ଶୀଘ୍ର ‘ଇଚ୍ଛା ଡ୍ୟାମ୍’ କାର୍ଯ୍ୟ ସାରିବାକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ସମସ୍ତ ସହାୟତା ଯୋଗାଇଦେବ ଓଡ଼ିଶା

1 min read

ଭୁବନେଶ୍ୱର: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇଚ୍ଛା ଡ୍ୟାମ ଓ ସୁବର୍ଣ୍ଣରେଖା ନଦୀରେ ଚାନ୍ଦିଲି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ପାଣି ଦେଉଥିବାରୁ ନବୀନ ଧନ୍ୟବାଦ ଦେଇଛନ୍ତି । ସୁବର୍ଣ୍ଣରେଖା-ଖରଖାଇ ଜଳ ଉତ୍ସକୁ ନେଇ ୧୯୭୮ରେ ବିହାର (ଏବେର ଝାଡ଼ଖଣ୍ଡ) ଓଡ଼ିଶା, ପଶ୍ଚିମବଙ୍ଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପ୍ରକଳ୍ପର କାମ ଝାଡ଼ଖଣ୍ଡ କରୁଛି ।

Odisha CM Naveen Patnaik Writes Letter To Jhjarkhand CM On Ichha Dam

ଝାଡ଼ଖଣ୍ଡ ସରକାର ନିର୍ମାଣ କରୁଥିବା ଇଚ୍ଛା ଡ୍ୟାମ୍ କାର୍ଯ୍ୟ ସରିଲେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଉପଯୋଗୀ ହୋଇପାରିବ । ଡ୍ୟାମ କାର୍ଯ୍ୟରେ ଓଡ଼ିଶା ସରକାର ସହଯୋଗ କରୁଛନ୍ତି । ୨୦୧୬ ଦର ଅନୁସାରେ ଓଡ଼ିଶା ୧୨୦୮ କୋଟି ଟଙ୍କା ଝାଡ଼ଖଣ୍ଡ ସରକାରଙ୍କୁ ଦେବେ । ଇତିମଧ୍ୟରେ ଓଡ଼ିଶା ୧୦୨୬.୯୧ କୋଟି ଟଙ୍କା ଝାଡ଼ଖଣ୍ଡକୁ ଦେଇସାରିଛି । ଇଚ୍ଛା ଡ୍ୟାମ୍ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୩୬ଟି ଗାଁ ପ୍ରଭାବିତ ହେବ । ୫୨୮୩ ଏକର ଜମିରୁ ଏଯାବତ୍ ୫୧୯୬ ଏକର ଅର୍ଥାତ୍ ୯୮ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି । ୧୩୬୯ଟି ପରିବାର ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୨୬୮ଟି ପରିବାର ୯୩ ପ୍ରତିଶତ ପରିବାରକୁ କ୍ଷତିପୂରଣ ଦିଆସରିଛି ।

Odisha CM Naveen Patnaik Writes Letter To Jhjarkhand CM On Ichha Dam

ସୁବର୍ଣ୍ଣରେଖା ନଦୀରେ ଚାନ୍ଦିଲି ଡ୍ୟାମ୍ ସରିଛି । ଡ୍ୟାମରେ ଜଳଧାରଣା କ୍ଷମତା ୧୯୨ ମିଟର ଥିବାବେଳେ ମୌସୁମୀରେ ୧୮୧.୫୦ ମିଟର ଯାଏଁ ଜଳ ରହୁଛି । ଡ୍ୟାମର କ୍ଷମତା ଅନୁସାରେ ଜଳଧାରଣ ହେଉନାହିଁ । ଫଳରେ ଓଡ଼ିଶା ବାରମ୍ବାର ବନ୍ୟାର ସମ୍ମୁଖୀନ ହେଉଛି । ଝାଡ଼ଖଣ୍ଡ ଖୁବଶୀଘ୍ର ଇଚ୍ଛା ଡ୍ୟାମ କାର୍ଯ୍ୟ ସାରିଲେ ଉଭୟ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି । ଚାନ୍ଦିଲି ଡ୍ୟାମରେ ମୌସୁମୀ ବର୍ଷା ଜଳକୁ ସ୍ୱାଭାବିକ ପରିମାଣରେ ଗଚ୍ଛିତ ରଖିଲେ ବନ୍ୟା ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply