ସଟ୍‌ଡାଉନ୍‌‌ ଘୋଷଣା ନେଇ ଅସନ୍ତୋଷ, ଏଏନ୍‌ଏମ୍‌ କର୍ମଚାରୀଙ୍କ ଉପରେ ଆକ୍ରମଣ…

Puri ANM Attacked

ପୁରୀ: କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ଉତ୍ତଜେନା ପରେ ଲାଠିଚାର୍ଜ । ପୁରୀ ପେଣ୍ଠକଟା ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଟ୍‌ଡାଉନ୍ କରାଯାଇଥିଲା । ଏହାକୁ ନେଇ ଅସନ୍ତୁଷ୍ଟ ଲୋକ ସ୍ୱାବ୍‌ ସଂଗ୍ରହ କରିବାକୁ ଯାଇଥିବା ଏଏନ୍ଏ‌ମ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉତ୍ତେଜନା ନକମିବାରୁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା ।

Puri ANM Attacked

କଣ୍ଟେନ୍‌ମେଣ୍ଟ ଜୋନ୍, ସଟଡାଉନକୁ ନେଇ ଉତ୍ତେଜନା ହୋଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତ ସଂଖ୍ୟା ବଢୁଥିବାରୁ ୨ଦିନ ତଳେ ୪ଟି ୱାର୍ଡର ୧୫ଟି ସ୍ଥାନରେ ବ୍ଲକିଂ କରାଯାଇଥିଲା । ୯ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ସହ ପୂରା ଅଂଚଳକୁ ସଟ୍‌ଡାଉନ୍‌ କରାଯାଇଛି । ତେବେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ଅଞ୍ଚଳବାସୀ । ସ୍ୱାବ୍‌ ସଂଗ୍ରହ କରିବାକୁ ଯାଇଥିବା ଏଏନ୍‌‌ଏମ୍‌ଙ୍କୁ ଅସହଯୋଗ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Puri ANM Attacked

ଏପରିକି କଣ୍ଟେନମେଣ୍ଟ ନିୟମ ଭାଙ୍ଗି ରାସ୍ତାକୁ ଓହ୍ଲାଇଥିଲେ ବହୁ ସଂଖ୍ୟାରେ ଲୋକ । ବୁଝାଶୁଝା ସତ୍ତ୍ୱେ ନହଟିବାରୁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା । ପୁରୀ ଏସ୍‌ପିଙ୍କ ସହ ଅତିରିକ୍ତ ଏସ୍‌ପି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ଏବେ ସେଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯାଉଥିବା ପୋଲିସ ଓ ପ୍ରଶାସନ ପକ୍ଷରୁ କୁହାଯାଇଛି ।

 

(ରିପୋର୍ଟର ସୌମିତ୍ର ହରିଚନ୍ଦନ ଓ ସୁନୀଲ ମହାନ୍ତିଙ୍କ) 

Leave a Reply