ବିଶ୍ୱରେ ପ୍ରଥମ ଥର ପାଇଁ ଲକ୍‌ଡାଉନ୍ ଆରମ୍ଭ ହୋଇଥିବା ସ୍ଥାନର ଅବସ୍ଥା କ’ଣ?

ଉହାନ: ଲକ୍‌ଡାଉନ୍ ଶଦ୍ଦ ସହିତ ବିଶ୍ୱ ପରିଚିତ ହେବାର ଠିକ ୧ବର୍ଷ ପରେ ମଧ୍ୟ ସାରା ବିଶ୍ୱରେ ଭୂତାଣୁକୁ ନେଇ କୋକୁଆ ଭୟ ଜାରି ରହିଛି । ମହାମାରୀ ଭୂତାଣୁର ଉତ୍ପତି ସ୍ଥଳ ଚୀନର ଉହାନ ସହର ଯେଉଁଠାରୁ କରୋନା ଭୂତାଣୁର ଆରମ୍ଭ ବୋଲି କୁହାଯାଉଛି ସେଠରେ ସ୍ଥିତି ଅନ୍ୟ ସ୍ଥାନମାନଙ୍କଠାରୁ ଭିନ୍ନ ।

ପାଖାପାଖି ୧ ବର୍ଷ ପୂର୍ବେ ଆଜିକାର ଦିନରେ ଅର୍ଥାତ ଶନିବାର ଉହାନ ପୂରା ବିଶ୍ୱକୁ ହତ୍‌ବାକ୍ କରିଦେଇଥିଲା । ହୁବେଇ ପ୍ରଦେଶର ରାଜଧାନୀରେ ରହୁଥିବା ୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ସେମାନଙ୍କ ଘରେ ରହିବାକୁ ବାଧ୍ୟ କରାଗଲା । ଏବଂ ୭୬ ଦିନ ପାଇଁ ସେହି ସହରରେ ଲକଡାଉନ୍ ଲାଗୁ କରିଦିଆଗଲା । ଏକ ଅଜଣା ଭୂତାଣୁ ସାରା ସହରରକୁ କବଳିତ କରିପକାଇଥିଲା ।

ଆଜିକାର ଦିନରେ ଠିକ୍ ୧୦ଟାରେ ପରିବହନକୁ ପୂରା ବନ୍ଦ କରି ଦିଆଯାଇଥିଲା । ସହରରୁ ବାହାରୁଥିବା ରାସ୍ତାକୁ ପୂରା ବନ୍ଦ କରିଦିଆଗଲା । ଦିନ ଦ୍ୱିପ୍ରହରରେ ରାସ୍ତାଘାଟ ରାତି ଭଳି  ଶୂନଶାନ ପାଲଟିଲା । ସହର ବାହାରକୁ ଯାଉଥିବା ରାସ୍ତାକୁ ସିଲ୍ କରିଦିଆଗଲା । ଧିରେ ଧିରେ ଉହାନ ସମେତ ବିଶ୍ୱର ଅନେକ ସହରରେ କଟକଣା ଲାଗୁ କରାଗଲା ।

ଉହାନ ଭୁଲି ସାରିଛି ଲକ୍‌ଡାଉନ୍

ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ମଧ୍ୟ କରୋନା ମହାମାରୀ ସହିତ ଯୁଝୁଥିବା ବେଳେ ଲକ୍‌ଡାଉନକୁ ଭୁଲି ସାରିଲେଣି । ପୂର୍ବ ଭଳି ଲୋକେ ଘର ବହାରକୁ ନିଜ ନିଜ କାମରେ ବାହାରୁଥିବା ଦେଖିବାକୁ ମିଳିଛି । ଏଭଳି କି ଲୋକେ ମାସ୍କ ମଧ୍ୟ ବ୍ୟବହାର କରୁନାହାନ୍ତି । ମାସ୍କ ବ୍ୟବହାର କରୁନଥିବା ଜଣେ ୨୦ ବର୍ଷୀୟ ଯୁବକଙ୍କ କହିବା ହେଲା ଯେ, ବର୍ଷେ ତଳେ ଆମକୁ ବହୁତ ସଂଘର୍ଷ କରିବାକୁ ପଡ଼ୁଥିଲା କିନ୍ତୁ ଏବେ ସବୁକିଛି ନିୟନ୍ତ୍ରଣରେ ରହିଛି । ବୟସ୍କ ବ୍ୟକ୍ତିମାନେ ପାର୍କରେ ବ୍ୟୟାମ କରୁଛନ୍ତି । ହୋଟେଲ , ରେସ୍ତୁରାଁ ଓ ପବ୍‌ରେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ତେବେ ଆଜି ମଧ୍ୟ ସେ ଦିନର କଷ୍ଟକୁ ଭୁଲି ପାରିନାହାନ୍ତି ଲୋକେ । ଉହାର ଜଣେ ବୟସ୍କ ମହିଳାଙ୍କ କହିବା ହେଲେ ଯେ, ସେ ପ୍ରାୟ ୬୭ ଦିନ ଯାଏଁ ହସ୍ପିଟାଲରେ ରହିଥିଲେ । ତାଙ୍କୁ ରକ୍ତ ବାନ୍ତି ହେଉଥିଲା । ପ୍ରତିଦିନ ରାତିରେ ଆଖି ବନ୍ଦ କଲା ବେଳେ ତା’ ଦିନ ସେ ଜୀବତ ଥିବେ ବୋଲି ସେ ଆଶା କରିପାରୁନଥିଲେ ।

Leave a Reply