ବାଣିଜ୍ୟ ଖାଉଛି କ୍ଷେତ, କାହିଁକି ଏମିତି କହିଲେ ଶଙ୍କରାଚାର୍ଯ୍ୟ ?

1 min read
Why Jagatguru Shankaracharya Says Business Killing Farming

ପୁରୀ: ନୂତନ କୃଷି ଆଇନକୁ ନେଇ ଦେଶର କୃଷକଙ୍କ ମଧ୍ୟରେ ଲାଗି ରହିଛି ଅଶାନ୍ତି । ଦୀର୍ଘ ୧୩ ଦିନ ଧରି ଦିଲ୍ଲୀ ସିନ୍ଧୁ ସୀମାରେ କୃଷକ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଠପ୍ ହୋଇଯାଇଛି ଭାରତ । କୃଷକଙ୍କୁ ସମର୍ଥନ ଜଣାଇ କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ଭାରତ ବନ୍ଦରେ ସାମିଲ୍ ହୋଇଥିଲେ । ଅଭିଯୋଗ ଥିଲା- ନୂଆ କୃଷି ଆଇନ୍ ଆଣି କେନ୍ଦ୍ର ସରକାର କୃଷିକୁ କର୍ପୋରେଟ୍ ବ୍ୟବସାୟୀଙ୍କ ହାତକୁ ଟେକି ଦେଇଛନ୍ତି । ଏପରିକି ଧାନ ଭଳି ଅନ୍ୟ କୌଣସି ଉତ୍ପାଦିତ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ନେଇ ଗ୍ୟାରେଣ୍ଟି ଦେଉନାହାଁନ୍ତି । ଏସବୁକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ବିତର୍କ ଚାଲିଥିବା ବେଳେ ନୂଆ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

Why Jagatguru Shankaracharya Says Business Killing Farming

ବାଣିଜ୍ୟିକ ଗୋଷ୍ଠୀ ଚାଷକୁ କ୍ଷତି ପହଞ୍ଚାଉଛନ୍ତି । ବାଣିଜ୍ୟ ବିକଶିତ ହେବା ଦ୍ୱାରା ଚାଷ କ୍ଷତିଗ୍ରସ୍ତ ହେଉଛି । ସବୁଠୁ ମୂଖ୍ୟ ଗୋ-ବଂଶ ଉପରେ କାହାର ନିଘା ନଥିବା କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । କୃଷକଙ୍କ ଲାଗି ଆନ୍ଦୋଳନ କରୁଥିବା ଲୋକଙ୍କ ମଧ୍ୟ ଧ୍ୟାନ ଗୋ-ବଂଶ ଉପରେ ନାହିଁ । ବାଣିଜ୍ୟ ସହ କୃଷି ନାହିଁ, କୃଷି ଓ ବାଣିଜ୍ୟ ସହ ଗୋ-ରକ୍ଷା ନାହିଁ । କୃଷି, ଗୋ-ରକ୍ଷା ଓ ବାଣିଜ୍ୟ ମଧ୍ୟରେ ସାମଞ୍ଜସ୍ୟ ରହିବା ଆବଶ୍ୟକ । କାହା ମଧ୍ୟରେ ତାଳମେଳ ନଥିବା ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ।

Why Jagatguru Shankaracharya Says Business Killing Farming

କୃଷକ ଆନ୍ଦୋଳନ କରୁଥିବା ବେଳେ ଗୋ-ରକ୍ଷାକୁ ନେଇ କେହି ଚିନ୍ତା କରୁନାହାଁନ୍ତି । ଉଦ୍ୟୋଗପତିଙ୍କ ପାଖରେ ବାଣିଜ୍ୟ ଥିବାବେଳେ ଏହାଦ୍ୱାରା କୃଷିକୁ ବିପଦ ନଆସୁ ଏଥିପାଇଁ ଆନ୍ଦୋଳନ ଚାଲିଛି । କୃଷି, ଗୋ-ରକ୍ଷା ଓ ବାଣିଜ୍ୟ ତିନୋଟି କ୍ଷେତ୍ର ଗୋଟିଏ କର୍ମର ଅନ୍ତର୍ଭୁକ୍ତ । ଗୋଟିଏ ଅନ୍ୟଟିର ପରିପୂରକ ଅଟେ । କୃଷକ, ଗୋ-ରକ୍ଷା ଠାରୁ ଦୂରେଇ ଯାଇଥିବା ବେଳେ ଗୋବର ଆଦିର ଉପଯୋଗ ପ୍ରାୟତଃ ବନ୍ଦ ହୋଇଯାଇଛି । ଟ୍ରାକ୍ଟର ଦ୍ୱାରା ଚାଷ କରାଯାଉଛି । ବ୍ୟବସାୟୀମାନେ କୃଷକଙ୍କ ଶୋଷକ ପାଲଟିଛନ୍ତ ଏବଂ ଗୋ-ବଂଶର ଭକ୍ଷକ ସାଜିଛନ୍ତି ।

Why Jagatguru Shankaracharya Says Business Killing Farming

ଅଦୂରଦର୍ଶିତା ଯୋଗୁଁ ବାଣିଜ୍ୟ, କୃଷି ଓ ଗୋ-ରକ୍ଷା ଅଲଗା ହୋଇଯାଇଛି । ବାଣିଜ୍ୟ ଓ କୃଷି ବିଭାଗ ଅଲଗା ହୋଇ ଯାଇଥିବା ବେଳେ ଗୋ-ରକ୍ଷା ପାଖରେ ନାହିଁ । ଏହାର ଅର୍ଥ ବାଣିଜ୍ୟ ହେଉଛି କୃଷି ଓ ଗୋ-ରକ୍ଷାର ଶତ୍ରୁ । କୃଷକ କହୁଛନ୍ତି ବାଣିଜ୍ୟ ଚାଷକୁ କ୍ଷତି ନପହଞ୍ଚାଉ । ପୂର୍ବରୁ ବାଣିଜ୍ୟ, କୃଷି ଓ ଗୋ-ରକ୍ଷା ଗୋଟିଏ କର୍ମରେ ଥିଲେ । ଏବେ ତିନି କ୍ଷେତ୍ର ବିସଙ୍ଗତି ହେବା ପରେ ଗୋ-ବଂଶର ହତ୍ୟା ହେଉଛି । ବାଣିଜ୍ୟ ଗୋ-ବଂଶକୁ ନିପାତ କରୁଥିବା ବେଳେ କୃଷିରେ ଗୋବରର ବ୍ୟବହାର ହେଉନାହିଁ । ଶାସ୍ତ୍ରକୁ ଜାଣୁନଥିବାରୁ ଅର୍ଥ ଦୃଷ୍ଟିକୋଣରୁ ଏହାକୁ ବୁଝିବା ଆବଶ୍ୟକ ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ।

Leave a Reply