ଅଯୋଧ୍ୟା ଭୂମି ପୂଜନକୁ ଆସିବାକୁ କାହିଁକି ଆଡଭାନୀଙ୍କୁ କରାଗଲାନି ନିମନ୍ତ୍ରଣ ?

1 min read

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଅଗଷ୍ଟ ୫ ତାରିଖ ଦିନ ଭୂମି ପୂଜନ ହେବ । ଯାହାକୁ ଏବେ ୪୮ ଘଣ୍ଟାରୁ କମ୍ ସମୟ ବାକି ଅଛି । ଭୂମି ପୂଜନ ଉତ୍ସବରେ ସାମିଲ୍ ହେବା ପାଇଁ ପ୍ରାୟ ୨୦୦ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ତାଲିକାରେ ବିଜେପିର ବରିଷ୍ଠ ନେତା ତଥା ରାମ ମନ୍ଦିର ଆନ୍ଦୋଳନର ପୁରୋଧା ଲାଲକୃଷ୍ଣ ଆଡଭାନୀ ଓ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ନାମ ନାହିଁ ।

FILE

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ସୂଚନା ଅନୁସାରେ ଭୂମି ପୂଜନ କାର୍ଯ୍ୟକ୍ରମକୁ ଦେଶରୁ ନେଇ ନେପାଳ ଯାଏଁ ସନ୍ଥଙ୍କୁ ଆମନ୍ତ୍ରଣ କରାଯାଇଛି । କେହି କେହି ସନ୍ଥଙ୍କୁ ଦଳିତ କହିଥାନ୍ତି, ଯେତେବେଳେ କି ସେମାନେ ଭଗବାନଙ୍କ ସ୍ୱରୂପ । ଭାରତର ଭୌଗଳିକ କ୍ଷେତ୍ରର ପ୍ରତିଟି ଭାଗ ଏଠାରେ ରହିବେ । ସନ୍ଥ ମହାତ୍ମାଙ୍କୁ ମିଶାଇ ପ୍ରାୟ ୧୭୫ ଜଣ ଉତ୍ସବରେ ସାମିଲ ହେବେ । ଉତ୍ସବକୁ ପଦ୍ମଶ୍ମୀ ମହମ୍ମଦ ୟୁନୁସଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ସେ କୌଣସି ଧର୍ମର ହେଲେ ବି ଆସିବାରେ କିଛି ଅସୁବିଧା ନାହିଁ ।

ଆସିବେନି ଆଡ଼ଭାନୀ

ଭୂମି ପୂଜନ ଉତ୍ସବକୁ ଲାଲକୃଷ୍ଣ ଆଡ଼ଭାନୀ ଓ କଲ୍ୟାଣ ସିଂହଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ତାଙ୍କ ବ୍ୟକ୍ତିଗତ ଭାବେ ଫୋନ୍ କରି କ୍ଷମା ମାଗିଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି । ସେମାନଙ୍କ ବୟସକୁ ଧ୍ୟାନ ଦେଇଛି । ୯୦ ବର୍ଷ ବୟସର ଲୋକ କେମିତି ଆସିବେ । ଆଡ଼ଭାନୀ କେମିତି ଆସିବେ ? ଚମ୍ପତ ରାୟ କହିଛନ୍ତି- ମୁଁ କଲ୍ୟାଣ ସିଂହଙ୍କ ସହ କଥା ହେଲି । ତାଙ୍କୁ କହିଲି ଆପଣଙ୍କ ବୟସ ଅଧିକ, ଆପଣ ଭିଡ଼କୁ ଆସନ୍ତୁ ନାହିଁ, ସେ ମୋ କଥା ମାନିଲେ ।

ଲାଲକୃଷ୍ଣ ଆଡ଼ଭାନୀ

ସୋମନାଥରୁ ଅଯୋଧ୍ୟା ଯାଏଁ ରଥଯାତ୍ରା ଆରମ୍ଭ କରିଥିଲେ ଲାଲକୃଷ୍ଣ ଆଡ଼଼ଭାନୀ । କିନ୍ତୁ, ତତ୍କାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଆଡ଼ଭାନୀଙ୍କୁ ସମସ୍ତିପୁର ଜିଲ୍ଲାରେ ଗିରଫ କରି ନେଇଥିଲେ । ଚାର୍ଜସିଟ୍ ଅନୁସାରେ, ଆଡ଼ଭାନୀ ୧୯୯୨ ଡିସେମ୍ବର ୬ ତାରିଖରେ କିଙିଥିଲ- ଆଜି ରଥଯାତ୍ରାର ଅନ୍ତିମ ଦିନ । ଆଡ଼ଭାନୀଙ୍କ ବିରୋଧରେ ମସଜିଦ୍ ଭାଙ୍ଗିବା ନେଇ ଅପରାଧିକ ମକଦ୍ଦମା ଏବେବି  ଚାଲିଛି ।

କଲ୍ୟାଣ ସିଂହ

୧୯୯୨ ମସିହା ଡିସେମ୍ବର ୬ ତାରିଖ ବେଳକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କଲ୍ୟାଣ ସିଂହ ଥିଲେ । ସେହିଦିନ ହିଁ ବାବ୍ରି ମସଜିଦକୁ ଭାଙ୍ଗି ଦିଆଯାଇଥିଲା । ତାଙ୍କ ନାଁରେ ଅଭିଯୋଗ ହୋଇଥିଲା କି ତାଙ୍କ ପୋଲିସ ଓ ପ୍ରସାଶନ ଜାଣିଶୁଣି ରଥଯାତ୍ରାରେ ସାମିଲ୍ ଲୋକଙ୍କୁ ରୋକି ନଥିଲେ । ପରେ କଲ୍ୟାଣ ସିଂହ ବିଜେପିରୁ ଅଲଗା ହୋଇ ରାଷ୍ଟ୍ରୀୟ କ୍ରାନ୍ତ ପାର୍ଟି ଗଠନ କରିଥିଲେ । ପରେ ସେ ପୁଣିଥିରେ ବିଜେପିକୁ ଫେରି ଆସିଥିଲେ । ମସଜିଦ୍ ଭଙ୍ଗାଯିବା ନେଇ ହୋଇଥିବା ଅଭିଯୋଗର ୧୩ ଜଣ ତାଲିକାରେ କଲ୍ୟାଣ ସିଂହଙ୍କ ନାଁ ମଧ୍ୟ ରହିଛି ।

Leave a Reply