ଇସଲାମିକ ଶାସନ ପାଇଁ ଅନ୍ଧ ତୁର୍କୀ, ଆତଙ୍କରାଜ ପାଇଁ ପାକ ସହ ବାନ୍ଧିଛି ବନ୍ଧୁତା

1 min read

ନୂଆଦିଲ୍ଲୀ: ନାର୍ଗାନ-କାରବାଖରେ ଆତ୍ମଘାତୀର ଆତଙ୍କରାଜ ଖେଳାଇବା ପରେ ଏବେ କାଶ୍ମୀରରେ କୁଖ୍ୟାତ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ତୁର୍କୀ । ହଁ, ଖବର ମିଛ ନୁହେଁ । ଶତ୍ରୁ ସୈତାନ ପାକିସ୍ତାନ ଏବଂ ତାହାର ବନ୍ଧୁ ତୁର୍କୀ ଏବେ ମିଳିତ ଭାବେ ଆରମ୍ଭ କରିଛନ୍ତି ଚକ୍ରାନ୍ତ । ତୁର୍କୀ ଏବେ ଆର୍ମୋନିଆର ନାର୍ଗାନ-କାରବାଖକୁ ଅକ୍ତିଆର କରିସାରିବା ପରେ କାଶ୍ମୀର ଉପରେ ରଖିଛି ଆଖି । ସୂଚନା ମୁତାବକ ତୁର୍କୀ ଏବଂ ତାହାର ଧାର୍ମିକ ଗୁଲାମ ସାଜିଥିବା ପାକିସ୍ତାନ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ରଚିଛନ୍ତି ରଚନା ।

ସିରିଆର ନ୍ୟାସନାଲ ଆର୍ମି କ୍ୟାମ୍ପରେ କୁଖ୍ୟାତ ଆତଙ୍କାବାଦୀଙ୍କୁ ଏକାଠି କରିବାରେ ଲାଗିଛି ତୁର୍କୀ । ଉତ୍ତର ସିରିଆର ଏକ ଅଞ୍ଚଳରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ନେଇ ସୂଚନା ମିଳିଛି । ଏହି ଜେହାଦୀ ମାନେ ଏବେ ଅନ୍ତ୍ରରାଷ୍ଟ୍ରୀୟ ସ୍ତରରେ ସିପାହୀ ତୁର୍କୀ ପାଇଁ ସାଜିଛନ୍ତି ସିପାହୀ । ଲିବିଆ, ଅଜରବୈଜାନ, ଆର୍ମୋନିଆ, ୟମନ ଏବଂ ଦକ୍ଷିଣ କୁର୍ଦିସ୍ତାନରେ ଏହି ଆତଙ୍କୀ ଖତରନାକ ଖେଳ ଖେଳିସାରିବା ପରେ ଏବେ ପାକିସ୍ତାନ ପାଇଁ ଅଣ୍ଟା ଭିଡିଛି । ଏକ ଖବର ସଂସ୍ଥାର ରିପୋର୍ଟ ମୁତାବିକ ଏହି ଜେହାଦୀ ଏବେ ଭାରତୀୟ ସୈନ ସହ ଯୁଦ୍ଧ ଲଢିବା ପାଇଁ ସଜବାଜ ହେଉଛନ୍ତି ।

ଜମ୍ମୁ-କାଶ୍ମୀରରେ ଇସଲାମିକ ଶାସନର ସ୍ଥାପନା କରିବା ପାଇଁ ତୁର୍କୀ ରାଷ୍ଟ୍ରପତି ରୋଚମ ତୈୟତ ପାକିସ୍ତାନ ସହ ଭିତିରି ବନ୍ଧୁତା ବାନ୍ଧିଛନ୍ତି । ସେପଟେ ସିଆର ନ୍ୟାସନାଲ ଆର୍ମିର ସୁଲେମାନ ଶାହ ବ୍ରିଗେଡିଅରର କମାଣ୍ଡର ମହମ୍ମଦ ଅବୁ ଉମଶା ୫ ଦିନ ତଳେ ଘୋଷଣା କରିଛନ୍ତି କି, ତୁର୍କୀ ଚାହୁଁଛି ଏହି ଆତଙ୍କୀ ମାନଙ୍କୁ କାଶ୍ମୀର ପଠାଯାଉ । କେଉଁମାନେ କାଶ୍ମୀର ଆସିବେ ତାହାର ଏକ ତାଲିକା ତୁର୍କୀ ପ୍ରସ୍ତୁତ କରୁଥିବା ଜଣାପଡିଛି । ସେପଟେ ଭାରତ ସେନା ସହ ଲଢେଇ କରିବାକୁ ଆସିବାକତୁ ଥିବା ଜେହାଦୀଙ୍କ ପାଇଁ ୨ ହଜାର ଡଲାରର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ତୁର୍କି ।

Leave a Reply