ଲକଡାଉନ ସତ୍ତ୍ୱେ ଗତବର୍ଷ ତୁଳନାରେ ଏକ କୋଟି ଟନ ଅଧିକ ହୋଇପାରେ ଚଳିତ ବର୍ଷର ଶସ୍ୟ ଉତ୍ପାଦନ

1 min read

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ଲକଡାଇନ ହେବା ପରେ ବି ଚଳିତ ବର୍ଷ ଶସ୍ୟ ଉତ୍ପାଦନର ରେକର୍ଡ ପ୍ରଡକ୍ସନ ହେବାର ଅନୁମାନ କରାଯାଉଛି । କୃଷି, ସହକାରିତା ଏବଂ କୃଷକ କଲ୍ୟାଣ ବିଭାଗ ତରଫରୁ ୨୦୧୯-୨୦ ପାଇଁ ଜାରୀ କରାଯାଇଥିବା ପ୍ରମୁଖ ଫସଲ ଉତ୍ପାଦନର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ ଦେଶରେ ସର୍ବମୋଟ ପ୍ରଡକ୍ସନ ରେକର୍ଡ ୨୯୫.୬୭ ମିଲିୟନ ଟନ ହେବାର ଅନୁମାନ କରାଯାଉଛି । ୨୦୧୮-୧୯ ମସିହା ବେଳେ ୨୮୫.୨୧ ମିଲିୟନ ଟନ ଶସ୍ୟ ଉତ୍ପାଦନ ହୋଇଥିବା, ଯାହାକୁ ବର୍ତ୍ତମାନ ତୁଳନା କଲେ ୧୦.୪୬ ମିଲିୟନ ଟନ ଅଧିକ ଶସ୍ୟ ଉତ୍ପାଦନ ହେବାର ଜଣାପଡ଼ିଛି ।

କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଯଦି ଗତ ପାଞ୍ଚ ବର୍ଷର ହାରାହାରି ଉତ୍ପାଦନ ଦେଖାଯାଏ, ତେବେ ୨୦୧୯-୨୦ ମଧ୍ୟରେ ଉତ୍ପାଦନର ହାରାହାରି ତୁଳନାରେ ୨୫.୮୯ ନିୟୁତ ଟନ୍ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ଚଳିତ ବର୍ଷ ଜୁନ୍ ରୁ ସେପ୍ଟେମ୍ବର ୨୦୧୯ ମଧ୍ୟରେ ସ୍ୱାଭାବିକଠାରୁ ୧୦ ପ୍ରତିଶତ ଅଧିକ ବୋଲି ବିଶ୍ୱାସ କରାଯାଏ ।

କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୧୯-୨୦ ସମୟରେ ଚାଉଳର ସର୍ବମୋଟ ଉତ୍ପାଦନକ ରେକର୍ଡ୍ ୧୧୭.୯୪ ମିଲିୟନ ଟନ୍ ଅନୁମାନ କରାଯାଉଛି ଯାହାକି ପୂର୍ବ ପାଞ୍ଚ ବର୍ଷରେ ୧୦୯.୭୭ ମିଲିୟନ ଟନ ହାରାହାରି ଉତ୍ପାଦନ ତୁଳନାରେ ୮.୧୭ ମିଲିୟନ ଟନ୍ ଅଧିକ ରହିଛି ।  ଏହି ସମୟ ମଧ୍ୟରେ ଗହମର ମୋଟ ଉତ୍ପାଦନ ୧୦୭.୧୮ ନିୟୁତ ଟନ୍ ବୋଲି ଆକଳନ କରାଯାଇଛି | ଯାହା ଗତ ବର୍ଷ ତୁଳନାରେ ୩.୫୮ ମିଲିୟନ ଟନ୍ ଅଧିକ ରହିଛି ।  ନିକୃଷ୍ଠ ଖାଦ୍ୟଶସ୍ୟର ଉତ୍ପାଦନ  ରେକର୍ଡ ୪୭.୫୪ ମିଲିୟନ ଟନ୍ ରହିଛି ଯାହା ୨୦୧୮-୧୯ ଅପେକ୍ଷା ୪.୪୮ ମିଲିୟନ ଟନ୍ ଅଧିକ  ଆକଳନ କରାଯାଇଛି ।

Leave a Reply