ଚିନ୍ତା ବଢ଼ାଇଲେ ପଶ୍ଚିମବଙ୍ଗ ଫେରନ୍ତା: ଯାଜପୁରରେ ୧୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ୧୦୦

1 min read

ଯାଜପୁର: ଯାଜପୁର ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୬ କରୋନା ଆକ୍ରାନ୍ତ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮ରେ ପହଞ୍ଚିଛି । ଏଥିସହିତ ଯାଜପୁର ପାଲଟିଛି ନୂଆ ହଟସ୍ପଟ । ଅପରପକ୍ଷରେ  ରାଜ୍ୟରେ ୩   ଅଙ୍କ   ଛୁଇଁଛି ଆକ୍ରାନ୍ତଙ୍କ ସଂଖା । ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫୨ ବର୍ଷୀୟ ପୁରୁଷ, ୨୩ ବର୍ଷୀୟ ପୁରୁଷ, ୪୯ ବର୍ଷୀୟ ପୁରୁଷ, ୫୭ ବର୍ଷୀୟ ପୁରୁଷ, ୩୯ ବର୍ଷୀୟ ପୁରୁଷ ଏବଂ ୫୦ ବର୍ଷୀୟ ପୁରୁଷ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ  ଅଂଚଳରୁ    ଫେରିଛନ୍ତି   । ବର୍ତ୍ତମାନ ରାଜ୍ୟରେ ମୋଟ ୬୫ ଟି ଆକ୍ଟିଭ ମାମଲା ରହିଥିବା ବେଳେ ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply