୨୦୧୯ରେ ଇଣ୍ଟରନେଟରେ ସଲମାନ୍ ଖାନ୍ ଓ ସନ୍ନି ଲିଓନୀଙ୍କୁ ଅଧିକ ଖୋଜିଛନ୍ତି ଲୋକ : ସର୍ଭେ

ମୁମ୍ବାଇ : ସରିବାକୁ ବସିଲାଣି ବର୍ଷ ୨୦୧୯ । ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୧୯, ଆସିବ ୨୦୨୦ । ତେବେ ଚଳିତବର୍ଷ  ଇଣ୍ଟରନେଟରେ ସବୁଠାରୁ କେଉଁ ସେଲିବ୍ରିଟିଙ୍କୁ ଲୋକେ ଅଧିକ ଖୋଜିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ।

ଟାଇଗର୍ ଜିନ୍ଦା ହୈ ଆକ୍ଟଟର ତଥା ବିଗ୍ ବସର ହୋଷ୍ଟ ସଲମାନ୍ ଖାନଙ୍କୁ ବର୍ଷ ୨୦୧୯ରେ ଲୋକେ ଇଣ୍ଟରନେଟରେ ଅଧିକ ସର୍ଚ୍ଚ କରିଛନ୍ତି । ତାଙ୍କ ତଳକୁ ମେଗାଷ୍ଟାର ଅମିତାଭ୍ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ଲୋକେ ସର୍ଚ୍ଚ କରିଛନ୍ତି । ଷ୍ଟାଇଲିସ୍ ଆଇକନ୍ ଭାବେ  ହ୍ରିତିକ ରୋସନଙ୍କୁ ଖୋଜିଛନ୍ତି ଲୋକେ ।

ସେହିପରି ଫିମେଲ୍ ସେଲିବ୍ରିଟି ହିସାବରେ ସନ୍ନି ଲିଓନଙ୍କୁ ଲୋକେ ଅଧିକ ସର୍ଚ୍ଚ କରିଛନ୍ତି । ତାଙ୍କ ପଛକୁ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍ ସର୍ଚ୍ଚ ଲିଷ୍ଟରେ ଅଛନ୍ତି ।

ୟାହୋ ଇଣ୍ଡିଆ ପକ୍ଷରୁ ଏଭଳି ଏକ ସର୍ଭେ କରାଯାଇଥିଲା । ଏଥିରେ ମେଲ୍ ଓ ଫିମେଲ୍ ସେଲିବ୍ରିଟିଙ୍କୁ ସ୍ଥାନ ଦିଆଯାଇଥିଲା । ସଲମାନ୍ ଓ ସନ୍ନି ଏ ଲିଷ୍ଟରେ ଟପରେ ଥିବା ବେଳେ ଆଗକୁ ଅନ୍ୟ ସଂସ୍ଥାର ସର୍ଭେ ଆସିବାକୁ ଅଛି ।

Leave a Reply