IIFL ସୁନା ଲୁଟ୍ ଘଟଣାରେ ପୂର୍ବତନ ସିକ୍ୟୁରିଟି ଗାର୍ଡ ଗିରଫ

1 min read
IIFL Gold Loot Case, Police Arrested Former Security Guard

କଟକ: ଆଇଆଇଏଫଏଲ ଲୁଟ ଘଟଣାରେ ବଢୁଛି ଗିରଫଦାରୀ ସଂଖ୍ୟା । ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ହରମୋହନ ଦାସ । ସେ ପୂର୍ବରୁ  IIFLରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ହରମୋହନ ନିକଟରୁ ୨ଟି କାର ଜବତ ହୋଇଛି । ମାଷ୍ଟରମାଇଣ୍ଡ ଲାଲା ଅମୃତ ରାୟ ଓ ଅନ୍ୟ ଲୁଟେରାଙ୍କ ସହ ଲୁଟ୍ ଯୋଜନାରେ ସାମିଲ ଥିଲା ହରମୋହନ ।

IIFL Gold Loot Case, Police Arrested Former Security Guard

ଚୌଦ୍ୱାର ବୈଦେଶ୍ୱର ନିକଟରେ କରିଥିଲେ ଲୁଟ୍ ଯୋଜନା । ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଗିରଫ କଲାଣି ପୋଲିସ । ସେପଟେ ମାଷ୍ଟରମାଇଣ୍ଡ ଲାଲା ଅମୃତ ରାୟ ସମେତ ୨ ଜଣ ସହଯୋଗୀଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ସୁନା ଚୋରି ଆହୁରି ବାକି ଥିବାବେଳେ ଅଧିକ ତଥ୍ୟ ପାଇଁ ରିମାଣ୍ଡରେ ନେଇଛି ପୋଲିସ । ପୂର୍ବରୁ ମାଷ୍ଟରମାଇଣ୍ଡ ଲାଲା ଅମୃତ ରାୟ ସମେତ ୫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ ।

IIFL Gold Loot Case, Police Arrested Former Security Guard

ସେପଟେ ଏ ଯାଏଁ ଲୁଟ ଘଟଣାରେ ୧୦ କିଲୋ ସୁନା ଗହଣା ଠାବ ହୋଇଛି । ଏହା ସହିତ ୭ ଲକ୍ଷ ୩୬ ଟଙ୍କା, ତିନୋଟି କାର, ତିନୋଟି ମୋଟର ସାଇକେଲ ଜବତ କରିଛି ପୋଲିସ । ମାନାପୁରମର ଦୁଇଟି ବ୍ରାଞ୍ଚରୁ ୬ କିଲୋ ୭ ଶହ ସୁନା ମିଳିଥିଲା । ସଂସ୍ଥାରୁ ଠାବ ହୋଇଥିବା ସମସ୍ତ ସୁନା ପୋଲିସ ହେପାଜତରେ ରହିବ । ସୁନା ବନ୍ଧକ ଥିବା ଲୋକେ ଫେରାଇବା ଦାୟିତ୍ଵ IIFL ସଂସ୍ଥାର ବୋଲି ପୂର୍ବରୁ କହିଛନ୍ତି ପୋଲିସ କମିଶନର ।

Leave a Reply