ପୁଣି ଲିକ୍ ହେଲା ଷ୍ଟିରେନ୍ ଗ୍ୟାସ୍, ୩ କିମି ଭିତରେ ଥିବା ସବୁ ଗାଁ ଖାଲି

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶ ଭାଇଜାଗସ୍ଥିତ ଏଲଜି ପଲିମର ଇଣ୍ଡଷ୍ଟ୍ରୀରୁ ପୁଣି ଥରେ ଗ୍ୟାସ୍ ଲିକ୍ ହେବା ଆରମ୍ଭ ହୋଇଛି । ଗୁରୁବାର ଯେଉଁ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଥିଲା ସେଠାରୁ ପୁଣି ଷ୍ଟିରେନ୍ ଗ୍ୟାସ୍ ଲିକ୍ ହୋଇଛି । ଘଟଣା ଜଣାପଡ଼ିବା ପରେ ସେଠାରେ ଅଗ୍ନିଶମ ବାହିନୀର ପ୍ରାୟ ୬୦ଟି ଗାଡ଼ି ପହଞ୍ଚିଛନ୍ତି । ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସକୁ ପ୍ରସ୍ତୁତ କରାଯଆଇଛି । ଗ୍ୟାସକୁ ନିଷ୍କ୍ରିୟ କରିବାକୁ ଗୁଜରାଟରୁ ପିଟିବିସି ଅଣାଯାଇଛି ।

ବିଶାଖାପାଟନମ ଜିଲ୍ଲା ଅଗ୍ନିଶମ ଅଧିକାରୀ ସନ୍ଦୀପ ଆନନ୍ଦଙ୍କ ମୁତାବକ, ଉକ୍ତ ଟ୍ୟାଙ୍କରରୁ ହିଁ ପୁଣି ଥରେ ଷ୍ଟିରେନ୍ ଲିକ୍ ହୋଇଛି । ଅଗ୍ନିଶମ ବାହିନୀର ପ୍ରାୟ ୫୦ଟି ଟିମ୍ ଓ ଏନଡିଆରିଏଫ ଟିମ୍ ପ୍ରସ୍ତୁତ ଅଛନ୍ତି । ୨ରୁ ୩ କିଲୋମିଟର ପରିସୀମାରେ ଥିବା ସମସ୍ତ ଗାଁରୁ ଲୋକଙ୍କୁ ଖାଲି କରାଯାଉଛି । ପୋଲିସ ସୂଚନା ପ୍ରକାରେ, ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଗୁଜରାଟରୁ ଆସିଥିବା ଟିମ୍ ରିପ୍ୟାରିଂ କାମ କରୁଛନ୍ତି ।

ଗୁରବାର ଭୋରରୁ ଗ୍ୟାସ୍ ଲିକ୍ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରେ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ଏହାଦ୍ୱାରା ପ୍ରାୟ ୫ ହଜାର ଲୋକ ପ୍ରଭାବିତ ହୋଇଥିଲେ । ତେବେ, ପ୍ଲାଣ୍ଟରୁ ବାରମ୍ବାର କାହିଁକି ବିଷାକ୍ତ ଗ୍ୟାସ୍ ଲିକ୍ ହେଉଛି ? ଏ ପର୍ଯ୍ୟନ୍ତ ତାର କାରଣ ଜଣାପଡ଼ିନାହିଁ ।

ଦେଖନ୍ତୁ ଗ୍ୟାସ ଲିକର ଭୟଙ୍କର ଚିତ୍ର: ଯେତେବେଳେ ଅଚେତ ହୋଇ ନାଳରେ ପଡ଼ିବାକୁ ଲାଗିଲେ ଲୋକ

Leave a Reply