କୁନି ପିଲାଟିର ହୃତପିଣ୍ଡରେ ଥିଲା ଛିଦ୍ର, ଗୋଟିଏ ଟ୍ୱିଟରେ ସହାୟତାର ହାତ ବଢାଇଲେ ସୋନୁ

1 min read

ମୁମ୍ବାଇ: ଲକଡାଉନ ସମୟରେ ଏକାଧିକ ଅସହାୟଙ୍କୁ ସହାୟତାର ହାତ ବଢାଇ ବେଶ୍‌ପ୍ରଶଂସା ସାଉଁଟିଛନ୍ତି ଲୋପ୍ରିୟ କଳାକାର ସୋନୁ ସୁଦ । ଏକାଧିକ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚିବାରେ ସାହାଯ୍ୟ କରିଥିବା ବେଳେ ଆଉ କେତେକଙ୍କ ଭାଙ୍ଗି ଯାଇଥିବା ଘରକୁ ପୁଣିଥରେ ସଜାଡ଼ି ଦେଇଛନ୍ତି । ଅନ୍ୟର ଖରାପ ସମୟରେ ସେମାନଙ୍କ ନିକଟରେ ଛିଡ଼ା ହୋଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି । ତେବେ ନିକଟରେ ସେହିଭଳି ଏକ ମହାନ୍‌କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସୋନୁ । ସାମ୍ନାକୁ ଆସିଥିବା ଟ୍ୱିଟ ଅନୁସାରେ ଏକ ଛୋଟ ପିଲାର ହୃତପିଣ୍ଡରେ ଥିବା ଛିଦ୍ରର ଚିକିତ୍ସା କରିବା ପାଇଁ ସେ ଟ୍ୱିଟରେ କହିଛନ୍ତି ।

ଧୀରଜ କୁମାର ନାମକ ଜଣେ ଟ୍ୱିଟର ୟୁଜର ଟ୍ୱିଟ କରି ଏହି ପିଲାଟିର ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି । ଏହା ସହିତ ସେ ଓ ଅନ୍ୟ କିଛି ଯୁବକ ମିଶି ୨୫ ହଜାର ଟଙ୍କା ସଂଗ୍ରହ କରିବା ପରେ ବାକି ଟଙ୍କାର ଆୟୋଜନ ହୋଇନପାରିବାରୁ ସେମାନେ ସୋନୁଙ୍କ ସାହାଯ୍ୟ ଲୋଡ଼ିଛନ୍ତି ବୋଲି ଟ୍ୱିଟ କରି ଊେଖିଛନ୍ତି । ସବୁଠାରୁ ଖାସ କଥା ହେଉଛି ସୋନୁ ସାମାନ୍ୟ କିଛି ଶବ୍ଦରେ ଉକ୍ତ ଯୁବକଙ୍କ ଅନୁରୋଧର ଉତ୍ତର ଦେଇଛନ୍ତି । ସେ ଲେଖିଛନ୍ତି କି, ବୁଝିନିଅଯେ ହୋଇଗଲା ବୋଲି । ତେବେ ସୋନୁଙ୍କ ଏଭଳି ଉତ୍ତର ତାଙ୍କ ପ୍ରଶଂସକଙ୍କୁ ବେଶ୍‌ପସନ୍ଦ ଆସିଛି ଏବଂ ସୋସିଆଲ ମିଡିଆରେ ସୋନୁଙ୍କ ଗୁଣଗାନ କରାଯାଉଛି ।

Leave a Reply