BREAKING NEWS
ଆଜି ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ପୂରିଲା ୮୫ ବର୍ଷ । ସରକାରୀ କିମ୍ବା ବେସରକାରୀ ସ୍ତରରେ ପାଳନ ହେବନି ଉତ୍ସବ । କରୋନା କଟକଣା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।ଆଜି ଅଶୋକାଷ୍ଟମୀ । କିନ୍ତୁ ହେବନି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । କରୋନା ପାଇଁ ବନ୍ଦ ହେଲା ଦୀର୍ଘ ବର୍ଷର ପରମ୍ପରା । ସେପଟେ ଫିକା ପଡିଲା ପଶ୍ଚିମ ଓଡ଼ିଶାର ଗଣପର୍ବ ଚଇତି ।ବିଶ୍ୱରେ କରୋନା ପ୍ରକୋପ…. ଆମେରିକା, ଇଟାଲୀ, ସ୍ପେନରେ ସ୍ଥିତି ସଙ୍ଗୀନ…. ୩ ଦିନରେ ଆମେରିକାରେ ୭୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ସେପଟେ ୟୁକେ, ଜର୍ମାନୀ ଓ ନେଦରଲାଣ୍ଡରେ ମଧ୍ୟ ବିଗୁଡ଼ୁଛି ସ୍ଥିତି । ରାତାରାତି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ।ଭୁବନେଶ୍ୱର ପରେ ଭଦ୍ରକରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ… ୨୯ ବର୍ଷୀୟ ଯୁବକ ସଂକ୍ରମଣର ଶିକାର । ଆକ୍ରାନ୍ତ ଯୁବକ ଦୁବାଇରୁ ଫେରିଥିଲେ । ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ… ସେପଟେ ଭାରତରେ ୧୬ଶହ ଟପିଲା ସଂକ୍ରମଣଙ୍କ ସଂଖ୍ୟା ।ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ । ବ୍ୟକ୍ତି ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ, ବୟସ ୨୯ ବର୍ଷ । ନିକଟରେ ସେ ଦୁବାଇରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।କରୋନା କାହାର ନେଇ ବିଶ୍ୱ ଦୁଇ ଫାଳ… ଚୀନ୍‌ ଓ ଆମେରିକା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ … ମାର୍କିନ ବୈଜ୍ଞାନିକଙ୍କ ଦାବି, ଭାଇରସ ବାହାର କରିଛି ଚୀନ… ଡ୍ରାଗନ କହିଲା, ଆମେରିକାର ଟ୍ରେଡ୍‌ୱାର୍‌ ପଲିସି ।୨୦୩ ଦେଶରେ ପହଞ୍ଚିଲା କରୋନା ଭାଇରସ୍‌ … ଚୀନ୍‌ ପରେ ଆମେରିକା, ଇଟାଲୀ ଓ ଫ୍ରାନ୍ସ ସର୍ବାଧିକ ପ୍ରଭାବିତ… ୨୪ ଘଣ୍ଟାରେ ଇଟାଲୀରେ ୯୦୦ ଜଣଙ୍କ ମୃତ୍ୟୁ… ବିଶ୍ୱରେ ଗଲାଣି ୩୭ ହଜାରରୁ ଅଧିକ ଜୀବନ. ।ଦିଲ୍ଲୀରେ କରୋନାକୁ ନେଇ ଚିନ୍ତାଜନକ ସ୍ଥିତି… ନିଜାମୁଦ୍ଦିନ୍‌ ମରକଜରେ ସାମିଲ ୧୦ଜଣଙ୍କ ମୃତ୍ୟୁ… କେବଳ ତେଲେଙ୍ଗାନାରୁ ଆଖି ବୁଜିଲେ ୬ଜଣ… ମୌଲାନାଙ୍କ ବିରୋଧରେ FIR ନିର୍ଦ୍ଦେଶ…ନିୟମ ଭାଙ୍ଗି ଏକାଠି ହୋଇଥିଲେ ପ୍ରାୟ ହଜାରେ ଲୋକ…ବଢୁଛି କରୋନା… ଦେଶରେ ୧୩ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୪୬ ଜୀବନ… ୨୪ ଘଣ୍ଟାରେ ୨୨୭ ଜଣଙ୍କ ରିପୋର୍ଟ ପଜିଟିଭ… ମହାରାଷ୍ଟ୍ର ଓ କେରଳରେ ୨୩୦ରୁ ଅଧିକ ସଂକ୍ରମିତ ।ଲକ୍‌ଡାଉନ୍‌ ପାଇଁ ବଢିଲା ସବୁ ପ୍ରକାର ଗାଡ଼ି କାଗଜପତ୍ରର ବୈଧତା ଅବଧି … ୩୦ ଜୁନ୍‌ ଯାଏଁ ଭାଲିଡିଟି ବୃଦ୍ଧି କଲା ସଡ଼କ ପରିବହନ ମନ୍ତ୍ର।ଳୟ… ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଡଭାଇଜରି ଜାରି ।

ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ ଶିବରାଜ ସିଂ ଚୌହାନ

ଭୋପାଳ: ଅପରେସନ୍ ଲୋଟସରେ ବିଜେପି ସଫଳ । ଭୋପାଳ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ ସିଂ ଚୌହାନ । ଚତୁର୍ଥ ଥର ପାଇଁ ଶିବରାଜ କମାଣ ସମ୍ଭାଳିଛନ୍ତି । ସୋମବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ଚୟନ କରାଯାଇଥିଲା । ଶିବରାଜ ମଧ୍ୟପ୍ରଦେଶର ବିକାଶ ପାଇଁ କରିବେ ବୋଲି କହିଛନ୍ତି । କିନ୍ତୁ, ବର୍ତ୍ତମାନ କୋଭିଡ୍-୧୯ ସଂକ୍ରମଣ ରୋକିବା ମୁଖ୍ୟ ଉଦ୍ଦେଶ୍ୟ ।

ବିଜେପି ସରକାର ଗଠନ କରିଥିବା ଦଳର କର୍ମୀଙ୍କୁ ଉତ୍ସବ ମନାଇବାକୁ ବାରଣ କରିଛନ୍ତି ଶିବରାଜ । ରାସ୍ତାକୁ ନଆସି ଘରେ ବସି ସରକାରଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ କହିଛନ୍ତି । ପ୍ରଥମ ଥର ପାଇଁ ୨୦୦୫ ମସିହା ନଭେମ୍ବର ୨୯ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବରାଜ । ୨୦୦୮ ଡିସେମ୍ବର ୧୨ରେ ଦ୍ୱିତୀୟ ଥର, ୨୦୧୩ ଡିସେମ୍ବର ୮ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

କମଲନାଥ ଇସ୍ତଫା, ‘କମଳ’ ସରକାର ପାଇଁ ବାଟ ସଫା

କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ୨୨ ବିଧାୟକଙ୍କ ଭିତରେ ୬ ଜଣ ମନ୍ତ୍ରୀ ଥିଲେ । ପରେ ଫ୍ଲୋର ଟେଷ୍ଟ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ସଂଖ୍ୟା ଅଭାବରୁ କମଲନାଥ ଇସ୍ତଫା ଦେଇଥିଲେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More