କାହାର ହେବ ତଳସରା ବିଧାନସଭା ଆସନ ?

1 min read

ସୁନ୍ଦରଗଡ଼: ତଳସରାରେ ଏଥର ବିଗ ଫାଇଟ । କାହାର ହେବ ତଳସରା ବିଧାନସଭା ଆସନ ? ମଇଦାନରେ ୩ ରାଜନୈତିକ ଦଳର ହେବି ୱେଟ ପ୍ରାର୍ଥୀ । ରୋଚକ ହେବ ଏଥର ତଳସରା ରାଜନୀତି। ପ୍ରମୁଖ ରାଜନୈତିକ ଦଳ ବିଜେପି , ବିଜେଡି ନା କଂଗ୍ରେସ କାହାକୁ ଭରସା କରିବେ ତଳସରା ଭୋଟର । କମ ବ୍ୟାକ୍ କରିବ କି କଂଗ୍ରେସ ? ଏହି ଆସନରେ ଖାତା ଖୋଲିନଥିବା ବିଜେଡି ଏଥର ଏଠାରେ ଖାତା ଖୋଲିବ କି ? କି ପୁଣି ଏଠାରେ ବାନା ଉଡାଇବ ବିଜେପି ?

ପ୍ରାର୍ଥୀ ବି ପ୍ରସ୍ତୁତ , ନେତା ବି ପ୍ରସ୍ତୁତ ଏବେ ମଇଦାନରେ ଆରମ୍ଭ ହୋଇଯାଇଛି ଲଢେଇ । ଏଭଳି ସ୍ଥିତି ବର୍ତ୍ତମାନ ରହିଛି ସୁନ୍ଦରଗଡ ଜିଲ୍ଲା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳିରେ। ତଳସରାରେ ବିଗ ଫାଇଟ । କାହାର ହେବ ତଳସରା ବିଧାନସଭା ଆସନ ? ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା। ତଳସରା ବିଧାନସଭା ନିର୍ବାଚନ ମଣ୍ଡଳି ୪ଟି ବ୍ଲକ ଲେଫ୍ରିପଡା , ସବଡେଗା , ବାଲିଶଙ୍କରା ଓ ବଡଗାଁକୁ ନେଇ ଗଠିତ ।

ଏଠାରେ ଅଛନ୍ତି ୨ ଲକ୍ଷ ୧୫ ହଜାର ୩୮୦ ଜଣ ଭୋଟର। ପୁରୁଷ ଭୋଟର ହେଲେ ୧ ଲକ୍ଷ ୪ ହଜାର ୯୦୯ ଜଣ । ମହିଳା ଭୋଟର ହେଲେ ୧ ଲକ୍ଷ ୧୦ ହଜାର ୪୫୨। ଯୁବ ଭୋଟର ହେଲେ ୫ ହଜାର ୫୮୬ ଜଣ । ଏଠାରେ ହେଉଛି ତ୍ରିମୁଖୀ ଲଢେଇ । ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ବିନୟ ଟପ୍ପୋ। ବିଜେପି ପ୍ରାର୍ଥୀ ଭାବେ ରଣାଙ୍ଗନାକୁ ଓହ୍ଲାଇଛନ୍ତି ଭବାନୀ ଶଙ୍କର ଭୋଇ। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦେବେନ୍ଦ୍ର ଭିତରିଆ । ତେବେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର। ତେବେ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ। ତେବେ ବିକାଶ ହିଁ ସାଜିବ ପ୍ରମୁଖ ପ୍ରସଙ୍ଗ।

ବିଜେପି ହାତରେ ରହିଥିବା ଏହି ଆସନରେ ଦଳ ପୁଣି  ଭବାନୀ ଶଙ୍କର ଭୋଇଙ୍କୁ ପ୍ରାର୍ଥୀ କରିଛି ଅନ୍ୟ ପଟେ ମାତ୍ର ୧୪ଶହ ଭୋଟ ବ୍ୟବଧାନରେ ୨୦୧ ନିର୍ବାଚନ ରେ ପରାଜିତ ପ୍ରାର୍ଥୀ ବିନୟ ଟପ୍ପୋ ଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି । ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ମାଝୀ ୪୪ ହଜାର୮୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିରୁ ସହଦେବ Sahadev Xaxa ୨୪ ହଜାର ୩୪୧, ଏନସିପିରୁ ପୂର୍ଣ୍ଣଚନ୍ଦ୍ର ମିଞ୍ଜ ୧୬ ହଜାର ୧୦୫ ଖଣ୍ଡ ଭୋଟ ପାଇଥିଲେ ।୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ମାଝୀ ୪୫ ହଜାର ୮୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।

ବିଜେଡି ପ୍ରାର୍ଥୀ ବିନୟ କୁମାର ଟପ୍ପୋ ୪୪ ହଜାର ୨୫୧ ଖଣ୍ଡ , ବିଜେପିରୁ ସନ୍ତୋଷ ଅମାତ ୪୧ ହଜାର ୨୭୨ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ପର୍ଯ୍ୟନ୍ତ ଏହି ଆସନ ଟି କଂଗ୍ରେସ କବଜା ରେ ରହିଥିଲା ଆଉ ସର୍ବାଧିକ ଏହି ଆସନ ଟି ସ୍ୱର୍ଗତ ଗଜାଧର ମାଝୀ ଏବଂ ତାଙ୍କ ଅନ୍ତେ ତାଙ୍କ ଜ୍ୱାଇଁ ଡା ପ୍ରଫୁଲ ମାଝୀ ଏଠାରୁ ବିଧାୟକ ରହିଥିଲେ । ହେଲେ ଗତ ୨୦୧୯ରେ କଂଗ୍ରେସ ହାତରୁ ଏହି ଆସନ କୁ ବିଜେପି ଛଡାଇ ନେଇଥିଲା ଆଉ ବିଧାୟକ ହୋଇଥିଲେ ଭବାନୀ ଶଙ୍କର ଭୋଇ ।୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ୬୦ ହଜାର ୨୬୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡିରୁ ଷ୍ଟିଫେନ ସୋରନେଗ Stephen Soreng ୪୪ ହଜାର ୭୬,କଂଗ୍ରେସରୁ ପ୍ରଫୁଲ ମାଝୀ  ୪୧ ହଜାର ୧୧୧ ଖଣ୍ଡ ଭୋଟ ପାଇଥିଲେ। ପ୍ରାର୍ଥୀ ବି ପ୍ରସ୍ତୁତ , ନେତା ବି ପ୍ରସ୍ତୁତ ଏବେ ମଇଦାନରେ ଆରମ୍ଭ ହୋଇଯାଇଛି ଲଢେଇ ଆଉ ଏହି ଘମାଘୋଟ ଲଢେଇ ମଧ୍ୟରେ କିଏ ହେବ ବିଜୟୀ ତାହା ସମୟ କହିବ।