ଆଜି ୨୨ ଆତଙ୍କବାଦୀଙ୍କୁ ପ୍ରତ୍ୟାର୍ପଣ କରିବ ମିଆଁମାର

1 min read

ନୂଆଦିଲ୍ଲୀ:  ମିଆଁମାର ଆଜି  ୨୨ଜଣ ଅନୁପ୍ରବେଶକାରୀଙ୍କୁ ଭାରତ ହସ୍ତାନ୍ତର କରିବାକୁ ଯାଉଛି । ଏମାନେ ସମେସ୍ତେ ଆସମ ସମେତ ଉତ୍ତର ପୂର୍ବ ରାଜ୍ୟରେ ସେମାନେ ସକ୍ରିୟ ଥିଲେ । ଏହି ପୂରା ଅପରେସନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଉପସ୍ଥିତିରେ ହୋଇଛି । ଏବଂ ଏହାକୁ ଭାରତର ବଡ଼ କୁଟନୀତିଜ୍ଞର ସଫଳତା ବୋଲି କୁହାଯାଉଛି । ଆତଙ୍କବାଦୀଙ୍କୁ ନେଇ ଆସୁଥିବା ବିମାନ ପ୍ରଥମେ ଇମ୍ଫାଲରେ ଅବତରଣ କରିବ ଏହାପରେ ତାହା ଗୌହାଟି ଯିବ । ପ୍ରଥମଥର ପାଇଁ ମିଆଁମାର ଭାରତକୁ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବ ।

ଜନୈକ ଅଧିକାରୀଙ୍କ କହିବାନୁସାରେ ଆତଙ୍କବାଦୀଙ୍କୁ ମଣିପୁର ଏବଂ ଆସାମ ପୋଲିସକୁ ହସ୍ତାନ୍ତର କରାଯିବ । ଏହି ସମସ୍ତ ଆତଙ୍କବାଦୀ ଏନଡିଏଫସି , ଏନଏନଏଲଏଫ,ପିଆରଇପିଏକେ ପ୍ରୋ, କେୱାଇକେଏଲ,ପିଏଲଏ ସହ ଜଡ଼ିତ ଅଛନ୍ତି ।

ମିଆଁମାରର ସେନା ଏହି ଅଭିଯାନ ଚଳାଇଛି

ଗତ ବର୍ଷ ଫେବ୍ରୁଆରୀ ମାସରେ ମିଆଁମାର ସେନା ଭାରତୀୟ ଅନୁପ୍ରବେଶକାରୀ ଗୋଷ୍ଠୀଙ୍କ ବିରୋଧରେ ଅଭିଯାନ ଚଳାଇଥିଲେ । ଏହି ଅନୁପ୍ରବେଶକରୀମାନେ ମିଆଁମାରରେ ଲୁଚି ରହିଥିଲେ । ଏହାକୁ ନେଇ ଭାରତୀୟ ସେନା ମଧ୍ୟ ମିଆଁମାର ସୀମା ନିକଟରେ ପହଞ୍ଚିଥିଲା । ସତେବେଳେ ଇଷ୍ଟର୍ନ ଆର୍ମି କମାଣ୍ଡର ରହିଥିବା ଜେନେରାଲ୍ ଏମ୍ ନରବଣେ (ବର୍ତ୍ତମାନ ସେନା ମୁଖ୍ୟ) କହିଛନ୍ତି ଯେ ମିଆଁମାର ସେନା ଉତ୍ତର-ପୂର୍ବରେ କାର୍ଯ୍ୟ କରୁଥିବା ଭାରତୀୟ ଅନୁପ୍ରବେଶକାରୀ ଦଳ ବିରୁଦ୍ଧରେ କ୍ରମାଗତ ଭାବେ ଅଭିଯାନ ଚଲାଇଛି ।

Leave a Reply