ବିଗୁଡୁଛି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା, ସୂଚନା ଦେଲେ ତେଜସ୍ୱୀ

ପାଟନା: ବିଗିଡ଼ିବାରେ ଲାଗିଛି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା । ଲାଲୁ ଯାଦବଙ୍କ ଫୁସଫୁସରେ ପାଣି ଜମିଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ତେଜସ୍ବୀ ଯାଦବ । ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ ତାଙ୍କୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତର କରାଯିବ ବୋଲି ତେଜସ୍ବୀ କହିଛନ୍ତି । ଏମସକୁ ସ୍ଥାନାନ୍ତର କରିବାକୁ ସୁପାରିଶ କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଲାଲୁଙ୍କ ପତ୍ନୀ ରାବଡି ଦେବୀଙ୍କ ସହ ତେଜସ୍ବୀ ଯାଦବ, ତେଜ ପ୍ରତାପ ଯାଦବ ପ୍ରମୁଖ ଲାଲୁଙ୍କୁ ଭେଟି ଆଲୋଚନା କରିଥିଲେ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦବ ଦୀର୍ଘ ଦିନ ଧରି ରାଞ୍ଚି ରିମ୍ସରେ ଚିକିତ୍ସିତ ହେଉଛନ୍ତି । ତେଜସ୍ବୀଙ୍କ ସୂଚନା ଅନୁସାରେ, ଲାଲୁଙ୍କ କିଡନୀର ୨୫ ପ୍ରତିଶତ କାମ କରୁଛି । ପୂର୍ବରୁ ହାର୍ଟ ସର୍ଜରୀ ହୋଇଛି । ଏବେ ଫୁସଫୁସରେ ପାଣି ଜମିଥିବାରୁ ଚିନ୍ତା ବଢ଼ିଛି ।

Leave a Reply