ଯାଜପୁରରେ ସଟଡାଉନ୍ ପରେ ପୁଣି କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଯାଜପୁର: ଗତ କାଲି ରାଜ୍ୟରେ ୩ ଜିଲ୍ଲାରୁ ୬୦ ଘଣ୍ଟା ସଟଡାଉନ୍ ହଟିଛି । ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଲଗାତାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ୩ଟି ଜିଲ୍ଲାରେ ୬୦ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରାଯାଇଥିଲା । ତେବେ ଗତ କାଲି ସଟଡାଉନ୍ ହଟିବା ପରେ ପୁଣି ଯାଜପୁରରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଆଜି ସୁଦ୍ଧା ୧୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ଏଥିପାଇଁ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଲକଗୁଡ଼ିକୁ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି । ଯାଜପୁର, ବିଂଝାରପୁର, କୋରେଇ, ବରୀ ବ୍ଲକ ଓ ଯାଜପୁର ପୌରପାଳିକାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି 

ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

ଆଜି ୧୨ଟାରୁ ୨୯ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ ବଳବତ୍ତର ରହିବ । ସେପଟେ ଗତକାଲି ସୁନ୍ଦରଗଡ଼ରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପୂର୍ବ ଘୋଷିତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରଖିଛି ପ୍ରଶାସନ । ନାଲାରୋଡ୍‌ ଓ ଆଖପାଖ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । କଣ୍ଟେନ୍‌ମେଣ୍ଟ ଜୋନ୍‌ ସଂଲଗ୍ନ କିଛି ଅଞ୍ଚଳକୁ ବଫର ଜୋନ୍‌ ଭାବେ ଚିହ୍ନଟ କରିଛି ପ୍ରଶାସନ । କଣ୍ଟେନ୍‌ମେଣ୍ଟ ଜୋନ୍ ରେ ସବୁ କଟକଣା ଲଗାଯାଇଛି।

Leave a Reply