ଜିଲ୍ଲା ଓ୍ୱାରି କରୋନା ସ୍ଥିତି ସମୀକ୍ଷା କଲେ ବିଜେଡି ଆଇଟି ଓ୍ୱିଙ୍ଗ୍‌ ମୁଖ୍ୟ ଅମର ପଟ୍ଟନାୟକ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟର ସ୍ଥିତ ସମୀକ୍ଷା କଲେ ବିଜେଡି ଆଇଟି ଓ୍ୱିଙ୍ଗ୍ ମୁଖ୍ୟ ଡାକ୍ତର ଅମର ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ଆଇଟି ଓ୍ୱିଙ୍ଗ୍ ସହ ସେ ଆଲୋଚନା କରିଛନ୍ତି ଅମର । ଜିଲ୍ଲା ଗୁଡ଼ିକରେ କିଭଳି ଭାବେ କରୋନା ମୁକାବିଲା କରାଯାଉଛି ସେନେଇ ବିଜେଡି ଆଇଟି ଓ୍ୱିଙ୍ଗ୍‌ ସହ ବିଶେଷ ଆଲୋଚନା କରିଛନ୍ତି । ଆଗାମୀ ଦିନରେ କରୋନା ସହ କିଭଳି ମୁକାବିଲା ଜାରି ରହିବ ସନେଇ ମଧ୍ୟ ବିଚାର ବିମର୍ଷ କରିଛନ୍ତି ।

ଲକ୍‌ଡାଉନ ସମୟରେ ଜିଲ୍ଲା ଗୁଡ଼ିକରେ ସ୍ଥିତି କିଭଳି ରହିଛି ସେନେଇ ଅନୁଧ୍ୟାନ କରିଛନ୍ତି ଅମର ପଟ୍ଟନାୟକ । ପଞ୍ଚାୟତ ଏବଂ ଓ୍ୱାର୍ଡ ସ୍ତରରେ କିଭଳି ସଚେତନତା କାର୍ଯ୍ୟକ୍ରମ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଭିଡିଓ କନ୍‌ଫରେନ୍‌ସିଂରେ ବିଜେଡି ଆଇଟି ଓ୍ୱିଙ୍ଗ ରାଜ୍ୟ ସଂଯ଼ୋଜକ ଅମୃରେଶ ପତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply