ପୋଲିସ– ଜନତା ମୁହାଁମୁହିଁ ଘଟଣା: ୩୦ ଜଣଙ୍କୁ ଉଠାଇନେଲା ପୋଲିସ

1 min read

ବରଗଡ଼: ପୋଲିସ-ଜନତା ମୁହାଁମୁହିଁ ଘଟଣାରେ ୩୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ଗତ ୧୭ ତାରିଖର ପୋଲିସ-ଜନତା  ମୁହାଁମୁହିଁ ଘଟଣାରେ ମାମଲା ରୁଜୁ ହୋଇଛି । । ତେବେ ଅଭିଯୁକ୍ତଙ୍କୁ ମଙ୍ଗଳବାର ସକାଳେ ପୋଲିସ ଉଠାଇ ଆଣିବାକୁ ଚେଷ୍ଟା କରିଥିବା ବେଳେ ଉଭୟ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ବଚସା ହୋଇଥିଲା । ଏଭଳି କି ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ପରେ ପୋଲିସ ଅଧିକ ଫୋର୍ସ ମଗାଇବା ସହ ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା । ତେବେ ସେମାନଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ରହିଥିବା ସୂଚନା ।

            ସୂଚନା ଯୋଗ୍ୟ, ଭେଡେନ୍ ଥାନା  ବୁର୍ଦ୍ଦା ଗାଁର ଜିତୁ ନାୟକଙ୍କ ମୃତ୍ୟୁ ମାମଲାର ତଦନ୍ତ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଲୋକଙ୍କ ଏହି ପୁଞ୍ଜିଭୂତ ଅସନ୍ତୋଷ ଗତ ୧୭ ତାରିଖରେ ବିସ୍ଫୋରକ ରୂପ ନେଇଥିଲା । ଘଟଣାକୁ ପୋଲିସ-ଜନତା ହୋଇଥିଲେ ମୁହାଁମୁହିଁ । ଏଭଳି କି ଉତ୍ତ୍ୟକ୍ତ ଲୋକେ ଟେକା, ପଥର ମାଡ଼ ସହ ପୋଲିସ ଗାଡ଼ି ଭଙ୍ଗାରୁଚା କରିଥିବା ଅଭିଯୋଗ ହୋଇଛି । ଏହା ପରେ ପୋଲିସ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜୁ କରିବା ସହ ସେମାନଙ୍କୁ ଆଜି ଗିରଫ କରିଛି । ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ବିଧିବଦ୍ଦ ଭାବେ ସୂଚନା ମିଳିନାହିଁ ।

Leave a Reply