ଏବେ ଆଉ ଖସିବାର ବାଟ ନାହିଁ, ଜୟ-ଜଗି ଦଣ୍ଡ ପାଇବା ଆବଶ୍ୟକ: ସସ୍ମିତ ପାତ୍ର

2 min read
BJD National Spokesperson & Rajya Sabha MP Dr. Sasmit Patra On Daggubati Purandareswari Press Meet

ଭୁବନେଶ୍ୱର: ଦଳିତଙ୍କ ଜମି ହାତେଇବା ଘଟଣାରେ ହାଇକୋର୍ଟରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଆବେଦନ ଖାରଜ ହୋଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ । ହାଇକୋର୍ଟ ଆବେଦନ ଖାରଜ କରି ଗିରଫଦାରୀ ନିଶ୍ଚିତ କରିଛନ୍ତି, ଆଇନକୁ ଜଗି ଓ ଜୟ ତୁଚ୍ଛ ମଣୁଥିଲେ ବୋଲି କହିଛନ୍ତି ଅମର ।

ସେହିଭଳି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ହାଇକୋର୍ଟ ଜଗି-ଜୟଙ୍କ ଆବେଦନ ଖାରଜ କରି ସେମାନଙ୍କ ଖସି ଯିବାର ସୁଯୋଗକୁ ପଣ୍ଡ କରିଛନ୍ତି । ଏହାସହ ରଦ୍ଦ ହୋଇଛି ଜଗି ଓ ଜୟ ଆନ୍ତରୀଣ ସୁରକ୍ଷା । ଦଳିତଙ୍କୁ ଏବେ ନ୍ୟାୟ ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ।

ସୂଚନାଯୋଗ୍ୟ, ହାଇକୋର୍ଟରେ ୟ-ଜଗିଙ୍କ ଆବେଦନ ଖାରଜ ହେବ ପରେ ତାଙ୍କ ବଡ଼ ଝଟ୍‌କା ଲାଗିଛି । ଆଇନଜୀବୀଙ୍କ କହିବାନୁଯାୟୀ ବର୍ତ୍ତମାନ ପରିସ୍ଥିତିରେ ଯଦି ତଦନ୍ତକାରୀ ସଂସ୍ଥା ଚାହିଁବେ ତେବେ ଜୟ-ଜଗିଙ୍କୁ ଜମି କେଳେଙ୍କାରୀ ଘଟଣାରେ ଗିରଫ କରିପାରିବେ ।

ଜୟ-ଜଗିଙ୍କ ନାଁରେ, ଚଞ୍ଚକତା କରି ଦଳିତଙ୍କ ଜମି ହଡପ ଭଳି ସଙ୍ଗୀନ ଅଭିଯୋଗ ରହିିଛି । ଆଇନର ଆଶ୍ରୟ ନେଇ ସେ ଆଜି ଯାଏ ଗିରଫଦାରୀକୁ ଏଡ଼ାଇ ଆସୁଥିଲେ । ହେଲେ ଏବେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି । ଆଇନ ବିଶାରଦଙ୍କ ମତରେ ଜଗି ଓ ବୈଜୟନ୍ତ ପଣ୍ଡାଙ୍କ ପାଇଁ ସବୁ ରାସ୍ତା ବନ୍ଦ । ତେବେ ଦୁଇ ଦିନ ହେବ ଜୟ-ଜଗିଙ୍କ ସହ ଯୋଗାଯୋଗ ଫେଲ୍‌ ହୋଇଛି । ସେମାନେ ଏବେ କେଉଁଠି ଅଛନ୍ତି ତାହା କେହି ଜାଣି ନାହାନ୍ତି ।

Leave a Reply