ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି

1 min read

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୭ଜଣଙ୍କ ମୁଣ୍ଡ ନେଇ କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୫୪ରେ ପହଞ୍ଚିଛି । ଗଞ୍ଜାମରୁ ୩, ରାୟଗଡ଼ାରୁ ୨ଜଣ ଏବଂ ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ମଙ୍ଗଳବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୩ଜଣ ସଂକ୍ରମିତ ହେଉଛନ୍ତି ୫୫ବର୍ଷିୟ,୫୬ବର୍ଷିୟ ଓ ୩୯ବର୍ଷିୟ ପୁରୁଷ । ଏହାସହ ରାୟଗଡ଼ାରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୭୨ ଓ ୩୧ ବର୍ଷିୟ ପୁରୁଷ । ସେହିଭଳି  ଭୁବନେଶ୍ୱରେ ୫ବର୍ଷ ବୟସର ପୁଅ ମୃତ୍ୟୁ ବରଣ କରିଛନ୍ତି ସେ ପୂର୍ବରୁ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।  କଟକରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୪୫ବର୍ଷିୟ ପୁରୁଷୟ ଯିଏ କି ପୂର୍ବରୁ ମଧୁମେହ ଓ ଶ୍ୱାସ ରୋଗରେ ପୀଡ଼ିତ ଥିଲେ ।

ରାଜ୍ୟରେ ସଂକ୍ରମିତ ସଂଖ୍ୟା ୨୮ହଜାର ପାର୍, ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ

ସେହି ଭଳି ୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୮ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୨୮ହଜାର ୧୦୭କୁ ବୃଦ୍ଧି ହୋଇଛି ।  ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି । ଏହାସହ ୧୭ହଜାର ୩୭୩ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୦ହଜାର ୫୪୫ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave a Reply