ନୂଆ ବର୍ଷରେ ବଦଳିବ ରେଶମ ସହରର ଚିତ୍ର, ବର୍ଷ ଶେଷ ସୁଦ୍ଧା ସରିବ ୫ଟି ପ୍ରକଳ୍ପ କାର୍ଯ୍ୟ

1 min read
Berhampur

ବ୍ରହ୍ମପୁର: ନୂଆ ବର୍ଷରେ ବଦଳିବ ରେଶମ ସହରର ଚିତ୍ର । କାରଣ ସହରରେ ହେବାକୁ ଯାଉଛି ଅନେକ ଗୁଡ଼ିଏ ପରିବର୍ତ୍ତନ । ସହରର ମଧ୍ୟଭାଗରେ ରହିଥିବା ରାମଲିଙ୍ଗମ୍‌ ପୋଖରୀର ଆଧୁନିକିକରଣ କାର୍ଯ୍ୟ ଶେଷ ହେବ । ଯାହାକି ସହରବାସୀଙ୍କୁ ଅଧିକ ଆକୃଷ୍ଟ କରିବ । ଏହାସହ ସ୍ପୋର୍ଟସ୍‌ ଏରିନା, ରକ୍‌ ଗାର୍ଡ଼େନ୍‌, ବ୍ରହ୍ମପୁର-ଗୋପାଳପୁର ରାସ୍ତାର ଉନ୍ନତିକରଣ ଭଳି ପ୍ରାୟ ୫ଟି ପ୍ରକଳ୍ପର କାର୍ଯ୍ୟ ନୂଆ ବର୍ଷ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖିଛି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ।

ବ୍ରହ୍ମପୁରକୁ ଆକୃଷ୍ଟ କରିବା ନିମନ୍ତେ ସହରର ମଧ୍ୟ ଭାଗରେ ରହିଥିବା ରାମଲିଙ୍ଗମ୍‌ ପୋଖରୀର ଆଧୁନିକକରଣ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି । ଏଥିରେ ଚାଲିବା, ବସିବା ଠାରୁ ଆରମ୍ଭ କରି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବ୍ୟବସ୍ଥା ରହିବ । ସେହିପରି ବ୍ରହ୍ମପୁର-ଗୋପାଳପୁର ରାସ୍ତାର ମରାମତି ସାଙ୍ଗକୁ ଦୁଇ ପାର୍ଶ୍ୱରେ ବୃକ୍ଷରୋପଣ କରିବା ନିମନ୍ତେ ମଧ୍ୟ ନିଆଯାଇଛି ପଦକ୍ଷେପ । ନୂଆ ବର୍ଷରେ ସହରର ଅନେକ ଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହିତ ସହରବାସୀଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦିଆଯିବ ।

ସହରର ବୈକୁଣ୍ଠ ନଗରରେ ଥିବା ସ୍ପୋର୍ଟସ୍‌ ଏରିନାର କାର୍ଯ୍ୟ ମଧ୍ୟ ଚଳିତ ବର୍ଷ ଡ଼ିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାଫଳରେ ପ୍ରାକ୍ଟିସ୍ ନିମନ୍ତେ କ୍ରୀଡ଼ାବିତ୍‌ଙ୍କୁ ଆଉ ସହର ବାହାରକୁ ଯିବାକୁ ପଡ଼ିବନାହିଁ । ସେହିପରି ରକ୍‌ ଗାର୍ଡ଼େନର କାର୍ଯ୍ୟ ମଧ୍ୟ ୬୦ ପ୍ରତିଶତରୁ ଅଧିକ ଶେଷ ହୋଇଗଲାଣି । ଅନ୍ୟପଟେ ସହରର କର୍ପୋରେସନ୍ ରୋଡ଼ରେ ରହିଥିବା ଗଞ୍ଜାମ ହାଟର କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।

Leave a Reply