ସଂଗ୍ରାମଙ୍କ ସଙ୍ଗୀନ ଅଭିଯୋଗ: ପ୍ରଦୀପଙ୍କ ପାଖରେ ବିପୁଳ ସମ୍ପତ୍ତି, ମଦ ବ୍ୟବସାୟୀଙ୍କ ସହ ରହିଛି ଘନିଷ୍ଠ ସମ୍ପର୍କ

1 min read
Sorada Congress Leader Sangram Keshari Mohanty Allegation Against Pradeep Panigrahi

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ କଳା ଟଙ୍କା କାରବାରର ଚିଠା ଖୋଲିଲେ କଂଗ୍ରେସ ନେତା ତଥା ସୋରଡ଼ାର କଂଗ୍ରେସ ବିଧାୟକ ପ୍ରାର୍ଥୀ ସଂଗ୍ରାମ କେଶରୀ ମହାନ୍ତି । ପ୍ରଦୀପଙ୍କ ପାଖେ ବିପୁଳ ସମ୍ପତ୍ତି କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ସଂଗ୍ରାମ । ସୋରଡ଼ାରୁ-ଦାରିଙ୍ଗବାଡ଼ି ଯିବା ବାଟରେ ମୟାଙ୍ଗି ପାଖରେ ୧୫୦ ଏକର ଜମି ମିଳିତ ଭାବେ ରଖିଛନ୍ତି ପ୍ରଦୀପ । ବ୍ରହ୍ମପୁରର କୋର୍ଟପେଟା ଭିଜିଲାନ୍ସ ଅଫିସ ସମ୍ମୁଖରେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜମି କିଣିଛନ୍ତି । ଏଥିରେ ଚାରି ଜଣ ଭାଗୁଆଳି ଅଛନ୍ତି, ସେଥିରେ ପ୍ରଦୀପଙ୍କ ସାନ ଭାଇଙ୍କ ସମ୍ପୃକ୍ତି ରହିଥିବା ସଂଗ୍ରାମ କହିଛନ୍ତି ।

Sorada Congress Leader Sangram Keshari Mohanty Allegation Against Pradeep Panigrahi

ପ୍ରଦୀପଙ୍କ ବେଆଇନ୍ କାରବାରରେ ତାଙ୍କ ଶାଳକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି । ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁଙ୍କ ସହ ପ୍ରଦୀପଙ୍କ ରହିଛି ଘନିଷ୍ଠ ସମ୍ପର୍କ । ୨୦୦୬ ଗୋଳାବନ୍ଧ ମଦ ମୃତ୍ୟୁ ମାମଲାରେ ସୂର୍ଯ୍ୟ ସାହୁ ଓ ପ୍ରଦୀପଙ୍କ ନାମ ଆସିଥିଲା । ସୋରଡ଼ା ବିଧାୟକଙ୍କ ପତ୍ନୀଙ୍କ ନାମରେ ବାଦୁଆ ଅଞ୍ଚଳରେ ବିରାଟ ପୋଖରୀ କରି ମାଛ ଚାଷ କରୁଛନ୍ତି । ଏଥିରେ ମଧ୍ୟ ଗୋପାଳପୁର ବିଧାୟକଙ୍କର ସମ୍ପୃକ୍ତି ରହିଛି ।

ସୋରଡ଼ା ଋଷିକୂଲ୍ୟା କଲେଜ ନିକଟରେ ଏକ ଟିଭିଏସ ସୋରୁମ ଓ ଏକ ହୋଣ୍ଡା ସୋରୁମ୍ ରହିଛି । ଏଥିରେ ପ୍ରଦୀପଙ୍କ ଅର୍ଥ ବିନିଯୋଗ ହୋଇଥିବା ଅଭିଯୋଗ କରିଛନ୍ତି ସଂଗ୍ରାମ । ସୋରଡ଼ା ବିଧ୍ୟାୟକ, ପ୍ରଦୀପ ପାଣିଗ୍ରାହୀଙ୍କ ଇଙ୍ଗିତରେ ଓ ସହଯୋଗରେ ସବୁ ବେଆଇନ୍ ସମ୍ପତ୍ତି ହାତେଇଛନ୍ତି । ପ୍ରଦୀପ ପ୍ରାଣିଗ୍ରାହୀଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି ।

Leave a Reply