ମୋଦି ସରକାର ବିରୋଧରେ କେବେ କେବେ ରାସ୍ତାକୁ ଓହ୍ଲାଇଛନ୍ତି କୃଷକ ?

1 min read

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନ’ ସ୍ଲୋଗନା ଦେଉଛନ୍ତି । ମୋଦି ସରକାର ୨୦୧୪ରୁ ନେଇ ଏବେ ଯାଏଁ କୃଷକଙ୍କ ଆୟ ବୃଦ୍ଧି ସହ ସଶକ୍ତ କରିଥିବା ନେଇ ଦାବି କରୁଛନ୍ତି । ଏହା ପରେ ବି ଗତ ୬ ବର୍ଷ ହେଲା ମୋଦି ସରକାରଙ୍କ ବିରୋଧରେ କୃଷକ ଅନେକ ଥର ସଡ଼କକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ଏବେ ସଂସଦରେ ପାରିତ କୃଷି ସମ୍ବନ୍ଧିତ ବିଲକୁ ବିରୋଧ କରି କୃଷକଙ୍କ ଆକ୍ରୋଶ ପ୍ରକାଶ ପାଇଛି । ଦେଶର କୃଷକ ସଂଗଠନ ଶୁକ୍ରବାର ଏହି ବିଧେୟକଙ୍କୁ ବିରୋଧ କରି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । ଆସନ୍ତୁ ଜାଣିବା ଗତ ୬ ବର୍ଷରେ କୃଷକ କେବେ କେବେ କେଉଁ ଦାବି ନେଇ ମୋଦି ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି ।

Farmer Protest Against Modi govt Details

ଭୂମି ଅଧିଗ୍ରହଣକୁ ବିରୋଧ

ମୋଦି କେନ୍ଦ୍ରରେ ଶାସନଭାର ସମ୍ଭାଳିବା କ୍ଷଣି ପ୍ରଥମେ କୃଷକ ରାସ୍ତାକୁ ଓହ୍ଲାଇଥିଲେ । ୨୦୧୫ ଜାନୁଆରୀରେ ନରେନ୍ଦ୍ର ମୋଦି ସରକାରର ଭୂମି ଅଧିଗ୍ରହଣ ଆଇନ୍ ପରିବର୍ତ୍ତନ ନେଇ ଅଧ୍ୟାଦେଶ ଆଣିଥିଲେ । ଯାହାକୁ ବିରୋଧ କରି କୃଷକ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ମୋଦି ସରକାର ଏହି ଅଧ୍ୟାଦେଶକୁ ଲୋକସଭାରେ ପାରିତ କରିଥିଲେ । କୃଷକଙ୍କ ସ୍ୱର ଶାଣିତ ହେବାରୁ ସରକାର ପଛଘୁଞ୍ଚା ଦେଇଥିଲେ ।

Farmer Protest Against Modi govt Details

ବିଜେପିର କେତକ ସହଯୋଗୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧ କରିଥିଲେ । ଶିବସେନା ତ ଏହି ପ୍ରସଙ୍ଗକୁ ନେଇ ବିଜେପି ସରକାର ବିରୋଧରେ ଆନ୍ଦୋଳନ ଶାଣିତ କରିଥିଲା । କୃଷକ ସଂଗଠନକୁ ନେଇ ଆନ୍ନା ହଜାରେ ଧାରଣାରେ ବସିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦିଙ୍କୁ କୃଷକ ବିରୋଧୀ କହିଥିଲେ । କାରଣ ୨୦୧୩ରେ ଆଇନ୍ ପରେ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଆଗ ଅପେକ୍ଷା ଜଟିଳ ହୋଇଥିଲା ସତ କିନ୍ତୁ ଏହା କୃଷକଙ୍କ ସ୍ୱାର୍ଥରେ ଥିଲା ।

ଜନ୍ତରମନ୍ତରରେ ମାସେ ଆନ୍ଦୋଳନ

Farmer Protest Against Modi govt Details

୨୦୧୭ରେ ଋଣଛାଡ଼କୁ ନେଇ ତାମିଲନାଡ଼ୁର କୃଷକ ଦିଲ୍ଲୀ ଜନ୍ତରମନ୍ତରରେ ମାସେ ଧରି ଧାରଣାରେ ବସିଥିଲେ । ଏପରିକି କୃଷକ ଅର୍ଦ୍ଧନଗ୍ନ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧି ସେତେବେଳେ ଏହି ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ଏହାକୁ ସମର୍ଥନ କରିଥିଲେ ଦେଶର ଅନ୍ୟ କୃଷକ ସଂଗଠନ । ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.ପଲାନିସ୍ୱାମୀଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଥିଲା ଧାରଣା ।

ଦିଲ୍ଲୀ ଯାଏଁ କିଷାନ କ୍ରାନ୍ତି ଯାତ୍ରା

ଭାରତୀୟ କୃଷକ ୟୁନିୟନ ନେତୃତ୍ୱରେ ହଜାର ହଜାର କୃଷକ ହରିଦ୍ୱାରରୁ ଦିଲ୍ଲୀ ଯାଏଁ ‘କୃଷକ କ୍ରାନ୍ତି ଯାତ୍ରା’ ବାହାରିଥିଲା । କୃଷକ ସ୍ୱାମୀନାଥନ ରିପୋର୍ଟ ଲାଗୁ ପାଇଁ ଦାବି କରିଥିଲେ । ୨୦୧୮ ଗାନ୍ଧି ଜୟନ୍ତୀ ଅବସରରେ କୃଷକ ଗାନ୍ଧି ସମାଧି ସ୍ଥଳରେ କାର୍ଯ୍ୟକ୍ରମ କରିବାକୁ ଚାହିଁଥିଲେ । କିନ୍ତୁ, କୃଷକ ଦିଲ୍ଲୀ ପହଞ୍ଚିବା ପୂର୍ବପୁ ୟୁପି-ଦିଲ୍ଲୀ ବର୍ଡଜରରେ ଅଟକା ଯାଇଥିଲେ । ପୋଲିସ ସେମାନଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା ।

କୃଷକ ମହାସଭା

Farmer Protest Against Modi govt Details

୨୦୧୮ ନଭେମ୍ବର ମାସରେ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ବ୍ୟାନରରେ ଦେଶର ୨୦୮ଟି ଜନସଂଗଠନ ସହ ଜଡ଼ିତ କୃଷକ ଦିଲ୍ଲୀର ରାମଲୀଳା ମୈଦାନରୁ ସଂସଦ ଯାଏଁ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ । ଏଥିରେ ରାଜନୈତିକ ଦଳ ମଧ୍ୟ କୃଷକଙ୍କୁ ସମର୍ଥନ କରିଥିଲେ । କଂଗ୍ରେସ, ଆପ୍, ବାମଦଳ ସମେତ ଅନ୍ୟ କିଛି ଦଳର ନେତା ଜନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଦେଇଥିଲେ ।

କୃଷି ବିଲ୍ ବିରୋଧରେ ଭାରତ ବନ୍ଦ

ସ୍ୱାଧୀନତା ପରେ ଭାରତର କ୍ଷେତକୁ ନେଇ ସବୁଠୁ ବଡ଼ ପରିବର୍ତ୍ତନ ହୋଇଥି । ସରକାର ତିନୋଟି କୃଷି ବିଲକୁ କୃଷିରେ ପରିବର୍ତ୍ତନରେ ବଡ଼ ପଦକ୍ଷେପ କହୁଛନ୍ତି । ଅନ୍ୟପଟେ କୃଷକ ସଂଗଠନ ଓ ବିରୋଧୀ ବିଲ୍ ବିରୋଧରେ ଅଛନ୍ତି । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଓ ସରକାର ପୂର୍ବଭଳି ଫସଲ କିଣିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି । କିନ୍ତୁ ମୋଦିଙ୍କ ଏହି କଥାକୁ ବିଶ୍ୱାସକୁ ନେଉ ନାହାଁନ୍ତି କୃଷକ । କୃଷକଙ୍କ ଲାଗୁଛି ସରକାର ମଣ୍ଡିଙ୍କୁ ଛଡ଼ାଇ ନେଇ କର୍ପୋରେଟ୍ କମ୍ପାନୀଙ୍କୁ ଦେଇଦେବେ । ଏବଂ ସରକାରଙ୍କ ଏହି ପଦକ୍ଷେପ କୃଷକ ବିରୋଧୀ ।

Farmer Protest Against Modi govt Details

ଏହାକୁ ନେଇ ଦେଶବ୍ୟାପୀ କୃଷକ ସଂଗଠନ ପୁରୁଣା ମତଭେଦ ବୁଲି ଏକାଠି ହୋଇଛନ୍ତି । ଦେଇଛନ୍ତି ଭାରତ ବନ୍ଦ ଡାକରା । କୃଷକଙ୍କ ଦାବି ହେଉଛି ସରକାର ଏମଏସପିକୁ ନେଇ ନିଶ୍ଚିତ ଆଇନ୍ ଆଣନ୍ତୁ । କୃଷକଙ୍କ ଏହି ଦାବିକୁ ବିଜେପି ସହଯୋଗୀ ଦଳ ଓ ଆରଏସଏସ୍ ସହ ଜଡ଼ିତ ସଂଗଠନ ମଧ୍ୟ ସମର୍ଥନ କରୁଛନ୍ତି । ପଞ୍ଜାବ ଓ ହରିୟାଣାରେ ଏହି ବିଲକୁ ବିରୋଧ କରି ଆରମ୍ଭରୁ ବିକ୍ଷୋଭ ଜାରି ରହିଛି । NDA ସହଯୋଗୀ ଅକାଳୀ ଦଳର ସାଂସଦ ହରସିମରତ କୌର କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

Leave a Reply