍କୁ ଘରେ ରହିବାକୁ କହିଥିଲେ ଆଉ କହିଥିଲେ ସେ ଘରକୁ ଫେରିବା ସମୟରେ ଆଇସକ୍ରିମ ଆଣିବେ।

ତାଙ୍କର ଦୋଷ କେବଳ ଏହା ଥିଲା ଯେ ସେ ଭାରତୀୟ ଜନତା ଦଳର ନେତା ଥିଲେ ଏବଂ ତାଙ୍କ ଘର ଉପରେ ତ୍ରିରଙ୍ଗା ଉଡ଼ୁଥିଲା । ଆଇଜି ପୋଲିସ କାଶ୍ମୀର ରେଞ୍ଜ ବିଜୟ କୁମାରଙ୍କ ଅନୁଯାୟୀ ବିଜେପି ନେତାଙ୍କ ଉପରେ ହୋଇଥିବା ଆକ୍ରମଣ ପୂର୍ବରୁ ଯୋଜନା ମୁତାବକ ହୋଇଛି ।  ତାଙ୍କ ସୁରକ୍ଷାରେ ମୂତୟନ ଥିବା ୧୦ଜଣ PSO ବା ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ବରଖାସ୍ତ କରାଯାଇ ଗିରଫ କରାଯାଇଛି ।

ପୋଲିସର ସୂଚନାନୁସାରେ, ବସୀମ ବାରିଙ୍କୁ ତାଙ୍କ ବାପା ଏବେ ଭାଇଙ୍କୁ ସ୍ଥାନୀୟ ଆତଙ୍କବାଦୀ ଆବିଦ ଜଣେ ପାକିସ୍ତାନୀ ଆତଙ୍କବାଦୀ ସହ ମିଶି ହତ୍ୟା କରିଛି ଯିଏ କି ଲସ୍କ-ଏ-ତୈବାର ଅଂଶ । ମୁସଲିମବାଦ ବାଣ୍ଡିପୋରାରେ ତାଙ୍କ ଘରେ ବିଜେପିର ପତାକା ଲଗିଛି । ୧୦୦ ମିଟରରୁ କମ୍ ଦୂରରେ ଏକ ପୋଲିସ୍ ଷ୍ଟେସନ୍ ଅଛି । ସିସିଟିଭି ଫୁଟେଜର ଯାଞ୍ଚ ପୋଲିସ, ସେନା ଏବଂ CRPF ଅଧିକାରୀଙ୍କ ଉପସ୍ଥିତିରେ କରିଛି । ଫୁଟେଜ ଅନୁଯାୟୀ ଆବିଦ୍, ନିକଟରୁ ପିସ୍ତଲରୁ ଗୁଳି ଚଳାଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀ ତାଙ୍କୁ ପରାମର୍ଶ ଦେଉଥିଲା । ବାସୀମ, ତାଙ୍କ ଭାଇ ଏବଂ ବାପା ତିନିଜଣଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଡାକ୍ତରଖାନା ଯିବା ବାଟରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ କହିଛି ଯେ ବିଜେପି ନେତା ବାସୀମ ଘରୁ ବାହାରକୁ ଯାଇଥିଲେ ଏବଂ ସେ ଫେରିବା ପରେ ସମସ୍ତ PSO ତାଙ୍କ ସହ ଥିଲେ। ଘରେ ପ୍ରବେଶ କରିବା ପରେ, ସମସ୍ତ PSO ଉପର ମହଲାକୁ ଯାଇଥିବାବେଳେ ୱାସିମ୍ ଘର ତଳେ ଥିବା ଦୋକାନକୁ ଯାଇଥିଲେ, ଯେଉଁଠାରେ ତାଙ୍କ ପିତା ଏବଂ ଭାଇ ଉପସ୍ଥିତ ଥିଲେ । ଶେଖ ବାସିମ ବାରୀଙ୍କୁ ୨୭ ବର୍ଷ ହୋଇଥିଲା, ତାଙ୍କ ଭାଇ ତାଙ୍କଠାରୁ ସାନ ଥିଲେ, ତୈଙ୍କ ବୟସ ୧୯ ବର୍ଷ ଥିଲା । ବସୀର ଅହମ୍ମଦ ଏହି ଦୁଇ ପୁଅର ବୃଦ୍ଧ ପିତା ଥିଲେ । ଏବେ ତିନି ଜଣଙ୍କ ଅନ୍ତିମ ସଂସ୍କାର ସରିଥିବା ସୂଚନା ମିଳିଛି ।

Leave a Reply