ବକ୍ସ ଅଫିସରେ କମାଲ ଦେଖାଇଛନ୍ତି ଏହି ୭ଟି ଫିଲ୍ମ

1 min read

ବଲିଓଡ ଜଗତ ପାଇଁ ୨୦୧୯ ବହୁତ ଲାଭଦାୟକ ରହିଛି । କାରଣ ଏହି ବର୍ଷ ବଲିଓଡ ଦେଇଛି ବକ୍ସ ଅଫିସ୍‌କୁ ଭିନ୍ନ ଭିନ୍ନ ଟେଷ୍ଟର ଫିଲ୍ମ । ପ୍ରତି ବର୍ଷ ଠାରୁ ୨୦୧୯ରେ ପ୍ରତ୍ୟକଟି ଫିଲ୍ମ ୧୦୦ କୋଟିରୁ ଅଧିକ କଲେକ୍ସନ କରିଛି । ଖାଲି ସେତିକି ନୁହେଁ ଏମିତି କିଛି ଫିଲ୍ମି ଅଛି ଯାହା ୨୦୦ ଏବଂ ୩୦୦ କୋଟି ପାର କରିଛି ।  ଲାଭ ପାଇଥିବା ଫିଲ୍ମ ଗୁଡ଼ିକରେ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନାହିଁ । ଏସବୁ କହିବାର କାରଣ ହେଉଛି ଯେ ବର୍ଷ ସରି ଆସୁଛି, ଏବଂ ଜାଣନ୍ତୁ ବର୍ଷଶେଷ ବେଳକୁ କେଉଁ  ଫିଲ୍ମ କେତେ ଇନକମ୍ କରିଛି ।

ବକ୍ସ ଅଫିସ୍‌ରେ କମାଲ କରିଥିଲା ଫିଲ୍ମ ଓ୍ୱାର । ଯେଉଁଥିରେ ହ୍ରିତିକ୍‌ ରୋଷନ ଏବଂ ଟାଇଗର ସ୍ରଫଙ୍କ ଯୋଡ଼ି ଧମାଲ ମଚାଇଥିଲା । କହିବାକୁଗଲେ ଓ୍ୱାର୍‌ ୨୦୧୯ ବର୍ଷର ସବୁଠାରୁ ଅଧିକ ଲାଭ କରିଥିବା ଫିଲ୍ମ । ଚଳିତ ବର୍ଷ ୪୭୪.୭୯ କୋଟି ଟଙ୍କାର କଲେକ୍ସନ କରିଛି ଏହି ଫିଲ୍ମ ।

ସେହିପରି କବିର ସିଂହ ଫିଲ୍ମ ଭଲ କାହାଣୀ ଏବଂ ଶାହିଦ କପୁରଙ୍କର ଭଲ ଆକ୍ଟିଂ‌ ପାଇଁ ବକ୍ସ ଅଫିସରେ ଧମାଲ ମଚାଇଥିଲା । ଏହି ଫିଲ୍ମଟି ଯୁବପିଡ଼ିଙ୍କୁ ବେସ ଆକୃଷ୍ଟ କରିପାରିଥିଲା । କବିର ସିଂହ ବକ୍ସ ଅଫିସକୁ ୩୭୯.୦୨ କୋଟି ଟଙ୍କାର ଲାଭ ଦେଇଛି । ଯାହା ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି କବିର ସିଂହ ।

ବର୍ଷର ଆରମ୍ଭରୁ ଆସିଥିବା ଫିଲ୍ମ ଉରି ପ୍ରଥମେ ବକ୍ସ ଅଫିସକୁ ଦେଇଛି ୩୪୨କୋଟିର ଲାଭ । ଯେଉଁଥିପାଇଁ ତୃତୀୟ ସ୍ଥାନରେ ରହିଛି ।  ଏହି ଫିଲ୍ମଟି ପ୍ରଥମରୁ ଭଲ କଲେକ୍ସନ ଆରମ୍ଭ କରିଥିବାରୁ ବକ୍ସ ଅଫିସରେ ବର୍ଷ ସାରା ଭଲ ଲାଭ ହୋଇଥିବା କୁହାଯାଉଛି । ଏହି ଫିଲ୍ମିଟି ଦେଶ ଭକ୍ତି ଉପରେ ହୋଇଥିବାରୁ ଦର୍ଶକଙ୍କୁ ବେସ ଆକୃଷ୍ଟ କରିପାରିଛି  ।

୨୦୧୯ ରେ ସଲମାନ ଖାନଙ୍କର ଚଳଚିତ୍ର ଭାରତ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିଛି । ପାକିସ୍ତାନ ଏବଂ ଭାରତର କାହାଣୀକୁ ନେଇ ହୋଇଥିବା ଏହି ଫିଲ୍ମକୁ ବେଶ ଗ୍ରହଣ କରିପାରିଛନ୍ତି ଦର୍ଶକ । ଭାରତ ଫିଲ୍ମ ବକ୍ସ ଅଫିସକୁ ୩୨୫ କୋଟିର ଲାଭ ଦେଇ ଚତୁର୍ଥ ସ୍ଥାନରେ ରହିଛି ।

ଚଳିତ ବର୍ଷ  ଅକ୍ଷୟ କୁମାରଙ୍କ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଚଳିତ ବର୍ଷ ଅକ୍ଷୟ କୁମାର ଦେଇଛନ୍ତି ୩ ଟି ପଛକୁ ପଛ ଲାଭ ଦାୟକ ଫିଲ୍ମ । ଅକ୍ଷୟ କୁମାରଙ୍କର ହାଉସଫୁଲ-୪ ଦେଇଛି ୨୮୧ କୋଟି, କେଶରିଆ ଦେଇଛି ୨୦୭ କୋଟି ଏବଂ ମିଶନ୍ ମଙ୍ଗଲ ଫିଲ୍ମ ଦେଇଛି ୧୯୩ କୋଟିର ଲାଭ ।

ଏହିସବୁ ଫିଲ୍ମର ଲିଷ୍ଟରେ ବର୍ଷ ଶେଷରେ କିଛି ବଦଳି ମଧ୍ୟ ହୋଇପାରେ । କାରଣ ଡିସେମ୍ବର ଶେଷ ସୁଦ୍ଧା ସଲମାନ ଖାନଙ୍କର ଦବଙ୍ଗ-୩ ଏବଂ ଅକ୍ଷୟ କୁମାରଙ୍କର ଫିଲ୍ମ ଗୁଡ଼ ନ୍ୟୁଜ ରିଲିଜ ହେବାକୁ ଯାଉଛି ।

 

Leave a Reply