ଶ୍ରୀସେତୁ ପ୍ରୋଜେକ୍ଟ ହେବା ଦ୍ୱାରା ପ୍ରଭାବିତ ହେଉଥିବା ଜନସାଧାରଣଙ୍କ ହେବ ଜନଶୁଣାଣି

ପୁରୀ: ସଜେଇ ହେଉଛି ଶ୍ରୀକ୍ଷେତ୍ର, ଜାରିରହିଛି ପୁରୀର ସୌନ୍ଦର୍ଯ୍ୟକରଣ କାମ । ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ଦୃଷ୍ଟି ଆକୃଷ୍ଠ କରିବ ଶ୍ରୀକ୍ଷେତ୍ର ।  ଏଥିପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଶ୍ରୀସେତୁ ପ୍ରୋଜେକ୍ଟ  । ଏହି ପ୍ରୋଜେକ୍ଟ ପୁରୀର ସୌନ୍ଦର୍ଯ୍ୟତାକୁ ଆହୁରୀ ବଢାଇବ ବୋଲି ମଧ୍ୟ ଆସା କରାଯାଉଛି । ତେବେ ଏହି ପ୍ରୋଜେକ୍ଟ ହେବା ଦ୍ୱାରା କେତେକ ଜନସାଧାରଣ ମଧ୍ୟ ହାଇରାଣ ହରକତ ହେଉଛନ୍ତି ।

ତେବେ ଶ୍ରୀସେତୁ ପ୍ରୋଜେକ୍ଟ ହେବା ଦ୍ୱାରା  ପ୍ରଭାବିତ ହେଉଥିବା ଜନସାଧାରଣଙ୍କ ପାଇଁ ଆଜି ଜନଶୁଣାଣି କରାଯିବ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ, ଜଗନ୍ନାଥ ବଲ୍ଲଭ ମଠ, ମାଟିତୋଟା ଓ ମାର୍କଣ୍ଡେଶ୍ୱରର ସାହି ବିଶ୍ୱେଶ୍ୱରୀ ପୀଠରେ ଜନଶୁଣାଣି ହେବ । ଶ୍ରୀସେତୁ ପାଇଁ ଜମି ହରାଇଥିବା ଓ ପ୍ରଭାବିତ ହେଉଥିବା ଲୋକମାନେ ପ୍ରଶାସନକୁ ନିଜର ଅଭିଯୋଗ ଜଣାଇବେ । ସେହି ଆଧାରରେ ସମାଧାନ କରିବ ପ୍ରଶାସନ । ପ୍ରାୟ ୧୯୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଏହି ବିଶ୍ୱସ୍ତରୀୟ ଟ୍ରମ୍ପେଡ୍‌ ବ୍ରିଜ୍‌ ।

Leave a Reply