ମୁରିବାହଲର କୋଟିପତି ରେଞ୍ଜର ଗିରଫ, ମିଳିଲା ୧ କୋଟି ୮୬ ଲକ୍ଷ ଟଙ୍କାର ସମ୍ପତ୍ତି

Vigilance Arrested Muribahal Forest Ranger Prashanta Nayak

ବଲାଙ୍ଗିର: ଜଙ୍ଗଲି ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବଲାଙ୍ଗିର ଜିଲ୍ଲା ମୁରିବାହଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରିଛି । ରେଡ୍ ବେଳେ ପ୍ରଶାନ୍ତଙ୍କ ପାଖରୁ ୧ କୋଟି ୮୬ ଲକ୍ଷ ୫୪ ହଜାର ୫୯୨ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗୁରୁବାର ଡିସେମ୍ବର ୩ ତାରିଖରେ ଭିଜିଲାନ୍ସର ଟିମ୍ ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଥିଲା ।

Vigilance Arrested Muribahal Forest Ranger Prashanta Nayak

ଟିଟିଲାଗଡ଼ରେ ଥିବା ପ୍ରଶାନ୍ତଙ୍କ ୩ ମହଲା ଘର, ଟିଟିଲାଗଡ଼ ବେଲପଦରରେ ଥିବା ଫାର୍ମ ହାଉସ୍, ମୁରିବାହାଲ ସରକାରୀ କ୍ୱାର୍ଟର ସହ ଅଫିସରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ସର୍ଚ୍ଚ ବେଳେ ଭିଜିଲାନ୍ସକୁ ୧ କୋଟି ୮୬ ଲକ୍ଷ ୫୪ ହଜାର ୫୯୨ ଟଙ୍କାର ସମ୍ପତ୍ତି ମିଳିଛି । ଏଥିରେ ଗୋଟିଏ ୩ ମହଲା ଘର, ୧୦ ଖଣ୍ଡ ପ୍ଲଟ୍, ୨ଟି କାର, ଗୋଟିଏ ବାଇକ୍, ବିଭିନ୍ନ ବ୍ୟାଙ୍କରେ ଥିବା ଜମା, ଇନ୍ସୁରାନ୍ସ ପଲିସି, ସୁନା ଓ ରୂପା ଅଳଙ୍କାର, ନଗଦ ଟଙ୍କା ସହ ୨.୭ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ରହିଛି ।

Vigilance Arrested Muribahal Forest Ranger Prashanta Nayak

ରେଡରୁ ଜଣାପଡ଼ିଛି ପ୍ରଶାନ୍ତଙ୍କ ପାଖରେ ୧ କୋଟି ୩୯ ଲକ୍ଷ ୯୨ ହଜାର ୯୫୬ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି । ଏତେ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିର ପ୍ରମାଣ ମିଳିବା ପରେ ସମ୍ବଲପୁର ଭିଜିଲାନ୍ସ ମୁରିବାହଲ ଫରେଷ୍ଟ ରେଞ୍ଜର ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରିଛି । ଏବେ ବି ମାମଲାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

Leave a Reply