୩ ତାରିଖକୁ ଘୁଞ୍ଚିଲା କୂଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି, ଓକିଲ ରଖିବା ପାଇଁ ଅନୁମତି ଦେଲେ ଇସ୍ଲାମାବାଦ ହାଇକୋର୍ଟ

କୂଳଭୂଷଣଙ୍କ ମାମଲାରେ ଇସ୍ଲମାବାଦ ହାଇକୋର୍ଟ ୩ ତାରିଖ ପର‌୍ୟ୍ୟନ୍ତ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । ଭାରତକୁ ତାଙ୍କ ପାଇଁ ଏକ ଓକିଲ ନିଯୁକ୍ତି ପାଇଁ ଅନୁମତି ମିଳିବା ଉଚିତ୍ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ । କିନ୍ତୁ ଓକିଲ ପାକିସ୍ତାନର ହୋଇଥିବା ଆବଶ୍ୟକ । କୋର୍ଟ ପରିସରରେ ମିଡିଆ ସହିତ କଥା ହେଉଥିବା ସମୟରେ ପାକିସ୍ତାନର ଅଟାର୍ନି ଜେନେରାଲ ଜାଭେଦ କହିଛନ୍ତିଯେ ଭାରତକୁ ଯାଦବଙ୍କ ପାଇଁ ଓକିଲ ରଖିବା ପାଇଁ ଅନୁମତି ମିଳିଛି, କିନ୍ତୁ ଭାରତୀୟ ଓକିଲ ରଖିବାର ଅନୁମତି ନାହିଁ । ଏହା ସହିତ ଯଦି ଭାରତ ସରକାର କୌଣସି ପରାମର୍ଶ ଦେବାକୁ ଚାହୁଁଛନ୍ତି ତେବେ ଦେଇ ପାରିବେ ବୋଲି କହିଛନ୍ତି ଅଟାର୍ନି ।

ଏହା ପୂର୍ବରୁ ଇମ୍ରାନ ଖାନ୍ ସରକାର କୂଳଭୂଷଣ ଯାଦବଙ୍କ ପାଇଁ ଏକ ଓକିଲ ନିଯୁକ୍ତି କରିବାକୁ ନେଇ ଇସ୍ଲମାବାଦ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ପାକିସ୍ତାନ ସରକାର ଇଂଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇ.ସି.ଜେ)ର ନିଷ୍ପତ୍ତି ଲାଗୁ କରିବା ପାଇଁ ଓକିଲ ନିଯୁକ୍ତି କରିବାକୁ ଅନୁମତି ମାଗିଥିଲେ । ଅବଶ୍ୟ ପିଟିସନରେ ଏହା ଉଲ୍ଲେଖ ଥିଲାଯେ, ଭାରତର ବିନା ସହାୟତାରେ କୂଳଭୂଷଣ ଓକିଲ ରଖିପାରିବେ ନାହିଁ ।
କହିରଖୁଛୁ ପାକିସ୍ତାନର ଆର୍ମି କୋର୍ଟ ଅପ୍ରେଲ ୨୦୧୭ରେ ଭାରତୀୟ ନେଭିର ପୂର୍ବ ଅଫିସର କୂଳଭୂଷଣ ଯାଦବଙ୍କୁ ଆତଙ୍କବାଦୀ ଘୋଷଣା କରି ଫାଶୀ ଦଣ୍ଡ ଶୁଣାଇଥିଲେ । ଏବେ କୂଳଭଳଷଣ ପାକିସ୍ତନ ଜେଲରେ ଅଛନ୍ତି ।

Leave a Reply