ରାଜ୍ୟରେ ୩ ମିଲିୟନ୍ କୋଭିଡ୍ ନମୁନା ପରୀକ୍ଷଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

1 min read
Odisha Tested 3 Million Covid19 Sample, CM Thanked healthcare personnel

ଭୁବନେଶ୍ୱର: ଭୂତାଣୁ ବିରୋଧରେ ଜାରି ରହିଛି ଯୁଦ୍ଧ । ୭ ମାସର ଯୁଦ୍ଧରେ ଓଡ଼ିଶା ଅନେକ ଅନୁଭୂତି ଆପଣାଇଛି, ଅଭିଜ୍ଞତା ବି ପାଇଛି । ରାଜ୍ୟରେ ଏଯାବତ୍ ୩ ମିଲିୟନରୁ ଅଧିକ କରୋନା ଟେଷ୍ଟିଂ ହୋଇ ସାରିଲାଣି । କରୋନା ପରୀକ୍ଷଣ କ୍ଷେତ୍ରରେ ଓଡ଼ିଶା ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏନେଇ ଖୁସିବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବାରେ ନିୟୋଜିତ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଦିନ ରାତି ଏକ କରି କରୋନା ନମୁନା ପରୀକ୍ଷଣ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟବାସୀ କରୋନା ସହିତ ଲଢ଼ି ପାରୁଛନ୍ତି । ଟେଷ୍ଟିଂ ବଢ଼ିବା ସହ ରାଜ୍ୟରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆକ୍ରାନ୍ତଙ୍କୁ ଚିହ୍ନଟ ଫଳରେ ସ୍ଥିତି ସ୍ୱାଭାବିକ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨ ହଜାର ୮୮୨ ନମୁନା ପରୀକ୍ଷଣ ହୋଇଛି । ଏଥିସହ ରାଜ୍ୟରେ ମୋଟ ଟେଷ୍ଟିଂ ସଂଖ୍ୟା ୩୦ ଲକ୍ଷ ୯ ହଜାର ୧୮୩ରେ ପହଞ୍ଚିଛି ।

Leave a Reply