ଦୁଇ ନାବାଳିକାଙ୍କ ସଲିଳ ସମାଧି

ପୁରୀ: ଦୁଇ ନାବାଳିକାଙ୍କ ସଲିଳ ସମାଧି । ପୁରୀ ଜିଲ୍ଲା ଗୋପ ବ୍ଲକ ମଠସାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ଗାଧୋଉଥିବାବେଳେ ବୁଡ଼ିଯାଇ ଦୁଇ ନାବାଳିକାଙ୍କର ମୃତ୍ଯୁ ହୋଇଛି । ମୃତକ ୧୨ ବର୍ଷିୟା ସ୍ମୃତିରେଖା ବରାଳ ଓ ଶୁଭଶ୍ରୀ ବରାଳ । ସକାଳେ ଉଭୟ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୋଡ଼ ଖସିଯିବାରୁ ପୋଖରୀରେ ବୁଡିଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଉଭୟଙ୍କୁ ଘର ଲୋକ ଖୋଜାଖୋଜି କରିଥିଲେ । ପୋଖରୀ ହୁଡ଼ାରେ ଚପଲ ଓ ଡ୍ରେସ ଦେଖି ପୋଖରୀରେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଡାକ୍ତରଖାନାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ନାବାଳିକାଙ୍କ ମୃତ୍ଯୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।