ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ ଶିବରାଜ ସିଂ ଚୌହାନ

1 min read

ଭୋପାଳ: ଅପରେସନ୍ ଲୋଟସରେ ବିଜେପି ସଫଳ । ଭୋପାଳ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ ସିଂ ଚୌହାନ । ଚତୁର୍ଥ ଥର ପାଇଁ ଶିବରାଜ କମାଣ ସମ୍ଭାଳିଛନ୍ତି । ସୋମବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ଚୟନ କରାଯାଇଥିଲା । ଶିବରାଜ ମଧ୍ୟପ୍ରଦେଶର ବିକାଶ ପାଇଁ କରିବେ ବୋଲି କହିଛନ୍ତି । କିନ୍ତୁ, ବର୍ତ୍ତମାନ କୋଭିଡ୍-୧୯ ସଂକ୍ରମଣ ରୋକିବା ମୁଖ୍ୟ ଉଦ୍ଦେଶ୍ୟ ।

ବିଜେପି ସରକାର ଗଠନ କରିଥିବା ଦଳର କର୍ମୀଙ୍କୁ ଉତ୍ସବ ମନାଇବାକୁ ବାରଣ କରିଛନ୍ତି ଶିବରାଜ । ରାସ୍ତାକୁ ନଆସି ଘରେ ବସି ସରକାରଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ କହିଛନ୍ତି । ପ୍ରଥମ ଥର ପାଇଁ ୨୦୦୫ ମସିହା ନଭେମ୍ବର ୨୯ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବରାଜ । ୨୦୦୮ ଡିସେମ୍ବର ୧୨ରେ ଦ୍ୱିତୀୟ ଥର, ୨୦୧୩ ଡିସେମ୍ବର ୮ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

କମଲନାଥ ଇସ୍ତଫା, ‘କମଳ’ ସରକାର ପାଇଁ ବାଟ ସଫା

କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ୨୨ ବିଧାୟକଙ୍କ ଭିତରେ ୬ ଜଣ ମନ୍ତ୍ରୀ ଥିଲେ । ପରେ ଫ୍ଲୋର ଟେଷ୍ଟ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ସଂଖ୍ୟା ଅଭାବରୁ କମଲନାଥ ଇସ୍ତଫା ଦେଇଥିଲେ ।

Leave a Reply