୮ଟି କୋଭିଡ୍ ଭ୍ୟାକ୍ସିନର ଚାଲିଛି କ୍ଲିନିକାଲ୍ ଟ୍ରାଏଲ: WHO

1 min read

ଜେନେଭା: ବିଶ୍ୱରେ କରୋନା ମହାମାରୀ ଦ୍ୱାରା ୪.୬ ମିଲିୟନ ଲୋକ ଆକ୍ରାନ୍ତ ହୋଇ ସାରିଥିବା ବେଲେ ୩ ଲକ୍ଷ ୧୧ ହଜାର ୪୨୫ ଜଣଙ୍କ ମୃତ୍ୟୁ ହେଲାଣି । ଏଭଳି ସ୍ଥିତିରେ ଆଶ୍ୱସ୍ଥିକର ଖବର ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO । ୮ଟି କୋଭିଡ୍ ୧୯ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ୍ ଚାଲିଥିବା ବେଳେ ୧୧୦ଟିର ପରୀକ୍ଷଣ ବିଭିନ୍ନ ଷ୍ଟେଜରେ ରହିଛି ।

ଆମେରିକା, ଚୀନ୍ ଏବଂ ଜର୍ମାନୀର ବିଭିନ୍ନ ଫାର୍ମାସିଟ୍ୟୁକାଲ କମ୍ପାନୀ ଓ ହେଲଥ ଇନଷ୍ଟିଚ୍ୟୁଟ୍ ସମେତ ବିଭିନ୍ନ ଦେଶ ଭ୍ୟାକ୍ସିନ୍ ପାଇଁ ପ୍ରୟାସ ଜାରି ରଖିଛନ୍ତି ।  ଏପରିକି ଆମେରିକା ଓ ଚୀନ୍ ଭ୍ୟାକ୍ସିନ୍ ଉପଲବ୍ଧ କରିବାର ତାରିଖ ଘୋଷଣା କରିସାରିଛନ୍ତି ।

ଆସନ୍ତା ବର୍ଷ ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଭାକ୍ସିନ୍ ଉପଲବ୍ଧ ହେବ ବୋଲି କୁହାଯାଉଛି । ଏପରିକି କରୋନା ଭ୍ୟାକ୍ସିନ୍ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢୋକ୍ତି ବ୍ୟକ୍ତ କରିଛନ୍ତି ।

କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !

Leave a Reply