ରାଜ୍ୟରେ ସଂକ୍ରମିତ ସଂଖ୍ୟା ୨୮ହଜାର ପାର୍, ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା । ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିବା ବେଳେ ଏବେ ଦିନକରେ ୪୬୨ ସ୍ଥାନୀୟ ସଂକ୍ରମଣ ନିଦ ହଜାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨୧୫ଜଣ । ଏମଧ୍ୟରୁ ୭୫୩ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୪୬୨ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୨୮ ଜିଲ୍ଲାରୁ ୧୨୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ସଂକ୍ରମିତ । ଗଞ୍ଜାମରୁ ସର୍ବାଧିକ ୩୩୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେହିଭଳି ଅନୁଗୁଳରୁ ୧୧, ବାଲେଶ୍ୱରରୁ ୨୯, ବରଗଡ଼ରୁ ୧୦, ଭଦ୍ରକରୁ ୨, ବଲାଙ୍ଗିକରରୁ ୨୧, ବୌଧରୁ ୨, କଟକରୁ ୬୦, ଦେଓଗଡ଼ ଓ ଢେଙ୍କାନଳରୁ ଜଣେ ଲେଖାଏଁ, ଗଜପତିରୁ ୮୯, ଜଗତସିଂହପୁରରୁ ୪୭, ଯାଜପୁରରୁ ୨୦, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୮, କନ୍ଧମାଳ, ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ ୧୪ ଲେଖାଏଁ, କେନ୍ଦୁଝରରୁ ୭୭, କୋରାପୁଟରୁ ୭୩, ମୟୁରଭଞ୍ଜରୁ ୨୨, ନୟାଗଡ଼ରୁ ୭, ନୂଆପଡ଼ାରୁ ୮, ପୁରୀରୁ ୧୧, ରାୟଗଡ଼ାରୁ ୨୪, ସୋନପୁର ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ।

୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୮ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୨୮ହଜାର ୧୦୭କୁ ବୃଦ୍ଧି ହୋଇଛି ।  ରାଜ୍ୟରେ ଆଜି କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ହୋଇଛି । ଏହାସହ ୧୭ହଜାର ୩୭୩ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୦ହଜାର ୫୪୫ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave a Reply